ବିଭିନ୍ନ ପ୍ରକଳ୍ପ ପାଇଁ ଓଏମ୍‌ବିଏଡିସିର ୧୪ ହଜାର କୋଟି ମଞ୍ଜୁର

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଆଗାମୀ ବର୍ଷରେ ବିଭିନ୍ନ ଜିଲାରେ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓଏମ୍‌ବିଏଡିସି) ପରିଚାଳନା ମଣ୍ଡଳୀଙ୍କ ଅନୁମୋଦନ କ୍ରମେ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଦେବଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, ଅନୁଗୋଳ ଓ କୋରାପୁଟ ଜିଲାରେ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଓଏମ୍‌ବିଏଡିସି ପକ୍ଷରୁ ବିଭିନ୍ନ ପ୍ରକଳ୍ପ ପାଇଁ ୧୩,୮୧୬.୯୮ କୋଟି ଟଙ୍କା ମଞ୍ଜୁର ହୋଇଛି। ସେଥିରୁ ୧୭୮୯.୪୪ କୋଟି ଟଙ୍କା କାର୍ଯ୍ୟନିର୍ବାହୀ ସଂସ୍ଥା ଖର୍ଚ୍ଚ କରିଛନ୍ତି। ବଳକା ଅର୍ଥ ଆଗାମୀ ବର୍ଷରେ ଖର୍ଚ୍ଚ କରାଯିବ। ଏହାଛଡା ବିଭିନ୍ନ କ୍ଷେତ୍ର ପାଇଁ ୨୨୫.୬୫ କୋଟି ଟଙ୍କାର ପ୍ରକଳ୍ପ ଓଏମ୍‌ବିଏଡିସିର ପରିଚାଳନା ମଣ୍ଡଳୀ ଦ୍ୱାରା ଅନୁମୋଦିତ ହୋଇଛି। ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକର ଡିପିଆର ହସ୍ତଗତ ହେଲେ ସେଗୁଡିକ ଆଗାମୀ ବର୍ଷରେ କାର୍ଯ୍ୟକାରୀ କରାଯିବ। ବିଧାୟକ ନବ ଚରଣ ମାଝିଙ୍କ ପ୍ରଶ୍ନ ନଂ. ୫୭୩ର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ବିଧାନସଭା ପ୍ରଶ୍ନକାଳରେ ଏହା କହିଛନ୍ତି। ମୂଳ ପ୍ରଶ୍ନକର୍ତ୍ତା ପୁଣି ପଚାରିଲେ, ୯ଟି ଖଣିଜ ସମ୍ପଦଭରା ଅଞ୍ଚଳର ଲୋକମାନେ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି। ଓଏମ୍‌ବିଏଡିସି ଏହି ସବୁ ଜିଲାରେ କେତେ ଅର୍ଥ ଖର୍ଚ୍ଚ କରିଛି। ମନ୍ତ୍ରୀ କହିଲେ, ୮ଟି ଜିଲାରୁ ୧୬ ହଜାର କୋଟି ଆଦାୟ ହୋଇଛି। ସେଥିରୁ ୩ ହଜାର କୋଟି ଖର୍ଚ୍ଚ ହୋଇଛି। ୨୦୧୪ରେ ଓଏମ୍‌ବିଏଡିସି ଗଠନ ହୋଇଥିଲା। ଜଷ୍ଟିସ ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହା ସୁଚାରୁରୂପେ କାର୍ଯ୍ୟ କରୁଛି। ବିଧାୟକ ରମେଶ ଚନ୍ଦ୍ର ସାଏ, ମୋହନ ମାଝି ଅତିରିକ୍ତ ପ୍ରଶ୍ନ ପଚାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ଅନୁରୋଧକୁ ଓଡ଼ିଶାର ଅଗ୍ରାହ୍ୟ

ଭୁବନେଶ୍ୱର,୭ା୭(ବ୍ୟୁରୋ):ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ବିବାଦୀୟ ରାୟ ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ଏହି ମାମଲା ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ଅଛି। ସୁପ୍ରିମକୋର୍ଟ ଚୂଡ଼ାନ୍ତ...

ଶଟ୍‌ଡାଉନରେ ରାସ୍ତାରେ ଦେହବେପାର ଡିଲ୍‌

ଭୁବନେଶ୍ୱର,୧୭।୫(ବ୍ୟୁରୋ):୨୫୦୦ ଟଙ୍କା ରେଟ୍‌ ଛିଣ୍ଡିଥିଲା। ରୁମ୍‌କୁ ନେଲା ପରେ ୫୦୦ଟଙ୍କା ଦେଇ ବଡ଼ଗଡ଼ରେ ଛାଡ଼ି ଦେଲେ। ସେଠୁ ଚାଲି ଚାଲି ମାଷ୍ଟରକ୍ୟାଣ୍ଟିନ ଆସିଲି। ଏବେ ମୋ...

ପ୍ରେମିକ ଗିରଫ: ଲୁଟ୍‌ ଟଙ୍କାରେ ପ୍ରେମିକାଙ୍କୁ ଦେଉଥିଲେ ଦାମୀ ଉପହାର

କେନ୍ଦ୍ରାପଡ଼ା ଅଫିସ୍‌, ୧୩ା୬: ଚୋରି, ଡକାୟତି ଟଙ୍କାରେ ପ୍ରେମିକାଙ୍କୁ ଉପହାର ଦେବା ଭଳି ବହୁ ଘଟଣା ଟିଭି ସିରିଏଲ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ।...

ଗଞ୍ଜାମ ଛୁଇଁଲା କରୋନା: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦

ଭୁବନେଶ୍ୱର,୩।୫ (ବ୍ୟୁରୋ)- ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଁଚିଛି। ଆକ୍ରାନ୍ତ ୩...

ଜେଇଇ, ଏନ୍‌ଇଇଟି ପାଇଁ ତାରିଖ ଘୋଷଣା: ହେବନି ସିବିଏସ୍‌ଇ ୧୦ମ ପରୀକ୍ଷା

ଭୁବନେଶ୍ୱର,୬ା୫(ବ୍ୟୁରୋ): ଦେଶରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇ ମେନ୍‌ ଓ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି ୟୁଜି ୨୦୨୦) ନେଇ...

ସୋନମ ପଲେଇ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା

ଛତ୍ରପୁର, ୨।୭ (ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲା ପରିଷଦ ଅଧ୍ୟକ୍ଷା ପଦବୀ ପୁଣି ବିଜେଡି ହାତେଇବାରେ ସକ୍ଷମ ହୋଇଛି। ବିଜେଡି ପ୍ରାର୍ଥୀ ତଥା ଖଲ୍ଲିକୋଟ ବ୍ଲକ ଅଧୀନ ୧୧...

ଆଉ ୩ ଜୋନ୍‌ରେ ବିଭକ୍ତ ହେବ ବିଏମ୍‌ସି

ଭୁବନେଶ୍ୱର,୨୧।୬(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ପୂର୍ବରୁ ବିଏମ୍‌ସିକୁ ୩ଟି ଜୋନରେ ବିଭକ୍ତ କରାଯାଇଥିବାବେଳେ ଖୁବ୍‌ଶୀଘ୍ର ଆଉ ୩ଟି...

ପୁଣି ରାଜ୍ୟରେ ୧୧ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୧୧ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୩ ରେ ପହଞ୍ଚିଥିବା...

Advertisement
Archives

Model This Week