Posted inଜାତୀୟ

ସ୍କୁଲ ମାଟି ମାଡିନାହାନ୍ତି ୧୨୧ ଲୋକ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୨୪ା୫:ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୨୧ ପ୍ରାର୍ଥୀ ସେମାନଙ୍କ ସତ୍ୟପାଠରେ ନିଜକୁ ନିରକ୍ଷର ଘୋଷଣା କରିଛନ୍ତି। ୩୫୯ ପ୍ରାର୍ଥୀ ମାତ୍ର ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ନାମାଙ୍କନପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରୁ ଜଣାପଡ଼ିଛି। ୬୪୭ ପ୍ରାର୍ଥୀ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବାବେଳେ ୧,୩୦୩ ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାସ୍‌ କରିଛନ୍ତି ଓ ୧,୫୦୨ ଜଣ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ୧୯୮ ପ୍ରାର୍ଥୀ ଡକ୍ଟରେଟ୍‌ କରିଥିବା ଜଣାପଡ଼ିଛି। ଚଳିତ ନିର୍ବାଚନରେ ମୋଟ ୮,୩୬୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ସେମାନଙ୍କ ମଧ୍ୟରୁ ୮,୩୩୭ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାର ଅନୁଶୀଳନ କରିଥିଲା।
ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିଥିବା ୧,୬୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୩୯ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ଶ୍ରେଣୀ ହୋଇଥିବାବେଳେ ୮୩୬ ଜଣ ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ସ୍ତର ପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରିଛନ୍ତି। ୩୬ ପ୍ରାର୍ଥୀ ନାମକୁ ମାତ୍ର ପଢ଼ିଥିବାବେଳେ ୨୬ ଜଣ ନିଜକୁ ନିରକ୍ଷର ଘୋଷଣା କରିଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟର ୧,୧୯୮ ପ୍ରାର୍ଥୀଙ୍କ ମଧ୍ୟରୁ ୫୩୩ ଜଣଙ୍କ ଶିକ୍ଷା ୫ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ୧୨୧ ଲୋକ ସଭା…ହୋଇଥିବାବେଳେ ୫୭୪ ପ୍ରାର୍ଥୀ ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି। ୩୭ ପ୍ରାର୍ଥୀ ନାମକୁ ମାତ୍ର ପଢ଼ିଥିବାବେଳେ ୮ ଜଣ ନିରକ୍ଷର। ୩ ଜଣ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ଦେଇନାହାନ୍ତି। ତୃତୀୟ ପର୍ଯ୍ୟାୟର ୧,୩୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୬୩୯ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ହୋଇଥିବାବେଳେ ୫୯୧ ଜଣ ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ଯୋଗ୍ୟତା ହାସଲ କରିଛନ୍ତି। ୫୬ ପ୍ରାର୍ଥୀ ନାମକ ମାତ୍ର ପଢ଼ିଥିବାବେଳେ ୧୯ ଜଣ ନିରକ୍ଷର ଥିବାବେଳେ ୩ ଜଣ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଜଣାଇ ନ ଥିବା ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟର ୬୪୪ ଜଣ ପ୍ରାର୍ଥୀଙ୍କ ଶିକ୍ଷା ୫ମରୁ ଦ୍ୱାଦଶ ଶ୍ରେଣୀ ପାସ୍‌ ମଧ୍ୟରେ ହୋଇଥିବାବେଳେ ୯୪୪ ଜଣ ସ୍ନାତକ କିମ୍ବା ଏହାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି। ୩୦ ପ୍ରାର୍ଥୀ ନାମକୁ ମାତ୍ର ଶିକ୍ଷା ଗ୍ରହଣ କରିଥିବାବେଳେ ୨୬ ଜଣ ନିରକ୍ଷର ଥିବା ଜଣାପଡ଼ିଛି। ୫ମ ପର୍ଯ୍ୟାୟର ପ୍ରାର୍ଥୀଙ୍କ ମଧ୍ୟରୁ ୨୯୩ ଜଣଙ୍କ ଶିକ୍ଷା ପଞ୍ଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ହୋଇଥିବାବେଳେ ୩୪୯ ଜଣ ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ସ୍ତର ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଛନ୍ତି। ଏହି ପର୍ଯ୍ୟାୟରେ ୨୦ ପ୍ରାର୍ଥୀ ନାମକୁ ମାତ୍ର ପାଠ ପଢ଼ିଥିବାବେଳେ ୫ ଜଣ ନିରକ୍ଷର ଥିବା ଜଣାପଡ଼ିଛି।
ଷଷ୍ଠ ପର୍ଯ୍ୟାୟ ନିର୍ବାଚନର ମୋଟ ୮୬୯ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ହୋଇଥିବାବେଳେ ୪୮୭ ଜଣ ସ୍ନାତକ କିମ୍ବା ତା’ଠୁ ଅଧିକ ପାଠ ପଢ଼ିଛନ୍ତି। ୨୨ ଜଣ ଡିପ୍ଲୋମାଧାରୀ ଥିବାବେଳେ ୧୨ ଜଣ ନାମକୁ ମାତ୍ର ଶିକ୍ଷା ଗ୍ରହଣ କରିଛନ୍ତି ଓ ୧୩ ଜଣ ନିରକ୍ଷର ରହିଛନ୍ତି। ସେହିପରି ସପ୍ତମ ପର୍ଯ୍ୟାୟର ୯୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୪୦୨ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ହୋଇଥିବାବେଳେ ୪୩୦ ଜଣ ସ୍ନାତକ କିମ୍ବା ତା’ଠାରୁ ଅଧିକ ଶିକ୍ଷାଲାଭ କରିଛନ୍ତି। ୨୦ ଜଣ ଡିପ୍ଲୋମାଧାରୀ ହୋଇଥିବାବେଳେ ୨୬ ଜଣ ନାମକୁ ମାତ୍ର ପାଠ ପଢ଼ିଛନ୍ତି ଓ ୨୪ ଜଣ ନିରକ୍ଷର। ୨ ଜଣ ପ୍ରାର୍ଥୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ଦେଇ ନ ଥିବା ରିପୋର୍ଟରୁ ଜଣାପଡ଼ିଛି।

ଏପ୍ରିଲ ୧୯ରୁ ଜୁନ୍‌ ୧ ମଧ୍ୟରେ ୭ ପର୍ଯ୍ୟାୟରେ ନିର୍ବାଚନ ହେଉଥିବାବେଳେ ଜୁନ୍‌ ୪ରେ ଭୋଟଗଣତି କରାଯିବ। ଏପର୍ଯ୍ୟନ୍ତ ୫ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆସନ୍ତା ୨୫ରେ ଷଷ୍ଠ ଏବଂ ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri