୧୩୮ ନିୟୁତ ଘଣ୍ଟା ନିଦ ଚୋରି

ହେଲସିନ୍‌କି,୯ା୧୧: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦେଶବାସୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇଦେଇଥିଲା। ସ୍ବାଭାବିକ ସମୟ ଅପେକ୍ଷା ମତଦାନ ରାତିରେ ଲୋକଙ୍କ ଚାପ ଓ ଉତ୍କଣ୍ଠା ଏତେ ବଢ଼ିଯାଇଥିଲା ଯେ, ସେମାନଙ୍କ ଶୋଇବା ସମୟ କମିଯାଇଥିଲା। ଆମେରିକୀୟମାନେ ପ୍ରାୟତଃ ଦୈନିକ ୭ ଘଣ୍ଟା ଶୋଉଥିବାବେଳେ ନିର୍ବାଚନ ରାତିରେ ସାଢ଼େ ୬ ଘଣ୍ଟା ଶୋଇପାରିଥିଲେ। ଏହି ବିଷୟ ଏକ ଉପକରଣରୁ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି।
ରାତିରେ ଆମେରିକାବାସୀ ୧୩୮ ନିୟୁତ ଘଣ୍ଟା ଶୋଇପାରି ନ ଥିଲେ ବୋଲି ଫିନ୍‌ଲାଣ୍ଡରେ ବିକଶିତ ହେଲ୍‌ଥ ଟ୍ରାକିଂ ଉପକରଣ ‘ଓଉରା ରିଙ୍ଗ୍‌’ ତଥ୍ୟରୁ ସୂଚନା ମିଳିଛି। ଓଉରା ରିଙ୍ଗ୍‌କୁ କେତେଜଣ ୟୁଜର୍ସଙ୍କ ଅଙ୍ଗୁଳିରେ ପିନ୍ଧାଯିବା ପରେ ଏହା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ହୃଦ୍‌ସ୍ପନ୍ଦନକୁ ଟ୍ରାକ୍‌ କରି ତାଙ୍କ ଭିତରେ ଚାଲିଥିବା ବିଭିନ୍ନ ଅବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ଏଥିରେ ଥିବା ସେନ୍ସର ୟୁଜର୍ସଙ୍କ ଶରୀରର ତାପମାତ୍ରା, ରକ୍ତ ପ୍ରବାହ, ଉଦ୍‌ବିଗ୍ନତା ଓ ନିଦ୍ରାହୀନତାକୁ ମାପ କରିଥିଲା। ଆମେରିକାର ନାଗରିକମାନେ ନିର୍ବାଚନ ରାତିରେ ଶୋଇପାରି ନ ଥିବା ମୋଟ ସମୟ ୧୩୮ ନିୟୁତ ଘଣ୍ଟା ବୋଲି ହାରାହାରି ହିସାବରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପହଞ୍ଚିଲେ ୧୭ ଜଣିଆ ଆମେରିକା ପ୍ରତିନିଧି ଦଳ

ଇସଲାମାବାଦ୍‌,୭।୯: ପାକିସ୍ତାନରେ ଆମେରିକାର ୧୭ ଜଣିଆ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ଶନିବାର ପାକିସ୍ତାନରେ ପହଞ୍ଚିଥିବା ପ୍ରତିନିଧି ଦଳ ଆଫଗାନିସ୍ତାନ ସମସ୍ୟା ନେଇ ପାକିସ୍ତାନ ପ୍ରତିପକ୍ଷଙ୍କ ସହିତ...

ଡେଲ୍ଟା ଭାରିଆଣ୍ଟ ତାଣ୍ଡବ, ହସ୍ପିଟାଲରେ ବେଡ୍‌ ଅଭାବ…

ଓ୍ବାଶିଂଟନ,୩୦।୮: ଆମେରିକାରେ କରୋନା ମହାମାରୀର ଡେଲ୍ଟା ଭାରିଆଣ୍ଟ ଯୋଗୁ ବିପଦ ସୃଷ୍ଟି ହୋଇଛି। ଡେଲ୍ଟା ତାଣ୍ଡବ ରଚିବା ଦ୍ୱାରା ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୫୦...

କାନାଡାରେ ଓମିକ୍ରନ୍ ସବ ଭାରିଏଣ୍ଟ ଦ୍ୱାରା ୫୧ ସଂକ୍ରମିତ

ଓଟାୱା,୨୭ ।୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱରେ ଦୃତ ଗତିରେ ମାଡି ଚାଲିଛି । ଏବେ ଏହା ଅନେକ ଦେଶରେ ପିକ୍‌ରେ...

ଧମକ ଦେବା ପୂର୍ବରୁ ପ୍ରଥମେ ପରିଣାମ ଚିନ୍ତାକର, ପୁଟିନ୍‌ଙ୍କ ଚେତାବନୀ…

ମସ୍କୋ, ୨୧।୪ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଆର୍‌ଏସ୍‌-୨୮ ସରମାଟ କ୍ଷେପଣାସ୍ତ୍ର ପରୀକ୍ଷା କରି ଆତଙ୍କ ସୃଷ୍ଟି କରିଛି। ଏହି କ୍ଷେପଣାସ୍ତ୍ର ଆଣବିକ...

‘ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ’

ଲଣ୍ଡନ, ୧୧।୮(ପି.ଟି.): କରୋନା ଜନିତ ଲକ୍‌ଡାଉନ ପରେ ପିଲାମାନଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସୋମବାର...

କରୋନାର ଦୋହରା ମାଡ଼: ପୁଣି ଲକ୍‌ଡାଉନ୍‌ !

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏବେ କେତେକ ଦେଶରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ ପୁଣି...

୫୭ ବର୍ଷରେ ବାପା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ, ୧୦ା୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ(୫୭) ପୁଣି ବାପା ହୋଇଛନ୍ତି। ସ୍ତ୍ରୀ କ୍ୟାରି ଜନ୍‌ସନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଗୁରୁବାର ଉଭୟେ...

ମୁକ୍ତ ଇଣ୍ଡୋ-ପାସିଫିକ୍‌ ପାଇଁ ସଂକଳ୍ପ

ମେଲବୋର୍ନ,୧୨ା୨: ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ବହିର୍ବ୍ୟାପାର ମନ୍ତ୍ରୀମାନେ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି...

Advertisement
Archives

Model This Week