ସମୁଦ୍ରରେ ଛଡ଼ାଗଲା ୧୨୮ ଅଲିଭରିଡ୍‌ଲେ ଛୁଆ

ଲଙ୍ଗଳେଶ୍ୱର, ୩।୫(ଡି.ଏନ.ଏ.) ବାଲିଆପାଳ ବ୍ଲକ ଚୌମୁଖ ବେଳାଭୂମିକୁ ଗତ କିଛିବର୍ଷ ହେଲା ବିଭିନ୍ନ ପ୍ରଜାତିର ଅଲିଭ ରିଡ଼ଲେ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଭାବେ ବାଛିଛନ୍ତି। ରବିବାର ତୃତୀୟଥର ପାଇଁ ବନବିଭାଗ ପକ୍ଷରୁ ଅସ୍ଥାୟୀ ହେଚେରୀରେ ସଂରକ୍ଷିତ ରଖାଯାଇଥିବା ୧୩୫ ଅଣ୍ଡା ମଧ୍ୟରୁ ଜନ୍ମିତ ୧୨୮ ଶାବକକୁ ସମୁଦ୍ରକୁ ଛଡ଼ାଯାଇଛି ା
ରେଞ୍ଜର ଗଣେଶ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶରେ ଚୌମୁଖ ଫରେଷ୍ଟଗାର୍ଡ଼ ହୃଷିକେଶ ପ୍ରଧାନ, ସହଯୋଗୀ ଦୁର୍ଜୟ କୁମାର କରଣ, ଉତ୍ତମ କୁମାର ଖଟୁଆ, ବ୍ଲକ ଉପାଧ୍ୟକ୍ଷ ରାଜେଶ ଚୌଧୁରୀ ଏବଂ ସରପଞ୍ଚ ପ୍ରତିନିଧି ବେଣୁଧର ରଣଜିତଙ୍କ ଉପସ୍ଥିତିରେ ଏହି ଶାବକଗୁଡ଼ିକୁ ସମୁଦ୍ର ଭିତରକୁ ଛଡ଼ାଯାଇଥିଲା। ସେହିପରି ଦୁଇଟି ପର୍ଯ୍ୟାୟରେ ପ୍ରଜନନ ପାଇଁ ଅଣ୍ଡା ରଖାଯାଇଥିବା ଫରେଷ୍ଟଗାର୍ଡ଼ ହୃଷିକେଶ ପ୍ରଧାନ କହିଛନ୍ତି। ତେବେ ଏତେସଂଖ୍ୟାରେ କଇଁଛ ଏଠାକୁ ଅଣ୍ଡା ଦେବାକୁ ଆସୁଥିବା ବେଳେ ବନବିଭାଗ ପକ୍ଷରୁ ସେମିତି କିଛି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ନ ଯିବା କାରଣରୁ କିଛି ଶିକାରୀ ଏହି କଇଁଛମାନଙ୍କୁ ଶିକାର କରି ଖାଇଯାଉଥିବା ଏବଂ ପ୍ରସ୍ତାବିତ ବନ୍ଦର ପାଇଁ ସମୁଦ୍ରରେ ସର୍ଭେ କାର୍ଯ୍ୟରେ ନିୟୋଜିତ ଯନ୍ତ୍ରଚାଳିତ ଇଞ୍ଜିନ ବୁଲିବା ଯୋଗୁ କିଛି କଇଁଛଙ୍କ ମୃତ୍ୟୁ ଘଟୁଛି। ବନବିଭାଗ ପକ୍ଷରୁ ଏହି କଇଁଛମାନଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଉକ୍ତ ଅଞ୍ଚଳକୁ ଅଲିଭ ରିଡ଼ଲେଙ୍କ ଅଣ୍ଡାଦାନ ସ୍ଥାନ ଭାବେ ଘୋଷାଣା କରାଯାଇ ନିଷେଧାଞ୍ଚଳ ଘୋଷଣା କରିବାକୁ ସରପଞ୍ଚ ପ୍ରତିନିଧି ବେଣୁଧର ରଣଜିତ୍‌, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ ସମେତ ବହୁ ପଞ୍ଚାୟତବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri