Posted inଫୁରସତ

ନିଲାମ ହେବ ୧୨୧ବର୍ଷ ପୁରୁଣା କାଡ୍‌ବେରି

ଲଣ୍ଡନ: ଚକୋଲେଟ୍‌ କାହାକୁ ବା ପସନ୍ଦ ନୁହେଁ। ହେଲେ ଏପରି ଏକ ଚକୋଲେଟ୍‌ ଅଛି, ତାକୁ କେବଳ ଦେଖିପାରିବେ, କିନ୍ତୁ ଖାଇ ପାରିବେନାହିଁ। ୧୨୧ ବର୍ଷ ପୁରୁଣା ଏହି କାଡ୍‌ବେରି ଚକୋଲେଟ୍‌ ଏବେ ନିଲାମ ହେବ। ଏହି ଖାସ୍‌ ଚକୋଲେଟ୍‌ ୧୯୦୨ରେ ରାଜା ଏଡ୍‌ୱାଡ୍‌ ୭ମ ଏବଂ ରାଣୀ ଆଲେକ୍‌ଜାଣ୍ଡାରଙ୍କ ଅଭିଷେକ ସମୟରେ ତିଆରି କରାଯାଇଥିଲା। ସେତେବେଳେ ଏହି ଚକୋଲେଟ୍‌ ସ୍କୁଲରେ ଜଣେ ଛାତ୍ରୀଙ୍କୁ ଦିଆଯାଇଥିଲା। ହେଲେ ୯ମ ଶ୍ରେଣୀର ଛାତ୍ରୀ ମେରି ଏନ୍‌ ବ୍ଲୋକ୍‌ମୋର ଏହି ଚକୋଲେଟ୍‌କୁ ନ ଖାଇ ରାଜାରାଣୀଙ୍କ ଅଭିଷେକ ସନ୍ତକ ଭାବେ ଏହାକୁ ରଖିଥିଲେ। ଏହି ଚକୋଲେଟ୍‌ ଏବେ ମେରିଙ୍କ ପରିବାରରେ ଅଛି। ମେରିଙ୍କ ନାତି ଜିନ୍‌ ଥମ୍‌ସନ୍‌ ଏବଂ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିନ୍‌ଙ୍କୁ ବର୍ତ୍ତମାନ ୭୨ ବର୍ଷ ହୋଇଥିବାବେଳେ ସେ ଏହି କାଡ୍‌ବରି ଚକୋଲେଟ୍‌ର ଟିଣ ଡବାକୁ ନେଇ ହାନ୍‌ସନର ନିଲାମୀ କର୍ମକର୍ତ୍ତାଙ୍କ ପାଖକୁ ଯାଇଥିଲେ। ହାନ୍‌ସନ ଅକ୍ସିନିୟର୍ସର ମୋରଭେନ୍‌ ଫେୟାରଲି କହିଛନ୍ତି, ସେ ସମୟରେ ଏକା ଏକ ବଡ଼ ଉପହାର ଥିଲା। କାରଣ ସେ ସମୟରେ ପିଲାଙ୍କୁ ଚକୋଲେଟ୍‌ ଦିଆଯାଉ ନ ଥିଲା। ସେତେବେଳେ ମେରିଙ୍କ ପାଇଁ ଏହା ଏତେ ବଡ଼ ଉପହାର ଥିଲା ଯେ ସେ ଏହାକୁ ନ ଖାଇ ସାଇତି ରଖିଥିଲେ। ଏହି ଚକୋଲେଟ୍‌ର ଟିଣ ଡବା ଉପରେ ରାଜା ଏଡ୍‌ୱାଡ୍‌ ୭ମ ଏବଂ ରାଣୀ ଆଲେକ୍‌ଜାଣ୍ଡାରଙ୍କ ଚିତ୍ର ମଧ୍ୟ ରହିଛି। କାଡ୍‌ବରି ଭାନିଲା ଚକୋଲେଟ୍‌ ନିଲାମରେ ୧୦୦ରୁ ୧୫୦ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ୧୬ ହଜାର ଟଙ୍କା ପ୍ରାପ୍ତ ହେବ ବୋଲି ଆଶା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri