ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର ଅଭାବ ଦୀର୍ଘ ବର୍ଷ ଧରି ରହିଥିବା ବେଳେ ଅନ୍ତେବାସୀମାନେ ବାରମ୍ବାର ଶିକ୍ଷକମାନଙ୍କୁ ଅଭିଯୋଗ କରୁଥିବା ବେଳେ ସେଥିପ୍ରତି ବିଦ୍ୟାଳୟର କୌଣସି ଶିକ୍ଷକ ଏବଂ ସମ୍ପୁକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସେମାନଙ୍କ ମୌଳିକ ସମସ୍ୟା ଦୂର କରିବା ପାଇଁ କେବେ ମଧ୍ୟ ଚେଷ୍ଟା କରିନଥିଲେ। ଯାହାକି ଆନ୍ତରିକତା ଏବଂ ମାନବିକତାର ଅଭାବ ରହିଥିବା ସ୍ପଷ୍ଟ ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଶନିବାର ବିଜେଡି ଦଳର ପୂର୍ବତନ ଏମ୍‌ପି ରମେଶ ଚନ୍ଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ, ବରିଷ୍ଠ ଯୁବ ନେତା ପ୍ରିୟରଞ୍ଜନ ଦାସ, ଗୁରୁସିଙ୍ଗା ପଞ୍ଚାୟତ ସରପଞ୍ଚ ମୋହନ ନାୟକ, ସେହିଭଳି କଂଗ୍ରେସ ଦଳର ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜିଲା ସଭାପତି ଲିପିକା ମାଝୀ, ସନରାଜ ଗଣ୍ଡ, ମହେଶ୍ୱର ଭତ୍ରା, ତମ୍ବୁଦାସ ପନକା ସମେତ ଦଳର ବହୁ ନେତା ବିଦ୍ୟାଳୟକୁ ଗସ୍ତ କରି ସେଠାରେ ରହୁଥିବା ଅନ୍ତେବାସୀଙ୍କ ସକାଶେ ରହିବ ପାଇଁ ଛାତ୍ରାବାସର ଅଭାବ, ବିଶୁଦ୍ଧ ପାନୀୟ ଜଳର ଅଭାବ, ପାଇଖାନାର ଅଭାବ, ତଥା ଛାତ୍ରାବାସର ସମସ୍ତ ଭିତ୍ତିଭୂମିର ଅଭାବ ରହିଅଛି।

ସେହିପରି ପିଲାଙ୍କୁ ପୋକରା ଚାଉଳ ସହ ନିମ୍ନମାନର ତରକାରୀ କିମ୍ବା ଡାଲି ଦିଆଯାଉଥିବା ନେଇ ପିଲାଙ୍କ ମୁହଁରୁ ଶୁଣିବାକୁ ପାଇଥିଲେ। ସଂପୃକ୍ତ ବିଭାଗର ଅଧିକାରୀମାନେ ସଠିକ୍‌ ଭାବେ ବିଦ୍ୟାଳୟକୁ ଆସି ତଦନ୍ତ କରୁ ନ ଥିଲେ। କିମ୍ବା ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରୁ ନ ଥିବା ନେଇ ବିରୋଧୀ ନେତାମାନେ ପ୍ରକାଶ କରିଥିଲେ। ଝରିଗାଁ ସଦରମହକୁମାଠାରେ କଂଗ୍ରେସ ଜିଲା ସଭାପତି ଏକ ପ୍ରେସ୍‌ ମିଟ୍‌ ମାଧ୍ୟମରେ ଭାଜପା ସରକାରଙ୍କ କାର୍ଯ୍ୟକାରିତା ଉପରେ ବର୍ଷିଥିଲେ। ନବରଙ୍ଗପୁର ଜିଲା ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ। ଏଠାରେ ରହିଥିବା ଗଣଶିକ୍ଷା ମନ୍ତ୍ରୀ, ଏମ୍‌ପି ବିଧାୟକମାନେ ମଧ୍ୟ ଆଦିବାସୀ ଶ୍ରେଣୀର ହୋଇଥିଲେ ହେଁ ଏହି ଅଞ୍ଚଳରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରୁ ନାହିଁ । ସେମାନେ ଛାତ୍ରାବାସରେ ରହିବା, ପାଠ ପଠାଇବା ପାଇଁ ଉପଯୁକ୍ତ ପରିବେଶର ସମୂର୍ଣ୍ଣ ଅଭାବ ରହିଛି। ଯଥାଶୀଘ୍ର ପିଲାଙ୍କ ସମସ୍ୟା ସମାଧାନ ନ ହେଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ସଭାପତି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri