Tag Archives: Nabarangpur

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର ଅଭାବ ଦୀର୍ଘ ବର୍ଷ ଧରି ରହିଥିବା ବେଳେ ଅନ୍ତେବାସୀମାନେ ବାରମ୍ବାର ଶିକ୍ଷକମାନଙ୍କୁ ଅଭିଯୋଗ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ନିସ୍ନାହାଣ୍ଡି ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟର ଆକସ୍ମିକ ପରିଦର୍ଶନ କରି ସେଠାରେ ପ୍ରଦାନ କରାଯାଉଥିବା…

ଛେଳି ଚରାଳିଙ୍କୁ ମାରି ଖାଇଥିଲା ଭାଲୁ, ଶେଷରେ ନିଜେ ମଲା

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମୀ ଶ୍ମଶାନରୁ ବନ ବିଭାଗ ଦ୍ୱାରା କାବୁ ହୋଇଥିବା ରକ୍ତମୁଖା ନରହନ୍ତା ଭାଲୁର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନବରଙ୍ଗପୁର ଠାରେ ମୃତ ଭାଲୁର ପୋଷ୍ଟମର୍ଟମ କରାଯାଇଛି ଏବଂ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ ସହ ୨ ପୁଅଙ୍କ ମୃତ୍ୟୁ ଘଟିଛି। ମା’ ଏବଂ ଆଉ ଜଣେ ୧୦…

ଅନ୍ୟତ୍ର ବିବାହ ପାଇଁ ପ୍ରେମିକାର ତଣ୍ଟି ଚିପି ହତ୍ୟା: ଯୁବତୀ ଶୌଚ ପାଇଁ ଜିତିବା ବେଳେ…

ନବରଙ୍ଗପୁର,୪।୮: ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ବିଭତ୍ସ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଅତିରିକ୍ତ ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ…

ଘର ଭିତରୁ ସ୍ୱାମୀ, ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ

ନବରଙ୍ଗପୁର,୪।୩: ନବରଙ୍ଗପୁର ଜିଲାରେ ଏକ ବନ୍ଦ ଘର ଭିତରେ ଦମ୍ପତିଙ୍କ ମୃତଦେହ ମିଳିଛି। ପାରିପାର୍ଶ୍ବିକ ସ୍ଥିତିରୁ ଦମ୍ପତି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଜିଲାର କୁଣ୍ଡେଇ ପୋଲିସ ସୀମା ଅନ୍ତର୍ଗତ ଆମପାରା ଗାଁରେ ଦୁର୍ଜନ ଗଣ୍ଡ (୪୦) ଏବଂ ତାଙ୍କ…

ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ

ନବରଙ୍ଗପୁର,୨।୧୧(ସଦାଶିବ ପ୍ରହରାଜ): ଜଜ୍‌ଙ୍କ ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ। ଏଟିଏମ୍ ଲୁଟ୍ ମାମଲାରେ ଜାମିନ୍‌ରେ ଥାଇ ଦୁହେଁ କୋର୍ଟରେ ହାଜର ହୋଇଥିଲେ। ତେବେ ମାମଲାର ବିଚାର ପରେ କୋର୍ଟ ସେମାନଙ୍କୁ ୭ ବର୍ଷ ଜେଲ୍…

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ହତ୍ୟାର ୮ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ତେନ୍ତୁଳିଖୁଣ୍ଟି,୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟାର ୮ ଦିନ ପରେ ପୋଲିସ ହାତରେ ପଡିଛନ୍ତି ଦୁଇ ଅଭିଯୁକ୍ତ। ଟାୱାର ଉପରେ ଥାଇ ଘଟଣାକୁ ଦେଖିଥିବା ଜଣେ ବ୍ୟକ୍ତିଙ୍କର ବୟାନ ପୋଲିସ…

ନବରଙ୍ଗପୁର ହଇଜା ଆତଙ୍କ: ୩ରେ ପହଁଚିଲା ମୃତ୍ୟୁ ସଂଖ୍ୟା, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ଝରିଗାଁ,୯।୯: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚେପ୍ଟିଆମ୍ବା ଗ୍ରାମରେ ଆତଙ୍କ ସୃଷ୍ଟି କରିଛି ହଇଜା। ଝରିଗାଁ ଏବଂ ନବରଙ୍ଗପୁରରୁ ଡାକ୍ତରୀ ଟିମ୍ ଚେପ୍ଟିଆମ୍ବା ପହଞ୍ଚିଛନ୍ତି। ଚେପ୍ଟିଆମ୍ବାରେ ଝାଡାବାନ୍ତି ବ୍ୟାପି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ପହଞ୍ଚିଛି। ଗତ ଶୁକ୍ରବାର ଗ୍ରାମର ଡାଲ…

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛିl ଦୁଇବର୍ଷର ଶିଶୁ ସହ ୫ ଜଣ ଗୁରୁତର…

ରାସ୍ତାରୁ ଯାଇ ବିଲ ହିଡ଼ରେ ପିଟିହେଲା ଏମ୍‌ପିଙ୍କ କାର, ପରେ…

ନବରଙ୍ଗପୁର,୧୧।୨: ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଏମ୍‌ପି ମାଝି ଏବଂ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଉମରକୋଟ ଥାନା ଚିକଲପଦର ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରୁ…

ଅର୍ପଣ ରଥରୁ ସଂଗ୍ରହ ଚାଉଳ, ଗୁଆ ଗଲାନି ପୁରୀ; ଭକ୍ତମାନଙ୍କ ଅସନ୍ତୋଷ

ନବରଙ୍ଗପୁର,୧୮।୧ (ସଦାଶିବ ପ୍ରହରାଜ): ଜଗନ୍ନାଥ ଭକ୍ତଙ୍କ ଆସ୍ଥା ସହ ଖେଳ । ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳ, ଗୁଆ, ଟଙ୍କା ଓ ନଡ଼ିଆ ପୁରୀକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ହେବ ବୋଲି କୁହାଯାଇଥିଲା। ନବରଙ୍ଗପୁର ଜିଲାରେ ସଂଗ୍ରହ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri