ଅବହେଳାରୁ ୧୨୪କୋଟି କ୍ଷତି

ଭୁବନେଶ୍ୱର,୩।୧୧(ବ୍ୟୁରୋ): ପରିବହନ ବିଭାଗର କେତେକ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଏବଂ ଟିକସ ଆଦାୟରେ ଅନିୟମିତତା ଯୋଗୁ ରାଜ୍ୟ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡୁଛି। ମୋଟର ଯାନ ଟିକସ ଆଦାୟ ବିଳମ୍ବ, ଡେରିରେ ଆଦାୟ ହେଉଥିବା ଟିକସରେ ଜରିମାନା ଆଦାୟ ନ କରିବା, ପରମିଟ ନ ଥାଇ ହଜାର ହଜାର ଗାଡ଼ି ଚାଲୁଥିଲେ ମଧ୍ୟ ସେସବୁ ଉପରେ ଜରିମାନା ଲଗାଇବାରେ ଆର୍‌ଟିଓଗୁଡ଼ିକ ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ପରିବହନ ବିଭାଗ ଅଧିକାରୀ ଯାନବାହନ ମାଲିକଙ୍କ ସହ ସଲାସୁତରା ଯୋଗୁ ପର୍‌ମିଟ ପ୍ରଦାନରେ ମଧ୍ୟ ବ୍ୟାପକ ଘୋଟାଲା ହୋଇଛି। ଦୂରଗାମୀ ଏବଂ ଆନ୍ତଃ ରାଜ୍ୟ ଯାତ୍ରୀବାହୀ ଯାନଗୁଡ଼ିକୁ ସାଧାରଣ ଯାନ ଭାବେ ପଞ୍ଜୀକୃତ କରାଯାଇଛି। ଏଥିଯୋଗୁ ପଞ୍ଜୀକୃତ ଯାନବାହାନରୁ ଟିକସ ଆଦାୟ ବାଟବଣା ହୋଇଛି। ଫଳରେ ସରକାରଙ୍କୁ ୧୨୩.୯୭ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡ଼ିଛି।
ସିଏଜି ଉଲ୍ଲେଖ କରିଛନ୍ତି ଯେ, ବାଣିଜ୍ୟ ଓ ପରିବହନ ବିଭାଗର ୫୨ ୟୁନିଟରୁ ୩୮ଟି ୟୁନିଟରେ ହୋଇଥିବା ଅଡିଟରେ ୨୦୧୭-୧୮ ଆର୍ଥିକ ବର୍ଷରେ ୬୪ ଲକ୍ଷ ୭୬ ହଜାର ୫୫ ଯାନବାହନ ପଞ୍ଜୀକୃତ ହୋଇଥିଲା। ସେଥିରୁ ୧୧,୨୦,୦୯୩ ଯାନ ଯାଞ୍ଚ କରିବାବେଳେ ୫୭,୭୬୭ଟି ମାମଲାରେ ୧୨୩.୯୭ କୋଟି ଟଙ୍କାର ଟିକସ ଆଦାୟରେ ହେରଫେର ହୋଇଥିବା ଜଣାପଡ଼ିଛି। ଓଡ଼ିଶା ମୋଟର ଯାନ ଅଧିନିୟମ-୧୯୭୫ର ଧାରା ୩(୧) ଏବଂ ୩ ଅନୁଯାୟୀ ବ୍ୟବହାର କିମ୍ବା ବ୍ୟବହାର ପାଇଁ ରଖାଯାଇଥିବା ମୋଟର ଯାନଠାରୁ ଟିକସ ଆଦାୟ କରାଯିବ। ସେହିପରି ୨୦୧୭ ଏପ୍ରିଲରୁ ୨୦୧୮ ଫେବୃୟାରୀ ମଧ୍ୟରେ ୩୫ଟି ଆଞ୍ଚଳିକ ପରବହନ କାର୍ଯ୍ୟାଳୟ(ଆର୍‌ଟିଓ)ରୁ ୩୨ କାର୍ଯ୍ୟାଳୟର ‘ବାହାନ’ ଡାଟାବେସ ସହ ସଂଯୋଗ ହୋଇଥିବା ଟିକସ ନଥିପତ୍ର ଯାଞ୍ଚ କରାଯାଇଥିଲା। ଏଥିରେ ୨ଟି ଶ୍ରେଣୀରେ ମୋଟ ୪,୧୩,୮୨୨ଟି ପଞ୍ଜୀକୃତ ଯାନ ମଧ୍ୟରୁ ୨୭,୪୧୩ ଯାନର ମାଲିକ (୨୦୧୫ରୁ ୨୦୧୭ ମଧ୍ୟରେ) ଟିକସ, ଅତିରିକ୍ତ ଟିକସ ଓ ଜରିମାନା ବାବଦରେ ୮୦.୨୩ କୋଟି ପଇଠ କରି ନଥିବା ଜଣାପଡ଼ିଛି। ସେହିପରି ପଞ୍ଜୀକୃତ ୧୩,୫୨୦ ଟ୍ରେଲର ସଂଲଗ୍ନ ଟ୍ରାକ୍ଟର, ଘରୋଇ ଯାନ ଏବଂ ଶିକ୍ଷାନୁଷ୍ଠାନରେ ବ୍ୟବହାର ହେଉଥିବା ବସ୍‌ଠାରୁ ଟିକସ ବାବଦରେ ୪.୦୬ କୋଟି ଏବଂ ଜରିମାନା ବାବଦରେ ୮୧.୧୨ କୋଟି ଟଙ୍କା ଆଦାୟ କରିନାହାନ୍ତି। ଖାଲି ସେତିକି ନୁହେଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବଂ ଆରଟିଓ ପର୍‌ମିଟ ଡାଟାବେସ ମଧ୍ୟରେ ତାଳମେଳ ନ ଥିବାରୁ ୫.୫୪ ଲକ୍ଷ ଟଙ୍କା ଟିକସ ଆଦାୟ ହୋଇପାରି ନାହିଁ। ସେହିପରି ଆନ୍ତଃରାଜ୍ୟ ପରମିଟ ଦେବାରେ ମଧ୍ୟ ହେରଫେର ହୋଇଛି। ଯାନବାହନଗୁଡ଼ିକ ୨୫ କି.ମି.ରୁ ଅଧିକ ଦୂରକୁ ହେଲେ ଦୂରଗାମୀ ପରମିଟ ଦିଆଯାଇଥାଏ। ତେବେ ପରିବହନ ଅଧିକାରୀ ୪୯ଟି ଯାନର ଦୂରଗାମୀ ପରମିଟକୁ ସାଧାରଣ ପରମିଟରେ ପରିବର୍ତ୍ତନ କରି ଦେଇଛନ୍ତି। ଏଥିଯୋଗୁ ସରକାରଙ୍କୁ ୧୭.୩୭ ଲକ୍ଷ ଟଙ୍କାର ଟିକସ ଓ ଜରିମାନା କ୍ଷତି ସହିବାକୁ ପଡ଼ିଛି। ଏପରି କି ୧୪ଟି ଆନ୍ତଃରାଜ୍ୟ ଯାତ୍ରୀବାହୀ ଯାନକୁ ସାଧାରଣ ପରମିଟ ଦିଆଯାଇଛି। ଏଥିପାଇଁ ୬.୧୦ଲକ୍ଷ ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିଛି। ସେହିପରି ଶୀତତାପ ନିୟନ୍ତ୍ରିତ ଯାତ୍ରୀବାହୀ ଯାନର ଟିକସ ଧାର୍ଯ୍ୟ ବିଳମ୍ବ ଯୋଗୁ ୯୯.୭୩ କୋଟି ଟଙ୍କା କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ଆଉ ୩୩ ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଲା

ବାଲେଶର ଅଫିସ, ୧୩।୫: ବାଲେଶ୍ୱରରେ ବୁଧବାର ନୂଆ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧ଜଣ...

ସୋମବାରରୁ ଗଡ଼ିବ ମୋ’ ବସ୍‌

ଭୁବନେଶ୍ୱର,୧୫।୭: ରାଜଧାନୀ ଭୁବନେଶ୍ୱରରେ କଟକଣା କୋହଳ ହେବା ସହ ବସ୍‌ ଚଳାଚଳକୁ ମିଳିଛି ଅନୁମତି । ଏହାକୁ ଦେଖି କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)...

ଆଜିଠୁ ହାଲୁକା ବର୍ଷା, ବଜ୍ରପାତ ସତର୍କତା

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ବିଦର୍ଭ ଓ ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଯାଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଓଡ଼ିଶାର କିଛି ଜିଲାରେ...

ସମସ୍ତ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୩(ବ୍ୟୁରୋ): ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। କରୋନା କଟକଣା କଡାକଡି ପାଳନ କରିବା ସହ ସଂକ୍ରମଣ...

ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ସୁରକ୍ଷାରେ ଅବହେଳା

ପୁରୀ ଅଫିସ,୨।୯: ୮୭ ବର୍ଗ କିଲୋମିଟର ପରିବ୍ୟାପ୍ତ ବାଲୁଖଣ୍ଡ ଅଭୟାରଣ୍ୟ ପୁରୀ ବେଳାଭୂମିକୁ ଲାଗି ରହିଛି। ଏହାକୁ ନେଇ ଗଢ଼ିଉଠିଛି ଉପକୂଳ ନିୟନ୍ତ୍ରିତ ଅଞ୍ଚଳ। ଜୈବ...

ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ: ପୂର୍ବରୁ କରିଥିଲେ ସରକାରୀ ଅନୁଦାନ ରାଶି ହଡପ

ଭବାନୀପାଟଣା,୨୮।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ଦେବାନନ୍ଦ ସାଗର ବୁଧବାର ତାଙ୍କ ବାସଭବନରେ ରଶିଲଗାଇ ଆତ୍ମହତ୍ୟା ଉଦ୍ୟମ...

ଲାଞ୍ଚ ନେଇ ପରିସଂଖ୍ୟାନ କିରାଣି ଗିରଫ

କଟକ ଅଫିସ, ୯ା୧୧: ୧ହଜାର ଟଙ୍କା ଲାଞ୍ଚ ନେଇ ନରସିଂହପୁର ବ୍ଲକ ଅଧୀନ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପରିସଂଖ୍ୟାନ କିରାଣି ହୃଦାନନ୍ଦ ଲେଙ୍କା ଭିଜିଲାନ୍ସ...

ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି: ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର, ୬।୬(ବ୍ୟୁରୋ): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ଏପଟେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥିତି ବିଗାଡୁଛି ଗୁଳୁଗୁଳି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର...

Advertisement
Archives

Model This Week