ଓଡ଼ିଶା ମିଲେଟ୍‌ ମିଶନ ପାଇଁ ୧୨,୬୮୭ କୋଟି ମଞ୍ଜୁରୀ

ଭୁବନେଶ୍ୱର,୧୨ା୮(ଅନିଲ ଦାସ): ପୁଷ୍ଟି ଶସ୍ୟର ପ୍ରସାର ଏବଂ ଆଦିବାସୀ ଅଞ୍ଚଳରେ ଚାଷ ଜମି ଓ ଖାଦ୍ୟ ପ୍ରଣାଳୀରେ ପୁଷ୍ଟି ଶସ୍ୟର ପୁନଃପ୍ରଚଳନ ନିମନ୍ତେ ରାଜ୍ୟରେ ଓଡ଼ିଶା ମିଲେଟ୍‌ ମିଶନ ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ୨୦୧୭-୧୮ ଆର୍ଥିକ ବର୍ଷଠାରୁ କାର୍ଯ୍ୟକାରୀ ହେଉଛି। ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକବର୍ଷରୁ ଏହି କାର୍ଯ୍ୟକ୍ରମକୁ ୩୦ ଜିଲାର ୧୭୭ ବ୍ଲକକୁ ସମ୍ପ୍ରସାରିତ କରିଛନ୍ତି। ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୧୨,୬୮୭ କୋଟି ଟଙ୍କା ବଜେଟକୁ ଅନୁମୋଦନ କରିଛି। ଏହି ଯୋଜନା କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ତଦାରଖରେ, ସ୍ବେଚ୍ଛାସେବୀ ଅନୁଷ୍ଠାନ(ଏନ୍‌ଜିଓ ) ତଥା ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସହଯୋଗରେ କୃଷକ ଉତ୍ପାଦକ ସଂଘ (ଏଫ୍‌ପିଓ) ମାଧ୍ୟମରେ କାର୍ଯ୍ୟକାରୀ ହେଉଛି। ଏହି କାର୍ଯ୍ୟକ୍ରମ ରାଜ୍ୟ ଯୋଜନା ତଥା ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଅର୍ଥରେ କରାଯାଉଛି।
ସେହିପରି ପ୍ରସ୍ତାବିତ ଓଡ଼ିଶା ଅଧସ୍ତନ ମତ୍ସ୍ୟ ସେବା (ନିଯୁକ୍ତି ସର୍ତ୍ତାବଳୀ) ନିୟମ-୨୦୧୩ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ସଂଶୋଧନ ଅନୁଯାୟୀ ୫୦% ପଦବୀ ମତ୍ସ୍ୟ ବିଜ୍ଞାନରେ ଡିପ୍ଲୋମାଧାରୀଙ୍କ ପାଇଁ, ୨୫% +୨ ଧନ୍ଦାମୂଳକ ଶିକ୍ଷା (ମତ୍ସ୍ୟ) ପାଇଁ ଏବଂ ୨୫ ପ୍ରତିଶତ +୨ ବିଜ୍ଞାନ ପାଇଁ ସଂରକ୍ଷିତ କରାଯିବ। ଏଥିସହିତ ମୌଖିକ ପରୀକ୍ଷାକୁ ଉଚ୍ଛେଦ କରାଯାଇ ଲିଖିତ ପରୀକ୍ଷା ବ୍ୟବସ୍ଥା କରାଯିବ। ଏହାଦ୍ବାରା କନିଷ୍ଠ ମତ୍ସ୍ୟ ବୈଷୟିକ ସହକାରୀ ପଦବୀ ନିମନ୍ତେ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀମାନଙ୍କୁ ସିଧାସଳଖ ନିଯୁକ୍ତି କରାଯାଇପାରିବ।
ଶକ୍ତି ବିଭାଗକୁ ଶକ୍ତି ପରିବର୍ତ୍ତନ ଏବଂ ସବୁଜ ହାଇଡ୍ରୋଜେନ୍‌ ଆଦି ୨ଟି ନୂତନ ବିଷୟ ବଣ୍ଟନ ପାଇଁ ଓଡ଼ିଶା ସରକାରୀ କାର୍ଯ୍ୟ ନିୟମାବଳୀର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହା ଅକ୍ଷୟ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ୍‌ ବ୍ୟବହାର ପାଇଁ ବିଭିନ୍ନ ବିଭାଗର ପ୍ରୟାସକୁ ସମନ୍ବୟ କରିବାରେ ଶକ୍ତି ବିଭାଗକୁ ସକ୍ଷମ କରିବ।
ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ବାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜଗୁଡ଼ିକର ଉପଯୁକ୍ତ ସଂରକ୍ଷଣ ଓ ଅଦରକାରୀ ଦସ୍ତାବିଜଗୁଡ଼ିକ ନଷ୍ଟ କରିବା ନିମନ୍ତେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଦସ୍ତାବିଜ ସଂରକ୍ଷଣ ଓ ନଷ୍ଟୀକରଣ) ନିୟମାବଳୀ-୨୦୨୩ ପ୍ରଣୟନ କରାଯାଇଛି। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଫଳରେ ଆୟୋଗ ଦ୍ବାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ସମ୍ବନ୍ଧିତ କାଗଜପତ୍ର ଏବଂ ଦସ୍ତାବିଜଗୁଡ଼ିକର ରକ୍ଷଣ ନିମନ୍ତେ ଅଧିକ ସ୍ଥାନ ଉପଲବ୍ଧ ହୋଇପାରିବ।
ଅନ୍ୟପକ୍ଷରେ ରାଜ୍ୟ କ୍ୟାବିନେଟ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଅଧକ୍ଷ ଏବଂ ସଦସ୍ୟମାନଙ୍କ ନିଯୁକ୍ତି ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୧୨ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ନିୟମାବଳୀର ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗରେ ନିଯୁକ୍ତି ପାଉଥିବା ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ବୟସ ସୀମା ୬୨ରୁ ୬୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହେବ। ଏଥିସହିତ ବେତନ ବୃଦ୍ଧି, ଅତିରିକ୍ତ ପେନ୍‌ସନ୍‌ ନିବୃତ୍ତ କରିବା, ପୂର୍ବବର୍ତ୍ତୀ ସେବା ଏବଂ ଆୟୋଗରେ ସେବା ବିଚାରକୁ ନେଇ ସର୍ବାଧିକ ଗ୍ରାଚ୍ୟୁଇଟି ସୀମା ୨୦ ଲକ୍ଷ ଟଙ୍କା, ପୂର୍ବବର୍ତ୍ତୀ ସେବାର ଅବସର ବୟସ ପର୍ଯ୍ୟନ୍ତ ଜିପିଏଫ୍‌ କିମ୍ବା ସିପିଏଫ୍‌ର ସବ୍‌ସ୍କ୍ରିପଶନ୍‌ ଏବଂ ସର୍ବଭାରତୀୟ ସେବା ଅଧିକାରୀଙ୍କ ପରି ଏଲ୍‌ଟିସିର ବ୍ୟବସ୍ଥା କରାଯାଇଛି।
ଓଡ଼ିଶା ଲୋକସେବା ଆୟୋଗ (ସେବା ସର୍ତ୍ତାବଳୀ) ନିୟମ- ୧୯୫୨ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଓଡ଼ିଶା ଲୋକସେବା ଆୟୋଗରେ ନିଯୁକ୍ତି ପାଉଥିବା ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ବେତନ ବୃଦ୍ଧି, ଅତିରିକ୍ତ ପେନ୍‌ସନ ନିବୃତ୍ତ କରିବା, ପୂର୍ବବର୍ତ୍ତୀ ସେବା ଏବଂ ଆୟୋଗର ସେବାକୁ ବିଚାରକୁ ନେଇ ସର୍ବାଧିକ ଗ୍ରାଚ୍ୟୁଇଟି ସୀମା ୨୦ ଲକ୍ଷ ଟଙ୍କା, ପୂର୍ବବର୍ତ୍ତୀ ସେବାର ଅବସର ବୟସ ପର୍ଯ୍ୟନ୍ତ ଜିପିଏଫ୍‌ କିମ୍ବା ସିପିଏଫ୍‌ ସବ୍‌ସ୍କ୍ରିପଶନ୍‌ ଓ ନୂତନ ପେନସନ୍‌ ପଦ୍ଧତିରେ ଅନୁଦାନର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?