Posted inଜାତୀୟ

ଅକ୍ସିଜେନ ଅଭାବରୁ ଚାଲିଗଲା ୧୩ କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ : ଜିଲା ଅଧିକାରୀ ମାନିବାକୁ ନାରାଜ

ଚେନ୍ନାଇ,୫।୫ : ଅକ୍ସିଜେନ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାରୁ ଚେନଗାଲପାଟୁ ସରକାରୀ ହସ୍ପିଟାଲରେ ଚାଲିଯାଇଛି ୧୩ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ। କିନ୍ତୁ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଓ ହସ୍ପିଟାଲ କର୍ତ୍ତୁପକ୍ଷ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଥିବା କହିଛନ୍ତିି। ତେବେ ହସ୍ପିଟାଲର ଅବହେଳା ଏହି ଘଟଣା ପଛର କାରଣ ବୋଲି କହିଛନ୍ତି ଉକ୍ତ କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ପୋଷ୍ଟ ଗ୍ରାଜୁଏଟ୍‌ ଡାକ୍ତର।

ପ୍ରଶାସନିକ ଅବହେଳା ବିରୋଧରେ ଚେନଗାଲପାଟୁ ସରକାରୀ ହସ୍ପିଟାଲର ଡାକ୍ତରମାନେ ବୁଧବାର ସକାଳୁ ବିକ୍ଷୋଭ କରୁଛନ୍ତି। ଅକ୍ସିଜେନ ଅଭାବ ସମ୍ପର୍କରେ ମଙ୍ଗଳବାର ସକାଳେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ଚେତାବନୀ ଦେଇଥିଲୁ। କିନ୍ତୁ ରାତି ସୁଦ୍ଧା ହସ୍ପିଟାଲ ମୁଖ୍ୟ ଓ ବରିଷ୍ଠ ଡାକ୍ତର ଏହାର ସମାଧାନ କରିପାରି ନ ଥିଲେ ବୋଲି ଜଣେ ଡାକ୍ତର ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି।

ବିକ୍ଷୋଭକାରୀ ଡାକ୍ତରଙ୍କ ଅନୁଯାୟୀ, ହସ୍ପିଟାଲରେ ଆବଶ୍ୟକ ପରିମାଣର ଅକ୍ସିଜେନ ନ ଥିଲା। ସମସ୍ତ ଅକ୍ସିଜେନ ବେଡ୍‌ରେ କୋଭିଡ୍‌-୧୯ ଆକ୍ରାନ୍ତ ଭର୍ତ୍ତି ଥିଲେ। ହସ୍ପିଟାଲରେ ସାଧାରଣତଃ ପ୍ରତ୍ୟେକ ଦିନ ୨.୩ କିଲୋଲିଟର ଅକ୍ସିଜେନ ଦରକାର ହୁଏ। ମାତ୍ର ମଙ୍ଗଳବାର ଦରକାର ପଡ଼ିଥିଲା ୪.୫ କିଲୋଲିଟର ଅକ୍ସିଜେନ। ହସ୍ପିଟାଲ ଓ ଜିଲା ଅଧିକାରୀ ଏଥି ପ୍ରତି ଅନ୍ତିମ ସମୟ ପର୍ଯ୍ୟନ୍ତ ଧ୍ୟାନ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାଗ୍ରସ୍ତ ହେଲା ଲଢ଼ୁଆ ବିମାନ

ନୂଆଦିଲ୍ଲୀ,୨୫।୮: ଭାରତୀୟ ବାୟୁସେନାର ଏକ ମିଗ୍‌-୨୧ ଲଢ଼ୁଆ ବିମାନ ରାଜସ୍ଥାନର ବାର୍‌ମେରଠାରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଶିକ୍ଷଣ ଉଡ଼ାଣ ବେଳେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ...

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ସରକାରଙ୍କ ନୂତନ ଯୋଜନା…

ନୂଆଦିଲ୍ଲୀ,୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଅସ୍ତ୍ରଶସ୍ତ୍ର ଉତ୍ପାଦନ ଏବଂ...

ଓବିସିଙ୍କ ପାଇଁ ଜାତି ଭିତ୍ତିକ ଜନଗଣନା: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୨୪।୧୨ : ଆଗାମୀ ଜନଗଣନାରେ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ଜାତି ଭିତ୍ତିକ ଜନଗଣନା ଲାଗି ନିର୍ଦ୍ଦେଶ ଲୋଡିଥିବା ଆଦେବନରେ ସୁପ୍ରିମକୋର୍ଟ କେନ୍ଦ୍ର ତଥା...

ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ଝଟ୍‌କା: ଝାଡ଼ୁ ଛାଡ଼ି ପଦ୍ମ ଧରିଲେ ରାଜ୍ୟ ସଚିବ

ଅହମ୍ମଦାବାଦ,୧୧।୧୧: ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ସେତିକି ଆକ୍ଟିଭ ହୋଇଯାଉଛନ୍ତି। କିଏ...

ୟୁପି ଉପନିର୍ବାଚନ: ଘୋଷି ଆସନରୁ ଦାରା ସିଂ ଚୌହାନଙ୍କୁ ପ୍ରାର୍ଥୀ କଲା ଭାଜପା

ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ମଉ ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାନଚ ପାଇଁ ଭାଜପା ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଦାରା ସିଂ...

ଭାରତରେ କ୍ୟାମ୍ପସ ଥିବା ବିଦେଶୀ ବିଶ୍ୱବିଦ୍ୟାଳୟକୁ ଅନ୍‌ଲାଇନ ପାଠପଢ଼ା ଅନୁମତି ମନା: ୟୁଜିସି…

ନୂଆଦିଲ୍ଲୀ,୫।୧ : ଭାରତରେ କ୍ୟାମ୍ପସ ଖୋଲିଥିବା ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନଲାଇନ ପାଠପଢ଼ା ପାଇଁ ଅନୁମତି ଦିଆଯିବ ନାହିଁ। ୟୁଜିସି ମୁଖ୍ୟ ଏମ ଜଗଦେଶ କୁମାର କହିଛନ୍ତି...

ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ସର୍ଭେ ରିପୋର୍ଟ…

ନୂଆଦିଲ୍ଲୀ, ୨୩।୧ : ଦେଶରେ ଓମିକ୍ରନ ଭାରିଆଣ୍ଟ୍‌ର ଗୋଷ୍ଠୀ ସଂକ୍ରମଣ ହେବାର ସଙ୍କେତ ମିଳିିଛି। ଇଣ୍ଡିଆନ୍‌ ସାର୍ସ-କୋଭ୍‌-୨ ଜେନୋମିକ୍ସ କନସୋର୍ଟିୟମ୍‌ (ଇନସାକୋଗ୍‌) ଏହାର ସର୍ବଶେଷ ସର୍ଭେ...

୫ ରାଜ୍ୟରେ କରୋନାର ଦୋହରା ମାଡ଼

ନୂଆଦିଲ୍ଲୀ,୨୦।୨: ଦେଶରେ ସାର୍ବଜନୀକ କରୋନା ପ୍ରତିଷେଧକ ଟିକାକରଣ ଜାରି ରହିଛି। ତେବେ ବି ୫ ରାଜ୍ୟକୁ ପୁଣି କରୋନା ଫେରିଛି। ଏସବୁ ରାଜ୍ୟରେ କେରାନାର ଦୋହରା...

Advertisement
Archives

Model This Week