୧୩ ବ୍ଲକର ୧୩ ଲକ୍ଷପତି ଦିଦି ସମ୍ବର୍ଦ୍ଧିତ

ଭବାନୀପାଟଣା,୧୨।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ମଙ୍ଗଳବାର ଜିଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲା ପ୍ରଶାସନ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହା ଅୟୋଜିତ ହୋଇଥିଲା। ଜିଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଜୀବିକା ମିଶନର ଜିଲା ପ୍ରକଳ୍ପ ପରିଚାଳକ ଚନ୍ଦନ କୁମାର ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ ଜିଲାରେ ଲକ୍ଷପତି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ସୂଚନା ଦେବା ସହ ଲକ୍ଷପତି ଦିଦି ନିମନ୍ତେ ମହିଳାମାନଙ୍କ ତାଲିମ, ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହିଥିଲେ। ମୁଖ୍ୟ ଅତିଥି ଜିଲାପାଳ ପ୍ରକାଶ ମହିଳାମାନଙ୍କୁ ଲକ୍ଷପତି ଦିଦି ବିକାଶ ଯୋଜନାରେ ସାମିଲ ହେବା ପାଇଁ ସରକାରଙ୍କ ପଦକ୍ଷେପ, ଜୀବିକା ମିଶନର ବିକାଶ ବିଷୟରେ ଆହ୍ବାନ ଦେଇଥିଲେ। ଏହି ଅବସରରେ ଜିଲାର ୧୩ ବ୍ଲକରୁ ୧୩ ଜଣ ଲକ୍ଷପତି ସହାୟିକା ଦିଦିଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଭାଜପା ଜିଲା ସଭାପତି ଯୁଗଳ କିଶୋର ପୋଢ଼, ସାଂସଦ ପ୍ରତିନିଧି ଜୟଶଙ୍କର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡା, ଜିଲା ମୁଖ୍ୟ ଉଦ୍ୟାନ ଅଧିକାରୀ ବିଷ୍ଣୁ ପ୍ରସାଦ ସିଂ, ଜିଲା ମତ୍ସ୍ୟ ସମ୍ପଦ ଅଧିକାରୀ ଦ୍ରୌପଦୀ ମାଝୀ, ଜିଲା ପ୍ରାଣୀ ସମ୍ପଦ ଅଧିକାରୀ ଡା. ନିରୋଦ କହଁର, ଏଲ୍‌ଡିଏମ୍‌ ଧର୍ମରାଜ ସୁନାନୀ ପ୍ରମୁଖ ନିଜ ବିଭାଗ ଦ୍ବାରା ମହିଳାମାନେ କିପରି ଲାଭ ଉଠାଇ ଲକ୍ଷପତି ହୋଇପାରିବେ ସେ ନେଇ କହିଥିଲେ। କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକ ତେନ୍ତୁଳିପଙ୍ଗା ଗ୍ରାମର ବାସନ୍ତୀ ହରିଜନ କିଭଳି ଲକ୍ଷପତି ହୋଇ ପାରିଛନ୍ତି ସେ ବିଷୟରେ ନିଜର ଅନୁଭୂତି କହିଥିଲେ। ଏଥିରେ ୧୩ ବ୍ଲକ ଓ ପୌରପାଳିକାରୁ ୪ହଜାରରୁ ଊର୍ଦ୍ଧ୍ୱ ମହିଳା ଯୋଗ ଦେଇଥିଲେ। ଶେଷରେ ମିଶନ ଶକ୍ତି ବିଭାଗର ଜିଲା ସଂଯୋଜିକା ସୁମନ ଦ୍ବିବେଦୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri