ସମୁଦ୍ରରେ ଛଡ଼ାଗଲା ୧୨୮ ଅଲିଭରିଡ୍‌ଲେ ଛୁଆ

ଲଙ୍ଗଳେଶ୍ୱର, ୩।୫(ଡି.ଏନ.ଏ.) ବାଲିଆପାଳ ବ୍ଲକ ଚୌମୁଖ ବେଳାଭୂମିକୁ ଗତ କିଛିବର୍ଷ ହେଲା ବିଭିନ୍ନ ପ୍ରଜାତିର ଅଲିଭ ରିଡ଼ଲେ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଭାବେ ବାଛିଛନ୍ତି। ରବିବାର ତୃତୀୟଥର ପାଇଁ ବନବିଭାଗ ପକ୍ଷରୁ ଅସ୍ଥାୟୀ ହେଚେରୀରେ ସଂରକ୍ଷିତ ରଖାଯାଇଥିବା ୧୩୫ ଅଣ୍ଡା ମଧ୍ୟରୁ ଜନ୍ମିତ ୧୨୮ ଶାବକକୁ ସମୁଦ୍ରକୁ ଛଡ଼ାଯାଇଛି ା
ରେଞ୍ଜର ଗଣେଶ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶରେ ଚୌମୁଖ ଫରେଷ୍ଟଗାର୍ଡ଼ ହୃଷିକେଶ ପ୍ରଧାନ, ସହଯୋଗୀ ଦୁର୍ଜୟ କୁମାର କରଣ, ଉତ୍ତମ କୁମାର ଖଟୁଆ, ବ୍ଲକ ଉପାଧ୍ୟକ୍ଷ ରାଜେଶ ଚୌଧୁରୀ ଏବଂ ସରପଞ୍ଚ ପ୍ରତିନିଧି ବେଣୁଧର ରଣଜିତଙ୍କ ଉପସ୍ଥିତିରେ ଏହି ଶାବକଗୁଡ଼ିକୁ ସମୁଦ୍ର ଭିତରକୁ ଛଡ଼ାଯାଇଥିଲା। ସେହିପରି ଦୁଇଟି ପର୍ଯ୍ୟାୟରେ ପ୍ରଜନନ ପାଇଁ ଅଣ୍ଡା ରଖାଯାଇଥିବା ଫରେଷ୍ଟଗାର୍ଡ଼ ହୃଷିକେଶ ପ୍ରଧାନ କହିଛନ୍ତି। ତେବେ ଏତେସଂଖ୍ୟାରେ କଇଁଛ ଏଠାକୁ ଅଣ୍ଡା ଦେବାକୁ ଆସୁଥିବା ବେଳେ ବନବିଭାଗ ପକ୍ଷରୁ ସେମିତି କିଛି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ନ ଯିବା କାରଣରୁ କିଛି ଶିକାରୀ ଏହି କଇଁଛମାନଙ୍କୁ ଶିକାର କରି ଖାଇଯାଉଥିବା ଏବଂ ପ୍ରସ୍ତାବିତ ବନ୍ଦର ପାଇଁ ସମୁଦ୍ରରେ ସର୍ଭେ କାର୍ଯ୍ୟରେ ନିୟୋଜିତ ଯନ୍ତ୍ରଚାଳିତ ଇଞ୍ଜିନ ବୁଲିବା ଯୋଗୁ କିଛି କଇଁଛଙ୍କ ମୃତ୍ୟୁ ଘଟୁଛି। ବନବିଭାଗ ପକ୍ଷରୁ ଏହି କଇଁଛମାନଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଉକ୍ତ ଅଞ୍ଚଳକୁ ଅଲିଭ ରିଡ଼ଲେଙ୍କ ଅଣ୍ଡାଦାନ ସ୍ଥାନ ଭାବେ ଘୋଷାଣା କରାଯାଇ ନିଷେଧାଞ୍ଚଳ ଘୋଷଣା କରିବାକୁ ସରପଞ୍ଚ ପ୍ରତିନିଧି ବେଣୁଧର ରଣଜିତ୍‌, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ ସମେତ ବହୁ ପଞ୍ଚାୟତବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

ସକାଳୁ ସକାଳୁ ପୋଖରୀରେ ଭାସୁଛି କ୍ଷୁଦ୍ର ଜଳସେଚନ ବିଭଗ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…

ପ୍ଲାଟିନମ୍‌ ଉପାଦାନ ଉତ୍ତୋଳନ ସଫଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୫(ପି.ଟି./ସୁନିତ୍‌ ମିଶ୍ର): ବିଶ୍ୱ ବଜାରରେ ଲୁହାପଥର, ବକ୍ସାଇଟ୍‌, କ୍ରୋମାଇଟ୍‌ ଭଳି କଞ୍ଚାମାଲର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଟିନମ୍‌ର ଚାହିଦା ମଧ୍ୟ ବଢ଼ିିଛି ।…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri