Posted inଜାତୀୟ

୧୩.୧୩ ଲକ୍ଷ ଝିଅ, ମହିଳା ନିଖୋଜ

ନୂଆଦିଲ୍ଲୀ,୩୧ା୭ (ପି.ଟି.): ଭାରତରେ ୨୦୧୯ରୁ ୨୦୨୧ ତିନି ବର୍ଷ ମଧ୍ୟରେ ୧୩.୧୩ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଓ ଝିଅ ନିଖୋଜ ହୋଇଯାଇଛନ୍ତି। ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ପାଖାପାଖି ୨ ଲକ୍ଷ ନିଖୋଜ ହୋଇଥିବାବେଳେ ଏହା ପଛକୁ ପଶ୍ଚିମବଙ୍ଗ ରହିଛି। ଏହି ସମୟ ମଧ୍ୟରେ ଓଡ଼ିଶାରୁ ୭୦ ହଜାର ୨୨୨ ମହିଳା ଏବଂ ୧୬ ହଜାର ୬୪୯ ଝିଅ ନିଖୋଜ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୮ ବର୍ଷରୁ ଉର୍ଦ୍ଧ୍ୱ ୧୦,୬୧,୬୪୮ ଜଣ ମହିଳା ଏବଂ ୧୮ ବର୍ଷରୁ କମ୍‌ ୨,୫୧,୪୩୦ ଝିଅ ସାରା ଦେଶରୁ ନିଖୋଜ ହୋଇଯାଇଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଦ୍ୱାରା ଏହି ତଥ୍ୟ ସଂଗ୍ରହ କରାଯାଇଛି।
୨୦୧୯ରୁ ୨୦୨୧ ମଧ୍ୟରେ ମଧ୍ୟପ୍ରଦେଶରୁ ୧,୬୦,୧୮୦ ମହିଳା ଏବଂ ୩୮,୨୩୪ ଝିଅ ନିଖୋଜ ହୋଇଥିବାବେଳେ ପଶ୍ଚିମବଙ୍ଗରୁ ୧,୫୬,୯୦୫ ମହିଳା ଏବଂ ୩୬,୬୦୬ ଝିଅଙ୍କ ଖୋଜଖବର ମିଳୁନାହିଁ। ସେହିପରି ମହାରାଷ୍ଟ୍ରରୁ ୧,୭୮,୪୦୦ ମହିଳା ଏବଂ ୧୩,୦୩୩ ଝିଅ ଲାପତ୍ତା ହୋଇଥିବାବେଳେ ଛତିଶଗଡ଼ରୁ ୪୯,୧୧୬ ମହିଳା ଏବଂ ୧୦,୮୧୭ ଝିଅ ନିଖୋଜ ଅଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୬୧,୦୫୪ ମହିଳା ଏବଂ ୨୨,୯୧୯ ଝିଅ ଗତ ୩ ବର୍ଷରେ ନିଖୋଜ ହୋଇଛନ୍ତି। ସେହିପରି ଜମ୍ମୁ-କଶ୍ମୀରରେ ୮,୬୧୭ ମହିଳା ଏବଂ ୧,୧୪୮ ଝିଅଙ୍କ ପତ୍ତା ମିଳୁନାହିଁ। ମହିଳାମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିବା ପାର୍ଲାମେଣ୍ଟକୁ ଜଣାଇଛନ୍ତି। ଯୌନ ଅପରାଧରୁ ମହିଳାଙ୍କ ସୁରକ୍ଷା ପାଇଁ ଫୌଜଦାରି ଆଇନ (ସଂଶୋଧନ) ଆଇନ, ୨୦୧୩ କାର୍ଯ୍ୟକାରୀ ହୋଇଛି। ଏହା ବ୍ୟତୀତ ଦଣ୍ଡ ବ୍ୟବସ୍ଥାକୁ ଅଧିକ କଠୋର କରିବା ପାଇଁ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆକ୍ଟ, ୨୦୧୮ କାର୍ଯ୍ୟକାରୀ ହୋଇଛି, ଯେଉଁଥିରେ ୧୨ ବର୍ଷ ବୟସରୁ କମ୍‌ ଝିଅଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ ଦିଆଯାଇପାରିବ। ବଳାତ୍କାର ଅଭିଯୋଗର ୨ ମାସ ମଧ୍ୟରେ ତଦନ୍ତ ଶେଷ କରି ଚାର୍ଜଶିଟ୍‌ ଦାଖଲ କରିବା ଏବଂ ପରବର୍ତ୍ତୀ ୨ ମାସରେ ବିଚାର ଶେଷ କରିବାକୁ ଆଇନରେ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ସରକାର ଏକ ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିଷ୍ଟମ୍‌ ଆରମ୍ଭ କରିଛନ୍ତି। ୧୧୨ ନମ୍ବର ଭିତ୍ତିକ ଏହି ବ୍ୟବସ୍ଥା ମହିଳାଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିଥାଏ। ସ୍ମାର୍ଟ ପୋଲିସିଂ, ନିରାପଦ ପରିଚାଳନା, ସୁରକ୍ଷିତ ସିଟି ପ୍ରୋଜେକ୍ଟକୁ ସହାୟତା ପାଇଁ ପ୍ରଯୁକ୍ତି ବ୍ୟବହାରକୁ ପ୍ରଥମ ପର୍ଯ୍ୟାୟରେ ୮ ମହାନଗର ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ ଏବଂ ମୁମ୍ବାଇରେ ଲାଗୁ କରାଯାଇଛି। ସୋସିଆଲ ମିଡିଆରେ ଅଶ୍ଳୀଳ ବିଷୟ ସମ୍ପର୍କରେ ଜନସାଧାରଣ ଅଭିଯୋଗ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୨୦୧୮ ସେପ୍ଟେମ୍ବର ୨୦ରେ ସାଇବର ରିପୋର୍ଟିଂ ପୋର୍ଟାଲ ଏବଂ ଯୌନ ଅପରାଧୀଙ୍କ ଉପରେ ଏକ ଜାତୀୟ ଡେଟାବେସ୍‌ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?