ଅବହେଳାରୁ ୧୨୪କୋଟି କ୍ଷତି

ଭୁବନେଶ୍ୱର,୩।୧୧(ବ୍ୟୁରୋ): ପରିବହନ ବିଭାଗର କେତେକ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଏବଂ ଟିକସ ଆଦାୟରେ ଅନିୟମିତତା ଯୋଗୁ ରାଜ୍ୟ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡୁଛି। ମୋଟର ଯାନ ଟିକସ ଆଦାୟ ବିଳମ୍ବ, ଡେରିରେ ଆଦାୟ ହେଉଥିବା ଟିକସରେ ଜରିମାନା ଆଦାୟ ନ କରିବା, ପରମିଟ ନ ଥାଇ ହଜାର ହଜାର ଗାଡ଼ି ଚାଲୁଥିଲେ ମଧ୍ୟ ସେସବୁ ଉପରେ ଜରିମାନା ଲଗାଇବାରେ ଆର୍‌ଟିଓଗୁଡ଼ିକ ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ପରିବହନ ବିଭାଗ ଅଧିକାରୀ ଯାନବାହନ ମାଲିକଙ୍କ ସହ ସଲାସୁତରା ଯୋଗୁ ପର୍‌ମିଟ ପ୍ରଦାନରେ ମଧ୍ୟ ବ୍ୟାପକ ଘୋଟାଲା ହୋଇଛି। ଦୂରଗାମୀ ଏବଂ ଆନ୍ତଃ ରାଜ୍ୟ ଯାତ୍ରୀବାହୀ ଯାନଗୁଡ଼ିକୁ ସାଧାରଣ ଯାନ ଭାବେ ପଞ୍ଜୀକୃତ କରାଯାଇଛି। ଏଥିଯୋଗୁ ପଞ୍ଜୀକୃତ ଯାନବାହାନରୁ ଟିକସ ଆଦାୟ ବାଟବଣା ହୋଇଛି। ଫଳରେ ସରକାରଙ୍କୁ ୧୨୩.୯୭ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡ଼ିଛି।
ସିଏଜି ଉଲ୍ଲେଖ କରିଛନ୍ତି ଯେ, ବାଣିଜ୍ୟ ଓ ପରିବହନ ବିଭାଗର ୫୨ ୟୁନିଟରୁ ୩୮ଟି ୟୁନିଟରେ ହୋଇଥିବା ଅଡିଟରେ ୨୦୧୭-୧୮ ଆର୍ଥିକ ବର୍ଷରେ ୬୪ ଲକ୍ଷ ୭୬ ହଜାର ୫୫ ଯାନବାହନ ପଞ୍ଜୀକୃତ ହୋଇଥିଲା। ସେଥିରୁ ୧୧,୨୦,୦୯୩ ଯାନ ଯାଞ୍ଚ କରିବାବେଳେ ୫୭,୭୬୭ଟି ମାମଲାରେ ୧୨୩.୯୭ କୋଟି ଟଙ୍କାର ଟିକସ ଆଦାୟରେ ହେରଫେର ହୋଇଥିବା ଜଣାପଡ଼ିଛି। ଓଡ଼ିଶା ମୋଟର ଯାନ ଅଧିନିୟମ-୧୯୭୫ର ଧାରା ୩(୧) ଏବଂ ୩ ଅନୁଯାୟୀ ବ୍ୟବହାର କିମ୍ବା ବ୍ୟବହାର ପାଇଁ ରଖାଯାଇଥିବା ମୋଟର ଯାନଠାରୁ ଟିକସ ଆଦାୟ କରାଯିବ। ସେହିପରି ୨୦୧୭ ଏପ୍ରିଲରୁ ୨୦୧୮ ଫେବୃୟାରୀ ମଧ୍ୟରେ ୩୫ଟି ଆଞ୍ଚଳିକ ପରବହନ କାର୍ଯ୍ୟାଳୟ(ଆର୍‌ଟିଓ)ରୁ ୩୨ କାର୍ଯ୍ୟାଳୟର ‘ବାହାନ’ ଡାଟାବେସ ସହ ସଂଯୋଗ ହୋଇଥିବା ଟିକସ ନଥିପତ୍ର ଯାଞ୍ଚ କରାଯାଇଥିଲା। ଏଥିରେ ୨ଟି ଶ୍ରେଣୀରେ ମୋଟ ୪,୧୩,୮୨୨ଟି ପଞ୍ଜୀକୃତ ଯାନ ମଧ୍ୟରୁ ୨୭,୪୧୩ ଯାନର ମାଲିକ (୨୦୧୫ରୁ ୨୦୧୭ ମଧ୍ୟରେ) ଟିକସ, ଅତିରିକ୍ତ ଟିକସ ଓ ଜରିମାନା ବାବଦରେ ୮୦.୨୩ କୋଟି ପଇଠ କରି ନଥିବା ଜଣାପଡ଼ିଛି। ସେହିପରି ପଞ୍ଜୀକୃତ ୧୩,୫୨୦ ଟ୍ରେଲର ସଂଲଗ୍ନ ଟ୍ରାକ୍ଟର, ଘରୋଇ ଯାନ ଏବଂ ଶିକ୍ଷାନୁଷ୍ଠାନରେ ବ୍ୟବହାର ହେଉଥିବା ବସ୍‌ଠାରୁ ଟିକସ ବାବଦରେ ୪.୦୬ କୋଟି ଏବଂ ଜରିମାନା ବାବଦରେ ୮୧.୧୨ କୋଟି ଟଙ୍କା ଆଦାୟ କରିନାହାନ୍ତି। ଖାଲି ସେତିକି ନୁହେଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବଂ ଆରଟିଓ ପର୍‌ମିଟ ଡାଟାବେସ ମଧ୍ୟରେ ତାଳମେଳ ନ ଥିବାରୁ ୫.୫୪ ଲକ୍ଷ ଟଙ୍କା ଟିକସ ଆଦାୟ ହୋଇପାରି ନାହିଁ। ସେହିପରି ଆନ୍ତଃରାଜ୍ୟ ପରମିଟ ଦେବାରେ ମଧ୍ୟ ହେରଫେର ହୋଇଛି। ଯାନବାହନଗୁଡ଼ିକ ୨୫ କି.ମି.ରୁ ଅଧିକ ଦୂରକୁ ହେଲେ ଦୂରଗାମୀ ପରମିଟ ଦିଆଯାଇଥାଏ। ତେବେ ପରିବହନ ଅଧିକାରୀ ୪୯ଟି ଯାନର ଦୂରଗାମୀ ପରମିଟକୁ ସାଧାରଣ ପରମିଟରେ ପରିବର୍ତ୍ତନ କରି ଦେଇଛନ୍ତି। ଏଥିଯୋଗୁ ସରକାରଙ୍କୁ ୧୭.୩୭ ଲକ୍ଷ ଟଙ୍କାର ଟିକସ ଓ ଜରିମାନା କ୍ଷତି ସହିବାକୁ ପଡ଼ିଛି। ଏପରି କି ୧୪ଟି ଆନ୍ତଃରାଜ୍ୟ ଯାତ୍ରୀବାହୀ ଯାନକୁ ସାଧାରଣ ପରମିଟ ଦିଆଯାଇଛି। ଏଥିପାଇଁ ୬.୧୦ଲକ୍ଷ ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିଛି। ସେହିପରି ଶୀତତାପ ନିୟନ୍ତ୍ରିତ ଯାତ୍ରୀବାହୀ ଯାନର ଟିକସ ଧାର୍ଯ୍ୟ ବିଳମ୍ବ ଯୋଗୁ ୯୯.୭୩ କୋଟି ଟଙ୍କା କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?