Posted inଜାତୀୟ

୧୩୫ କୋଟି ଲୋକ ଆମ ଉପରେ ହସୁଛନ୍ତି: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୦।୧୨ : ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ମଙ୍ଗଳବାର ରାଜ୍ୟ ସଭାରେ ନିଜ ଆସନରୁ ଉଠିବାକୁ ପଡିଛି। ସେ ଏମ୍‌ପିମାନଙ୍କୁ ମନେ ପକାଇବାକୁ କହିଥିଲେ ଯେ ଆମେ ଛୋଟପିଲା ନୁହେଁ। ଭାରତର ସ୍ବାଧୀନତାରେ ଆରଏସଏସର କୌଣସି ଯୋଗଦାନ ନାହିଁ ବୋଲି କଂଗ୍ରେସ ନେତା ମଲିକାର୍ଜୁନ ଖାର୍ଗେଙ୍କ ମନ୍ତବ୍ୟ ନେଇ ଗୃହରେ ଜାରି ରହିଥିବା ହଟ୍ଟଗୋଳକୁ ଉଦ୍ଦେଶ୍ୟରେ ଉପରାଷ୍ଟ୍ରପତି ଏଭଳି କହିଛନ୍ତି। ନିଜ ଆସନରେ ଉଠି ସେ ଛିଡ଼ା ହୋଇ ଗୃହର ମର୍ଯ୍ୟାଦା ରକ୍ଷା କରିବା ଜରୁରୀ ବୋଲି ଗୁରୁତ୍ୱାରୋପ କରିଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଗୃହରେ କହିଛନ୍ତି ଯେ ଏଭଳି ହଟ୍ଟଗୋଳ କରି ଆମେ ଏକ ଖରାପ ଉଦାହରଣ ସୃଷ୍ଟି କରୁଛୁ। ଗୃହକୁ ନେଇ ଜନସାଧାରଣଙ୍କର ମୋହଭଙ୍ଗ ହେଉଛି।ଏହି ପ୍ରକାର ପ୍ରଦର୍ଶନ ଆମକୁ ବଦନାମ କରୁଛି।

ଆସନରୁ ଉଠି ଶାସକ ଦଳ ଏବଂ ବିରୋଧୀ ଦଳର ବେଞ୍ଚ ଆଡକୁ ହାତ ଦେଖାଇ ସେ ନିଜର ମତ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଥିପାଇଁ ତାଙ୍କୁ ଅନେକ ଥର ’ଗୋଟିଏ ସେକେଣ୍ଡ, ଗୋଟିଏ ସେକେଣ୍ଡ’ କହିବାକୁ ପଡିଥିଲା। ତା’ପରେ ସେ କହିଥିଲେ, ଆସନରୁ ଯାହା କୁହାଯାଉଛି ତାହା ଆପଣମାନେ ଗ୍ରହଣ କରୁନାହାଁନ୍ତି, ଏହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଆମ ପାଇଁ ଗୃହର ପରିବେଶ କେତେ ଯନ୍ତ୍ରଣାଦାୟକ ହୋଇଛି ତାହା ଆପଣମାନେ ଜାଣିବା ଜରୁରୀ। ମୋତେ ବିଶ୍ୱାସ କରନ୍ତୁ, ଦେଶର ୧୩୫ କୋଟି ଲୋକ ଆମ ଉପରେ ହସୁଛନ୍ତି । ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, ଭାବୁଛନ୍ତି ଯେ ଆମର ରାଜନେତାମାନେ କେଉଁ ସ୍ତରକୁ ଛିଡା ହୋଇଛନ୍ତି।

ଭାଜପା ସଦସ୍ୟମାନେ ବିରୋଧୀଦଳର ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ରାଜସ୍ଥାନ ରାଲିରେ କରିଥିବା ଦାବିକୁ ନେଇ ହଟ୍ଟଗୋଳ ସମୟରେ ସଦସ୍ୟମାନଙ୍କୁ ଅନୁଶାସନ ଶିକ୍ଷା ଦେଇ ଧନକର କହିଥିଲେ, ଏହା ସମ୍ଭବତଃ ଉତ୍ତେଜିତ ଅବସ୍ଥାରେ ଗୃହର ବାହାରେ କିଛି କୁହାଯାଇଥିଲା। ଏପରି ବିବୃତ୍ତିର କୌଣସି ଆଧାର ଅଛି କି ନାହିଁ ତାହା ଅଜଣା।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri