୧୫ କି.ମି. ଦୂରରେ ନୂତନ ଆର୍‌ଆଇ ଅଫିସ

ଖଇରା, ୯।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନରେ କିଛିମାସ ତଳେ ୩ଟି ନୂତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି। ହେଲେ କିଛି ଗ୍ରାମବାସୀ ଯାତାୟାତ ସୁବିଧାକୁ ଅଣଦେଖା କରି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବାରୁ ସାରଡାଙ୍ଗ ଓ ବଡନୂଆଗାଁ ଭଳି ପଞ୍ଚାୟତ ୧୦ଗ୍ରାମର ୫ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଘର ନିକଟରେ ଥିବା ଆରଆଇ ଅଫିସ ଛାଡି ଖର୍ଚ୍ଚାନ୍ତ ହୋଇ ୧୫କି.ମି. ଦୂରରେ ଥିବା ଅଫିସକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ା ଏହାର ସମାଧାନ ପାଇଁ ସେପ୍ଟେମ୍ବର ୨୬ତାରିଖରେ ଥିବା ବ୍ଲକସ୍ତରୀୟ ଜନଶୁଣାଣି ଶିବିରରେ ବଡନୂଆଗାଁ ପଞ୍ଚାୟତ କୁମାରମୌଦା ଗ୍ରାମବାସୀ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ଏ ବିଷୟରେ ଲିଖିତ ଭାବେ ଅବଗତ କରାଇଛନ୍ତି ା ପ୍ରତିକାର ପାଇଁ ଦୂରତା ଆଧାରରେ ଗ୍ରାମଗୁଡିକ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନରେ ରଖିବାକୁ ଦାବି ହୋଇଛି।
ସରକାରଙ୍କ ଚିଠି (ନଂ. ୧୮୨୮୨୧ଆରଏଫଡିଏମ) ଅନୁଯାୟୀ ୨୦୨୧ ଜୁନ୍‌ ୨୫ ତାରିଖରେ ତହସିଲ ଅଧୀନରେ ଗୋଳିହା, ମହତୀପୁର, କୋଚିଆକୋଇଲି ଭଳି ୩ଟି ନୂଆ ଆରଆଇ ଅଫିସ ପ୍ରତିଷ୍ଠା ହୋଇଛି ା ପୂର୍ବରୁ ୯ଟି ଆରଆଇ ଅଫିସ ଥିବା ବେଳେ ନୂତନ ଭାବେ ଗଠିତ ୩ଟିକୁ ମିଶାଇ ବର୍ତ୍ତମାନ ୧୨ଟି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ଅଛି ା ହେଲେ ନୂତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ବେଳେ ପୂର୍ବରୁ ଦୀର୍ଘଦିନ ଧରି ଯାତାୟାତ ସମସ୍ୟା ଭୋଗୁଥିବା ଗ୍ରାମଗୁଡିକୁ ବିଚାରକୁ ନିଆ ନ ଯିବା ଯୋଗୁ ଏହି ଆର୍‌ଆଇ ଅଫିସ ଗଠନ ବିଶେଷ ଉପଯୋଗୀ ହୋଇପାରୁନାହିଁ। ସାଉଣ୍ଡିଆ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନରେ ଥିବା ସାରଡାଙ୍ଗ ପଞ୍ଚାୟତର ଅଲିପୁର, ଦାମୋଦରପୁର, ଭୁଆଁଳଗଡିଆ, ହନ୍ନବାବି ଆଦି ଗ୍ରାମର ଦୂରତା ୧୫କି.ମି. ହୋଇଥିବାରୁ ଏବଂ ରାସ୍ତା ମଧ୍ୟ ଠିକ୍‌ ନ ଥିବାରୁ ଗ୍ରାମଗୁଡିକର ଅଧିବାସୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ସାଉଁଣ୍ଡିଆ ଯିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ନୂତନ ଭାବେ ଗଠିତ ମହତୀପୁର ଏବଂ ଗୋଳିହା ଆରଆଇ କାର୍ଯ୍ୟାଳୟଠାରୁ ଉକ୍ତ ଗ୍ରାମଗୁଡିକର ଦୂରତା ୩କି.ମି. ହୋଇଥିବା ବେଳେ ଗ୍ରାମଗୁଡିକୁ ଏହା ଅଧୀନରେ ରଖା ନ ଯିବା ପରିତାପର ବିଷୟ ବୋଲି ଭୁଆଁଳଗଡିଆର ୱାର୍ଡସଭ୍ୟ ଚକ୍ରଧର ବେହେରା ଓ ଦାମୋଦରପୁର ଗ୍ରାମର ୱାର୍ଡସଭ୍ୟ ସୌରଭ ରଞ୍ଜନ ମହାନ୍ତି କହିଛନ୍ତି। ସେହିଭଳି ବଡନୂଆଗାଁ ପଞ୍ଚାୟତ କୁମାରମୌଦା, ସଇଁ, ବଡନୂଆଗାଁ ଏବଂ ପଙ୍କପାଳ ଆଦି ଗ୍ରାମର ଦୂରତା ବର୍ତ୍ତନା ଆରଆଇ ଅଫିସଠାରୁ ମାତ୍ର ୧କି.ମି. ହୋଇଥିବା ବେଳେ ଗ୍ରାମଗୁଡିକୁ ୧୨କି.ମି. ଦୂର ଡୁଙ୍ଗୁରା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନରେ ରଖାଯାଇଥିବାରୁ ସେମାନଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡୁଛି ବୋଲି ପୂର୍ବତନ ୱାର୍ଡସଭ୍ୟ କାର୍ତ୍ତିକ ବେହେରା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରେ ଆଗକୁ ଆରଆଇ ଅଫିସ ଦୂରତାକୁ ଦେଖି ପୁନର୍ଗଠନ କରାଯିବା ସମୟରେ ଅଭିଯୋଗ ସମ୍ପର୍କରେ ବିଚାର କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?