Posted inଜାତୀୟ

ମାଟିତଳୁ ବାହାରିବ ୧୪୩ ବର୍ଷର ଟାଇମ୍‌ କ୍ୟାପସୁଲ୍‌: ବଖାଣିବ ଇତିହାସ

ଅଲୀଗଡ଼ , ୫।୯: ମାଟିତଳୁ ୧୪୩ ବର୍ଷ ତଳେ ପୋତାଯାଇଥିବା ଟାଇମ୍‌ କ୍ୟାପସୁଲ୍‌ ବାହାର କରାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ପୋତାଯାଇଥିବା ଏହି ଟାଇମ୍‌ କ୍ୟାପସୁଲ୍‌ କେବେ ବାହାର କରାଯିବ ସେନେଇ ଏକ କମିଟି ଗଠନ କରାଯାଇଛି। ବିଶ୍ୱବିଦ୍ୟାଳୟର ଇତିହାସ ସମ୍ପର୍କରେ ଅବଗତ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଛି। ବିଶ୍ୱିଦ୍ୟାଳୟର ସଂସ୍ଥାପକ ସାର ସୟଦ୍‌ ଅହମ୍ମଦ ଖାଁଙ୍କ ଦ୍ୱାରା ମହମ୍ମଡ଼ାନ ଆଙ୍ଗ୍ଲୋ ଓରିଏଣ୍ଟାଲ କଲେଜର ସ୍ଥାପନା ସମୟରେ ଟାଇମ କ୍ୟାପସୁଲ୍‌ ମାଟିରେ ପୋତିଥିଲେ। କ୍ୟାପସୁଲ୍‌କୁ ଷ୍ଟ୍ରେଚି ହଲ୍‌ ପାଖରେ ପୋତାଯାଇଥିଲା। ଏବେ ନକ୍ସା ଅନୁସାରେ କ୍ୟାପସୁଲ ଖୋଜା ଆରମ୍ଭ ହୋଇଛି। ଏହାର ଫଟୋ ମଧ୍ୟ ରହିଛି। ସୟଦ୍‌ ଅହମ୍ମଦ ୧୮୭୫ ମେ ୨୪ରେ ଏଠାରେ ତୁଲ୍‌ ଉଲୁମ୍‌ ନାମକ ଏକ ମଦ୍ରାସା ଆରମ୍ଭ କରିଥିଲେ। ମାତ୍ର ୭ ଜଣ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ମଦ୍ରାସା ୧୯୨୦ରେ ବିଶ୍ୱ ବିଦ୍ୟାଳୟ ରୂପ ନେଇଥିଲା। ୧୮୭୭ରେ ଏଠାରେ ଏକ ଟାଇମ କ୍ୟାପସୁଲ ପୋତା ଯାଇଥିଲା। କ୍ୟାପସୁଲ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ୧୮୭୭ ଜାନୁୟାରୀ ୧୨ରେ ପ୍ରକାଶିତ ହୋଇଥିବା ଗେଜେଟ୍‌ରେ ଉଲ୍ଲେଖ କରାଯାଇଛି। କ୍ୟାପସୁଲରେ ସୁନା, ରୁପା ଏବଂ ତମ୍ବା ମୁଦ୍ରା ରହିଛି। ଏହା ସହିତ ଏଥିରେ ସ୍ଥାପନା ସମ୍ପର୍କିତ ତଥ୍ୟ ମଧ୍ୟ ରଖାଯାଇଛି। ଏକ କାଚ ବୋତଲରେ ଏସବୁକୁ ରଖାଯାଇଥିବା କୁହାଯାଉଛି। ଏହି କ୍ୟାପସୁଲକୁ ବାହାର କରାଯାଇ ନୂଆ କ୍ୟାପସୁଲ ମଧ୍ୟ ମାଟିରେ ପୋତାଯିବାର ଯୋଜନା ରହିଛି। ନୂଆ କ୍ୟାପସୁଲ୍‌ ପୋତାଯିବା ପାଇଁ ୪ଟି ସ୍ଥାନ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ଏହାକୁ ପୋତାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?