Posted inଜାତୀୟ

୧୨% ରାଜ୍ୟ ସଭା ସଦସ୍ୟ ବିଲିଅନେୟାର

ନୂଆଦିଲ୍ଲୀ,୧୯ା୮: ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୧୨ ପ୍ରତିଶତ ବିଲିଅନେୟାର (ସମ୍ପତ୍ତି ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ)। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ବିଲିଅନେୟାର ଏମ୍‌ପିଙ୍କ ହାର ଅଧିକ ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୨୨୫ ଜଣଙ୍କ ଅପରାଧ ରେକର୍ଡ, ଆର୍ଥତ୍କ ସ୍ଥିତି ଏବଂ ଅନ୍ୟାନ୍ୟ ପୃଷ୍ଠଭୂମିକୁ ଏଡିଆର୍‌ ଏବଂ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ (ଏନ୍‌ଇଡବ୍ଲ୍ୟୁ) ବିଶ୍ଳେଷଣ କରିଛନ୍ତି। ଆନ୍ଧ୍ରପ୍ରଦେଶର ୧୧ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୫ ଜଣ (୪୫%) ଏବଂ ତେଲଙ୍ଗାନାର ୭ ଏମ୍‌ପିଙ୍କ ମଧ୍ୟରୁ ୩ (୪୩%)ଙ୍କ ସମ୍ପତ୍ତି ୧୦୦ କୋଟି ଟଙ୍କାରୁ ଅଧିକ ବୋଲି ସେମାନେ ଘୋଷଣା କରିଛନ୍ତି। ସେହିପରି ମହାରାଷ୍ଟ୍ରର ୧୯ ଏମ୍‌ପିଙ୍କ ମଧ୍ୟରୁ ୩ (୧୬%), ଦିଲ୍ଲୀର ୩ ଏମ୍‌ପିଙ୍କ ମଧ୍ୟରୁ ଜଣେ (୩୩%), ପଞ୍ଜାବର ୭ ଏମ୍‌ପିଙ୍କ ମଧ୍ୟରୁ ୨ଜଣ (୨୯%), ହରିୟାଣାର ୫ ଏମ୍‌ପିଙ୍କ ମଧ୍ୟରୁ ଜଣେ (୨୦%) ଏବଂ ମଧ୍ୟପ୍ରଦେଶର ୧୧ ଏମ୍‌ପିଙ୍କ ମଧ୍ୟରୁ ୨ ଜଣ (୧୮%) ବିଲିଅନେୟାର। ତେଲଙ୍ଗାନାର ୭ ରାଜ୍ୟ ସଭା ସଦସ୍ୟଙ୍କ ମୋଟ ସମ୍ପତ୍ତି ୫,୫୯୬ କୋଟି ଟଙ୍କା ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ୧୧ ଏମ୍‌ପିଙ୍କ ମୋଟ ସମ୍ପତ୍ତି ୩,୮୨୩ କୋଟି ଏବଂ ଉତ୍ତରପ୍ରଦେଶର ୩୦ ଏମ୍‌ପିଙ୍କ ସମ୍ପତ୍ତି ୧,୯୪୧ କୋଟି ଟଙ୍କା ବୋଲି ଜଣାପଡ଼ିଛି।
୨୨୫ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୭୫ ଜଣ (୩୩%) ସେମାନଙ୍କ ବିରୋଧରେ ଥିବା ଅପରାଧ ମାମଲା ସମ୍ପର୍କରେ ଘୋଷଣା କରିଛନ୍ତି। ୪୧ ଏମ୍‌ପି (୧୮%)ଙ୍କ ବିରୋଧରେ ଗୁରୁତର ଅପରାଧ ଥିବାବେଳେ ୨ ଜଣଙ୍କ ବିରୋଧରେ ହତ୍ୟା ମାମଲା ରହିଛି। ୪ ଏମ୍‌ପିଙ୍କ ନାଁରେ ମହିଳା ବିରୋଧୀ ଅପରାଧ ମାମଲା ଥିବାବେଳେ ସେମାନଙ୍କ ମଧ୍ୟରୁ କଂଗ୍ରେସ ଏମ୍‌ପି କେ.ସି. ବେଣୁଗୋପାଳଙ୍କ ବିରୋଧରେ ବଳତ୍କାର ମାମଲା ଥିବା ସେ ଘୋଷଣା କରିଛନ୍ତି। ଭାଜପାର ୮୫ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୨୩ (୨୭%), କଂଗ୍ରେସର ୩୦ ଏମ୍‌ପିଙ୍କ ମଧ୍ୟରୁ ୧୨ (୩୦%), ଏଆଇଟିସିର ୧୩ ଏମ୍‌ପିଙ୍କ ମଧ୍ୟରୁ ୪ (୩୧%), ଆର୍‌ଜେଡିର ୬ ଏମ୍‌ପିଙ୍କ ମଧ୍ୟରୁ ୫ (୮୩%), ସିପିଆଇ(ଏମ୍‌)ର ୫ ଏମ୍‌ପିଙ୍କ ମଧ୍ୟରୁ ୪ (୮୦%), ଏଏପିର ୧୦ ଏମ୍‌ପିଙ୍କ ମଧ୍ୟରୁ ୩ (୩୦%), ଓ୍ବାଇଏସ୍‌ଆର୍‌ସିପିର ୯ ଏମ୍‌ପିଙ୍କ ମଧ୍ୟରୁ ୩ (୩୩%) ଏବଂ ଏନ୍‌ସିପିର ୩ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୨ (୬୭%)ଙ୍କ ନାଁରେ ଆପରାଧିକ ମାମଲା ଥିବା ସେମାନେ ସତ୍ୟପାଠରେ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri