Advertisement
Posted inଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୫ ଛାତ୍ରଙ୍କ ଜୀବନ

ଇମ୍ଫାଲ, ୨୧।୧୨: ମଣିପୁରର ନୋନି ଜିଲାରେ ଏକ ସ୍କୁଲ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୫ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିରେ ଅନେକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନାନୁସାରେ, ୟାରିପୋକ ଥମ୍ବଲାନୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଙ୍କୁ ୟାରିପୋକଙ୍କୁ ନେଇ ଯାଉଥିବା ଦୁଇଟି ବସ ଏକ ଶିକ୍ଷା ଭ୍ରମଣରେ ଖୋପୁମ ଯାଉଥିଲା। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ଲଙ୍ଗସାଇ ତୁବୁଙ୍ଗ ଗ୍ରାମ ନିକଟ ବିଷ୍ଣୁପୁର-ଖୋପୁମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରମାନଙ୍କୁ ଇମ୍ଫାଲର ମେଡିସିଟି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୨୨ ଜଣ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ଆଣ୍ଟାର୍କଟିକ୍‌ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୩ା୭: ନିକଟରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଉପରେ ଲାଗୁ କରିଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଏବଂ ଦରବୃଦ୍ଧି ନେଇ ବିରୋଧୀ ଦଳଗୁଡ଼ିକ...

୨ ସପ୍ତାହ ମଧ୍ୟରେ ଆସିବ କରୋନା ଟିକା: ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୨୯।୧୧: ଆସନ୍ତା ୨ ସପ୍ତାହ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ କରୋନା ପ୍ରତିଷେଧକ ଟିକା ଅଣାଯିବ। ଏନେଇ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି। ଇନଷ୍ଟିଚ୍ୟୁଟ୍‌ର ସିଇଓ...

ପାରୋଲରେ ଯାଇଥିବା କଏଦୀଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରନାହିଁ…

ନୂଆଦିଲ୍ଲୀ, ୨୯।୧ : କରୋନା ମହାମାରୀ ସଙ୍କଟ ସମୟରେ ପାରୋଲରେ ଘରକୁ ଯାଇଥିବା କଏଦୀଙ୍କୁ ଶୀଘ୍ର ଆତ୍ମସମର୍ପଣ ପାଇଁ ବାଧ୍ୟ କରନାହିଁ ବୋଲି ସୁପ୍ରିମ୍‌କୋର୍ଟ କେରଳ...

ଚାଇନା ବିରୋଧରେ ‘ଯେସାକୁ ତେସା’ ନୀତି ଆପଣାଇଲା ଭାରତ

ନୂଆଦିଲ୍ଲୀ,୨୪।୪: ଚାଇନା ନାଗରିକଙ୍କ ପର୍ଯ୍ୟଟନ ଭିସା ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ(ଆଇଏଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଚାଇନା ନାଗରିକଙ୍କୁ...

ମାୟାବତୀ ଇଡି-ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ: ରାହୁଲ

ନୂଆଦିଲ୍ଲୀ,୯।୪: ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ମେଣ୍ଟ ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ। ହେଲେ ସେ ଇଡି ଏବଂ ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ ବୋଲି...

ରାଜ୍ୟରେ ସୋମବାରରୁ ଖୋଲିବ ସମସ୍ତ ସ୍କୁଲ

ଲକ୍ଷ୍ନୌ,୧୨।୨: ଉତ୍ତରପ୍ରଦେଶରେ କରୋନା ପ୍ରକୋପ କମିବାରେ ଲାଗିିଛି। ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଥରେ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି...

ଅନ୍‌ଲକ୍‌ ୨.୦ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ,୨୯ା୬: ଅନ୍‌ଲକ୍‌ ୧.୦ ସମୟସୀମା ମଙ୍ଗଳବାର ଶେଷ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲକ୍‌ (ଅନ୍‌ଲକ୍‌ ୨.୦) ପାଇଁ...

ନୂଆବର୍ଷ ପୂର୍ବରୁ କାରଗିଲ୍‌ ବାସିନ୍ଦାଙ୍କୁ ଉପହାର: ୧୦୪ ଘରେ ବିଦ୍ୟୁତ୍‌ ସଂଯୋଗ

ଶ୍ରୀନଗର,୨୮।୧୨: ନୂଆବର୍ଷ ପୂର୍ବରୁ କାରଗିଲ୍‌ ବାସିନ୍ଦାଙ୍କୁ ଉପହାର ମିଳିଛି। ଏଠାରେ ଥିବା ୧୦୪ ଘରେ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ସୋଲାର ପ୍ୟାନେଲ ସ୍ଥାପନ କରାଯାଇ ଏସବୁ...

Advertisement
Archives

Model This Week