ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଛି କଫି, ୧୪ ମେଟ୍ରିକ ଟନ୍‌ କଫି ମଞ୍ଜି ନିଆଗଲା କୋରାପୁଟ

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ପ୍ରତିବର୍ଷ ଭଳି ଏଥର ମଧ୍ୟ ଦାରିଙ୍ଗବାଡି କଫିକୁ ପ୍ରାଥମିକ ପ୍ରସ୍ତୁତି କରାଯାଇ ମଞ୍ଜି ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ୧୪ ମେଟ୍ରିକ ଟନ୍‌ କଫି ମଞ୍ଜି ସଂଗ୍ରହ ଓ ପ୍ରସ୍ତୁତି କାର୍ଯ୍ୟ ପରେ ସୋମବାର କୋରାପୁଟକୁ ଆଗାମୀ ଶେଷ ପ୍ରସ୍ତୁତି ପାଇଁ ପଠାଯାଇଛି। ଏହାକୁ ଟିଡ଼ିସିସିର ବିଏମ ତଥା ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ରଙ୍କ ତତ୍ତ୍ୱାବଧାନରେ ଟ୍ରକ ଯୋଗେ ପଠାଯାଇଛି । ପ୍ରକାଶ ଯେ, ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ କଫି ସ୍ବତନ୍ତ୍ର ପରିଚୟ ଦେଇଛି । ତେବେ ଏହି କଫି ସଂଗ୍ରହରେ ପ୍ରଥମେ କିଛି ବର୍ଷ ଧରି ଘରୋଇ ଅନୁଷ୍ଠାନର ହାତକୁ ଟେକି ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଥିଲା । ପରବର୍ତ୍ତୀ ସମୟରେ ସରକାର ଟିଡିସିସିଓଏଲକୁ କଫି ସଂଗ୍ରହ ଓ ତା’ର ତଦାରଖ ପାଇଁ ପ୍ରଦାନ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଗୋଟିଏ ବର୍ଷ ଉକ୍ତ ଅନୁଷ୍ଠାନ କଫି ସଂଗ୍ରହ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଆଉ ଟିଡିସିସିଓଏଲ କଫି ସଂଗ୍ରହର ଦାୟିତ୍ୱରୁ ଓହରିଯାଇଥିଲା । ଫଳରେ ଗତ ବର୍ଷ ଲକ୍ଷାଧିକ ତାଙ୍କର କଫି ନଷ୍ଟ ହେବା ସହ ଚୋରାଚାଲାଣ ହୋଇଥିବା ଅଭିଯୋଗ ହୋଇଥିଲା। ଚଳିତ ବର୍ଷ ପୁଣି ଜିଲାପ୍ରଶାସନ ପକ୍ଷରୁ ବାଲିଗୁଡା ଆଇଟିଡିଏର ତତ୍ତ୍ୱାବଧାନରେ ଟିଡ଼ିସିସିକୁ ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ବିଭାଗ ଚଳିତ ବର୍ଷ କଫି ସଂଗ୍ରହ କରିବା ସହ ପ୍ରାଥମିକ ପ୍ରସ୍ତୁତି କରି ମଞ୍ଜି ଅମଳ କରି କୋରାପୁଟ ପଠାଇଛି।

ସୂଚନାଯୋଗ୍ୟ , କୋରାପୁଟ କଫି ଭଳି ଦାରିଙ୍ଗବାଡି କଫିର କୌଣସି ନାମକରଣ ବା ବ୍ରାଣ୍ଡ ପ୍ରସ୍ତୁତି ହୋଇନଥିବା ବେଳେ ଚଳିତ ବର୍ଷ ଦାରିଙ୍ଗବାଡି କଫିକୁ କନ୍ଧମାଳ କଫି ଭାବେ ନାମକରଣ କରାଯିବା ସହ ଏହି ବ୍ରାଣ୍ଡରେ ବିକ୍ରି କରାଯାଇ ପରିଚୟର ଆଉ ଗୋଟିଏ ପାଦ ଆଗକୁ ବଢିବା ପାଇଁ ଜିଲା ପ୍ରଶାସନ ଏବଂ ବାଲିଗୁଡା ଆଇଟିଡିଏ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି । ଏବେ ସୁଦ୍ଧା ଦାରିଙ୍ଗବାଡି କଫିର ଦାରିଙ୍ଗବାଡି ଠାରେ ଇନଷ୍ଟାଣ୍ଟ (ତତକ୍ଷଣାତ )କଫି ହୋଇପାରିବା ଭଳି କୌଣସି ପ୍ରସ୍ତୁତି ବ୍ୟବସ୍ଥା ନଥିଲା। ତେଣୁ କୋରାପୁଟ ପ୍ରସ୍ତୁତି ପାଇଁ ପଠାଯାଇ ଇନଷ୍ଟାଣ୍ଟ କଫି ପ୍ରସ୍ତୁତି କରି କୋରାପୁଟ କଫି ନାମରେ ବିକ୍ରି କରାଯାଉଥିଲା। ଯାହାକି ଦାରିଙ୍ଗବାଡିର ଜୈବିକ କଫିକୁ କେହି ଜାଣିପାରୁନାହାନ୍ତି । ଏହାକୁ ସମସ୍ତେ ଜାଣିବା ଓ ଜୈବିକ ପଦ୍ଧତିରେ କରାଯାଉଥିବା ଏହି କଫିକୁ ନିଜର କନ୍ଧମାଳ କଫି ବ୍ରାଣ୍ଡରେ ବିକ୍ରି ପାଇଁ ଯୋଜନା କରାଯାଇଛି । ଯାହାକି କନ୍ଧମାଳରେ କଫି ଚାଷ କରିବାକୁ ଚାଷୀମାନେ ମଧ୍ୟ ଆଗ୍ରହ ପ୍ରକାଶ କରିବେ ବୋଲି କୁହାଯାଉଛି। ଏବେ ଦାରିଙ୍ଗବାଡି ଭଳି ଜିଲାର ଅନ୍ୟ ବ୍ଲକ ଗୁଡିକରେ କଫି ଚାଷ କରାଯାଉଛି । ଯାହାକି ଆଗାମୀ ଦିନରେ ଦାରିଙ୍ଗବାଡି ଭଳି ଅନ୍ୟ ବ୍ଲକରେ ଏହି ଚାଷ ଅଧିକା ପରିମାଣରେ ଅମଳ ହେବା ସହ କୋରାପୁଟ ଭଳି କନ୍ଧମାଳ କଫିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ଟିଡ଼ିସିସିର ଶାଖା ପରିଚାଳକ ତଥା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର କହିଛନ୍ତି । ଏଥିସହ ଦାରିଙ୍ଗବାଡି କଫି ବଗିଚାର ଉନ୍ନତିକରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri