ପୁଣି ପ୍ରାର୍ଥୀ ହେବା ନେଇ ଆଶଙ୍କାରେ ୩ ବିଧାୟକ

ବ୍ରହ୍ମପୁର,୨୧ା୧୧(ନରସିଂହ ସାହୁ): ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିରୁ ୧୨ ବିଧାୟକ ନିର୍ବାଚିତ ହୋଇଥିଲେ। କେବଳ ସାନଖେମୁଣ୍ଡି ଆସନରୁ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଗୋପାଳପୁରରୁ ନିର୍ବାଚିତ ବିଧାୟକ ବିଜେଡିରୁ ୩ବର୍ଷ ତଳୁ ବହିଷ୍କୃତ ହୋଇଛନ୍ତି। ଇତିମଧ୍ୟରେ ଦିଗପହଣ୍ଡି ବିଧାୟକଙ୍କ ପରଲୋକ ହୋଇଯାଇଛି। ଫଳରେ ଜିଲାରେ ଏବେ ୧୦ ବିଧାୟିକା ବିଧାୟକ ବିଜେଡିର ଅଛନ୍ତି।

କିଛିମାସ ପରେ ୨୦୨୪ ନିର୍ବାଚନ ହେବ। ତେଣୁ ଜିଲାରେ ମୁଖ୍ୟତଃ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପାର ପ୍ରାକ୍‌ ପ୍ରସ୍ତୁତି ଜୋରଦାର ଚାଲିଛି। ଅସ୍ତିତ୍ୱ ହରାଇଥିବା କଂଗ୍ରେସ ନୀରବରେ ରହିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ମହିଳା କାର୍ଡ ଖେଳୁଥିବାରୁ ଆଗାମୀ ନିର୍ବାଚନରେ ଅର୍ଦ୍ଧାଧିକ ଆସନରେ ମହିଳା ପ୍ରାର୍ଥୀ ଲଢ଼ିବାର ରାଜନୀତି ମହଲରେ ଚର୍ଚ୍ଚା ହେଉଛି। ଶଙ୍ଖ ଦଳରୁ ବିଦା ହୋଇଥିବା ଗୋପାଳପୁର ବିଧାୟକଙ୍କ ୩ ଅନୁଗତ ବିଧାୟକ ଟିକେଟ ପାଇବେ କି ନାହିଁ ସେମାନେ ଆଶା ଓ ଆଶଙ୍କାରେ ଥିବା କର୍ମୀ ମହଲରୁ ଆଲୋଚନା ହେଉଛି। ତନ୍ମଧ୍ୟରୁ ଜଣେ ଲଗାତର ଭାବେ ୩ ଥର, ଆଉଜଣେ ୨ ଥର ଓ ଜଣେ ଥରେ ନିର୍ବାଚିତ ହୋଇଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା ଜଣକ ଦଳର କର୍ମୀଙ୍କ ଆକ୍ରୋଶର ଶୀକାର ହୋଇଥିବା ବେଳେ ୨ ଥର ଜିତିଥିବା ବିଧାୟକ ବିଭିନ୍ନ ମାମଲାରେ ଛନ୍ଦି ହୋଇଛନ୍ତି। ୩ ଥର ଜିତି ହ୍ୟାଟ୍ରିକ ହୋଇଥିବା ବିଧାୟକ ଅସୁସ୍ଥତା ଥିବାରୁ ସେଠାରେ ନୂଆ ଚେହେରାଙ୍କୁ ବିଜେଡି ପ୍ରାର୍ଥୀ କରିବା ସମ୍ଭାବନା ଥିବା ଆଲୋଚନା ଚାଲିଛି।

ଅନ୍ୟପକ୍ଷରେ ଗୋପାଳପୁର ଓ ସାନଖେମୁଣ୍ଡି ଆସନ ଉପରେ ବିଜେଡି ଫୋକସ କରିଛି। ସାନଖେମୁଣ୍ଡି କଂଗ୍ରେସ ହାତରୁ ଛଡ଼ାଇ ଆଣିବାକୁ ଦଳ ଏବେଠୁ ରଣନୀତି ଆରମ୍ଭ କରିଛି। ଗୋପାଳପୁର ସମ୍ମାନର ପ୍ରଶ୍ନ ହୋଇଥିବାରୁ ସେଠାର ଦଳୀୟ ସାଙ୍ଗଠନିକ ଦାୟିତ୍ୱ ବ୍ରହ୍ମପୁର ବିଧାୟକଙ୍କୁ ନ୍ୟସ୍ତ କରିଛି। ଦିଗପହଣ୍ଡି ବିଜେଡି ରାଜନତିରେ ଗୋଷ୍ଠୀ କନ୍ଦଳ ଉଗ୍ର ହୋଇଥିବାରୁ ସେଠାରେ ଦଳରୁ କାହାକୁ ପ୍ରାର୍ଥୀ କରାଯିବ ଏବେ ଅସ୍ପଷ୍ଟ ରହିଛି। ଖଲିକୋଟ, କବିସୂର୍ଯ୍ୟନଗର ଆସନରେ ମଧ୍ୟ ବିଜେଡିର ବିଦ୍ରୋହୀମାନେ ବିଧାୟିକା ବିପକ୍ଷରେ ଅଛନ୍ତି। ଚିକିଟି, ସୋରଡ଼ା ଓ ପୋଲସରା ନିର୍ବାଚନ ମଣ୍ଡଳୀରେ ବିରୋଧୀ ଭାଜପା ସାଙ୍ଗଠନିକ ସ୍ଥିତି ବଢ଼ୁଥିବାରୁ ସେଥିପ୍ରତି ବିଜେଡି ନଜର ରଖିଛି। ଖୁବ ନିକଟରେ ଚିକିଟିରେ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ କର୍ମୀ ସମ୍ମିଳନୀ କରାଯିବ ବୋଲି ଜିଲା ସଂଗଠନ ପକ୍ଷରୁ ସୂଚନା ମିଳିଛି। ଏସବୁ କାରଣରୁ ଜିଲା ବିଜେଡି ରାଜନୀତି ରୋଚକ ହୋଇଛି। ଆଗାମୀ ନିର୍ବାଚନରେ ୧୩ଟି ଯାକ ଆସନ ବିଜେଡି ଦଖଲ କରିବାର ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri