Posted inଜାତୀୟ

ଏଏପି ସରକାର ଗଠନ ପରେ ପଞ୍ଜାବରେ ୧୪ ଚାଷୀ କଲେଣି ଆତ୍ମହତ୍ୟା…

ଚଣ୍ଡିଗଡ଼, ୨୬।୪ : ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ଗଠନ ପରେ କୃଷକ ଆତ୍ମହତ୍ୟା ଜାରି ରହିଛି। ୧ ଏପ୍ରିଲରୁ ୨୩ ଏପ୍ରିଲ୍‌ ମଧ୍ୟରେ ଫସଲହାନୀ ଯୋଗୁ ୧୪ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଫଳରେ ଚାଷୀ ଆତ୍ମହତ୍ୟା ନେଇ ଏବେ ରାଜନୀତି ଆରମ୍ଭ ହୋଇଛି ବିରୋଧୀ ଦଳ ଏଏପି ସରକାର ଏବଂ ଦଳର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ଆତ୍ମହତ୍ୟା କରିଥିବା ଅଧିକାଂଶ କୃଷକଙ୍କର ଋଣ ବୋଝ ବୃଦ୍ଧି ଯୋଗୁ ସେମାନେ ବାଧ୍ୟ ହୋଇ ଏପରି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। କେଜ୍ରିୱାଲ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ ଏଏପି ସରକାର ଗଠନ ପରେ କୌଣସି ଚାଷୀ ଆତ୍ମହତ୍ୟା କରିବେ ନାହିଁ। ରାଜ୍ୟ କଂଗ୍ରେସ ସଭାପତି ଅମରିନ୍ଦର ସିଂ ରାଜା ଓ୍ବେଡିଂ ଅଭିଯୋଗ କରିଛନ୍ତି ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମାନ ଏବଂ ରାଜ୍ୟର ଆମ ଆଦମୀ ପାର୍ଟିର ଅନ୍ୟ ନେତାମାନେ ଏହି ଗୁରୁତର ପ୍ରସଙ୍ଗରେ ନୀରବ ରହିଛନ୍ତି।

ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ସୁଖଜିନ୍ଦର ରାନ୍ଧୱା କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତାଙ୍କ ବଡ଼ ଭାଇ କେଜ୍ରିୱାଲଙ୍କୁ ଭେଟିଛନ୍ତି, ତେବେ କେନ୍ଦ୍ର ସରକାରଙ୍କ ନିକଟରେ କମ ଗହମ ଉତ୍ପାଦନ ପ୍ରସଙ୍ଗ ଉଠାନ୍ତୁ। ଏକର ପିଛା ୪ ରୁ ୮ କ୍ୱିଣ୍ଟାଲ ଗହମ କମ ଅମଳ ଯୋଗୁୁ ଚାଷୀମାନେ ବହୁତ ଚିନ୍ତିତ। ଚାଷୀମାନେ ଏକର ପିଛା ୧୫ ହଜାରରୁ ୨୦ ହଜାର ଟଙ୍କା କ୍ଷତି ହେବାର ଭୟ କରୁଛନ୍ତି । ଯେଉଁ ଚାଷୀମାନେ ପୂର୍ବର ୁଋଣଗ୍ରସ୍ତ ଅଛନ୍ତି ସେମାନେ ଅଧିକ ଅସୁବିଧାରେ ଅଛନ୍ତି ।

ଗତ ବର୍ଷ ଗୋଲାପୀ ପୋକ କପା ଫସଲକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ଦେଇ ଚାଷୀଙ୍କୁ ଆର୍ଥିକ ଅସୁବିଧାରେ ପକାଇ ଥିଲେ। କପା ଫସଲରେ ବହୁ କ୍ଷତି ହେବା ପରେ ଚାଷୀମାନେ ଗହମ ଫସଲ ଉପରେ ଆଶା କରୁଥିଲେ।

ଯଦିଓ ଗହମର କମ ଅମଳ ପାଇଁ କୃଷି ବିଭାଗ ପାଣିପାଗକୁ ଦାୟୀ କରୁଛି, ତେବେ ଭାରତ କିଷାନ ସଂଗଠନର ସାଧାରଣ ସମ୍ପାଦକ ସରପ ସିଂ ସିଦ୍ଧୁ କହିଛନ୍ତି ଯେ ଗହମ ଚାଷ ଋତୁରେ ଚାଷୀମାନେ ସେହି ଡିଏପି ସାର ପାଇପାରି ନାହାନ୍ତି। ଏହାଦ୍ୱାରା ଅମଳରେ ସର୍ବାଧିକ ହ୍ରାସ ଘଟିଛି। ସେହିପରି ଚାଷୀଙ୍କୁ ୟୁରିଆ ଖତ ଯୋଗାଇ ଦିଆଯାଇ ନ ଥିଲା। ଏହି କାରଣରୁ ଗହମର କାଣ୍ଡ ମଧ୍ୟ ଦୁର୍ବଳ ହୋଇଯାଇଥିଲା।

ଏକର ପିଛା ଉତ୍ପାଦନ ହ୍ରାସ ପାଇଛି। ପଞ୍ଜାବ ସରକାର ଚାଷୀଙ୍କୁ ଏକର ପିଛା ୧୫ ହଜାର ଟଙ୍କା ଗହମ ପାଇଁ କ୍ଷତିପୂରଣ ଦେବା ଉଚିତ ବୋଲି ସେ ଦାବି କରିଛନ୍ତି। ଅପରପକ୍ଷରେ କଂଗ୍ରେସ ଏହାକୁ ଏକ ପ୍ରସଙ୍ଗ କରିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ୨୦୨୧ ରେ କିଷାନ ସମ୍ମିଳନୀ ସମୟରେ କେଜ୍ରିୱାଲ ପ୍ରତିଶୃତି ଦେଇଥିଲେ ଯେ ପଞ୍ଜାବରେ ଆମ ଆଦମୀ ପାର୍ଟି ଗଠନ ହେଲେ, ଏପ୍ରିଲ ୧ ରୁ କୌଣସି ଚାଷୀ ଆତ୍ମହତ୍ୟା କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri