Posted inଫୁରସତ

୧୦ ବର୍ଷ ହେବ କେବଳ ବ୍ରେଡ୍‌, ଦହି ଖାଉଛନ୍ତି ୧୨ ବର୍ଷୀୟ ବାଳକ: ଆଉ କିଛି ଖାଦ୍ୟ ଦେଖିଲେ…

ଦୁନିଆରେ ଅନେକ ରୋଗ ଅଛି, ଯାହା ଅତ୍ୟନ୍ତ ବିପଜ୍ଜନକ ଏବଂ ବିଚିତ୍ର ଅଟେ। ଜଣେ ୧୨ ବର୍ଷର ବାଳକ ଏପରି ଏକ ଅଜବ ରୋଗ ସହିତ ଲଢୁଛନ୍ତି। ଏହି କାରଣରୁ ସେ ଜଣେ ସାଧାରଣ ପିଲା ପରି ସବୁ ପ୍ରକାର ଖାଦ୍ୟ ଖାଇପାରୁ ନାହାନ୍ତି। ସେ କେବଳ ବ୍ରେଡ୍‌ ଏବଂ ଦହି ଖାଉଛନ୍ତି। ଏହି ଦୁଇଟି ଖାଦ୍ୟ ଛଡା ତୃତୀୟ ଖାଦ୍ୟ ଯଦି ତାଙ୍କୁ ଖାଇବାକୁ ଦିଆଯାଉଛି ତେବେ ସେ କାନ୍ଦିବା ଆରମ୍ଭ କରିଦେଉଛନ୍ତି। ବାଳକଙ୍କ ମାତାପିତା ଅନେକ ପୁଷ୍ଟିକର ଖାଦ୍ୟ ତାଙ୍କୁ ଖାଇବାକୁ ଦେଉଛନ୍ତି କିନ୍ତୁ ସେ କେବଳ ବ୍ରେଡ ଏବଂ ଦହି ଖାଉଛନ୍ତି। ୟୁନାଇଟେଡ୍‌ କିଙ୍ଗଡମ୍‌ର ନରଫୋକ ସିଟିରେ ରହୁଥିବା ୧୨ ବର୍ଷୀୟ ଆଷ୍ଟନ ଫିଶରଙ୍କ ଖାଦ୍ୟକୁ ନେଇ ତାଙ୍କ ମାତାପିତା ବେଶ୍‌ ଚିନ୍ତିତ। ବୟସ ବଢିବା ସହ ଆଷ୍ଟନ ସାଧାରଣ ପିଲାଙ୍କ ପରି ସବୁ ଜିନିଷ ନ ଖାଇବାରୁ ତାଙ୍କ ମାତାପିତା ଡାକ୍ତରଙ୍କ ପରାମର୍ଶ କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ଆଷ୍ଟନଙ୍କୁ ଫୁଡ ଫୋବିଆ ନାମକ ଏକ ରୋଗ ଅଛି। ଫଳରେ ସେ ଅନ୍ୟ ଖାଦ୍ୟକୁ ପସନ୍ଦ କରୁନାହାନ୍ତି। ତାଙ୍କ ମା’ କାରା କହିଛନ୍ତି, ଗତ ମାସରେ ଆଷ୍ଟନଙ୍କୁ ଇଟିଙ୍ଗ୍‌ ଡିସଅର୍ଡର ସ୍ପେଶାଲିଷ୍ଟଙ୍କ ପାଖକୁ ନିଆଯାଇଥିଲା। ସେଠାରୁ ଜଣାପଡିଥିଲା ଯେ, ସେ ଖାଦ୍ୟ ଖାଇବାକୁ ଭୟ କରୁଛନ୍ତି। ଇଟିଙ୍ଗ୍‌ ଡିସଅର୍ଡର ସ୍ପେଶାଲିଷ୍ଟ ପ୍ରକାଶ କରିଛନ୍ତି ଯେ, ଏଷ୍ଟନଙ୍କ Avoidant Restrictive Food Intake Disorder (ARFID)ଅଛି। ଏହିକାରଣରୁ ଆଷ୍ଟନ ଅଲଗା କିଛି ଖାଇବାକୁ ଭୟ କରୁଛନ୍ତି ଏବଂ କେବଳ ଦହି, ବ୍ରେଡ୍‌ ଖାଇବାକୁ ପସନ୍ଦ କରୁଛନ୍ତି। ଏବଂ ଆଷ୍ଟନଙ୍କୁ କାଉଂସେଲିଙ୍ଗ କରାଯାଉଛି। ଏହାଦ୍ୱାରା ତାଙ୍କ ଆତ୍ମବିଶ୍ୱାସ ବଢିବ ବୋଲି ଡାକ୍ତରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ କିଲୋ ଜିଆ ଖତରୁ ୨ କୋଟିର ମାଲିକ

ମିରଟ,୨୭।୨: ଦୃଢ଼ ମନୋବଳ ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ମିରଟରେ ବାସ କରୁଥିବା ଅମିତ ତ୍ୟାଗୀ। ଏମ୍‌ବିଏ...

ରାସ୍ତା ମଝିରେ ଦେହରେ ବନ୍ଧୁକ ଝୁଲାଇ ଡ୍ୟାନ୍ସ

ଲକ୍ଷ୍ନୌ: ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ରାସ୍ତା ମଝିରେ ବନ୍ଧୁକ କାନ୍ଧରେ ଝୁଲାଇ ଡ୍ୟାନ୍ସ କରୁଥିବା...

ଆପଣା ଖୁସି ପାଇଁ..

ସେଦିନ ମୁଁ ମା’ କାଳୀଙ୍କ ପାଖରେ ପ୍ରଣାମ କରି ଦୁନିଆର ଦୁଃଖ ଦୂରପାଇଁ ପ୍ରାର୍ଥନାକରିବାକୁ ଗଲାବେଳେ ଦେଖିଲି, ଲୋକଟା ଗୋଟେ ଛେଳିବେକକୁ ଦଉଡ଼ିରେ ବାନ୍ଧି ମନ୍ଦିରଆଡକୁ...

କଟାମୁଣ୍ଡ ଧରି ରାସ୍ତାରେ ଦୌଡୁଛି କୁକୁର, ଭିଡିଓ ଦେଖିଲେ…

ମେକ୍ସିକୋ,୧।୧୧: ମେକ୍ସିକୋ ସହରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ କୁକୁର ମଣିଷ...

ଡବ୍ଲୁଡବ୍ଲୁଇରେ ବିବାହ କରୁଥିଲେ ରେସ୍‌ଲର: କେକ୍‌ ଭିତରୁ ବାହାରିଲେ ପୂର୍ବତନ ସ୍ବାମୀ

ବିବାହ ସବୁ ଝିଅ ଓ ପୁଅଙ୍କ ପାଇଁ ଏକ ରଙ୍ଗୀନ ସ୍ବପ୍ନ। ଏହାକୁ ସ୍କୃତି କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗ ଓ ଆଡମ୍ବରରେ...

ବିଶ୍ୱ ଶାନ୍ତି ପାଇଁ ରେଡ୍‌କ୍ରସ

ବିଶ୍ୱ ରେଡ୍‌୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଦିବସ ହେଉଛି ଅନ୍ତର୍ଜାତୀୟ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ସିଦ୍ଧାନ୍ତର ବାର୍ଷିକ ଉତ୍ସବ। ବିଶ୍ୱ...

ନୀଳ ଆଲୋକରେ ଚମକିଲା ସମୁଦ୍ର ଜୁଆର: ଲକ୍‌ ଡାଉନ୍‌କୁ ଖାତିର ନ କରି ଭିଡ଼ ଜମାଇଲେ ଲୋକେ

ମେକ୍ସିକୋ ସିଟି,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀର ବହୁ ଦେଶରେ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏପରିସ୍ଥଳେ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି।...

ଆଣ୍ଟାର୍କଟିକାରେ ନୂତନ ପ୍ରଜାତି ଗୁଳ୍ମ ଚିହ୍ନଟ, ଭାରତୀ ନାମରେ ହେଲା ନାମିତ…

ଆଣ୍ଟାର୍କଟିକା,୧୦।୭: ଭାରତୀୟ ବୈଜ୍ଞାନିକମାନେ ଅଣ୍ଟାର୍କଟିକାରେ ନୂତନ ପ୍ରଜାତିର ଗୁଳ୍ମ ଚିହ୍ନଟ କରିଛନ୍ତି। ଏହି ଗୁଳ୍ମକୁ ସ୍ଥାନୀୟ ଭାରତୀ ଷ୍ଟେଶନ ନାମରେ ନାମ କରଣ କରାଯାଇଛି। ଏହାକୁ...

Advertisement
Archives

Model This Week