Posted inଜାତୀୟ

ଉଦ୍ଧବଙ୍କ ହାତ ଛାଡିବାକୁ ପ୍ରସ୍ତୁତ ହେଲେଣି ୧୨ ଏମ୍‌ପି

ମୁମ୍ବାଇ,୭ ।୭: ଶିବସେନାର ୪୦ ବିଧାୟକଙ୍କ ପରେ ଏବେ ଦଳର ୧୨ ଏମ୍‌ପି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗ୍ରୁପରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଶିନ୍ଦେ ଗ୍ରୁପର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୁଲାବରାଓ ପାଟିଲ ଏହି ଦାବି କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ମଧ୍ୟ ମୁମ୍ବାଇରୁ ଶିବସେନା ଏମ୍‌ପି ରାହୁଲ ଶେୱାଲେ ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ଲାଗି ଉଦ୍ଧବ ଠାକରେଙ୍କୁ ପତ୍ର ଲେଖିଥିଲେ । କିନ୍ତୁ ପ୍ରଥମରୁ ହିଁ ଶିବସେନା ବିରୋଧି ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛି ।
ଶିବସେନାରେ ଉଦ୍ଧବ ଠାକରେଙ୍କ ଆଦେଶକୁ ସର୍ବୋପରି ବୋଲି କୁହାଯାଇଥାଏ । ଏବେ ରାହୁଲ ଶେୱାଲେ ପତ୍ର ଲେଖି ତାଙ୍କ ବିଚାରଧାରା ଶେୟାର କରିଛନ୍ତି । ଏହାଦ୍ୱାରା ଶିବସେନା ଏମପି ଶିନ୍ଦେ ଗ୍ରୁପରେ ସାମିଲ ହେବାକୁ ନେଇ ଚର୍ଚ୍ଚାର ଖୋରାକ ମିଳିଯାଇଛି । ଗୁଲାବ ରାଓ ପାଟିଲ ଦାବି କରିଛନ୍ତି, ଏବେ ୫୫ରୁ ୪୦ ବିଧାୟକଙ୍କ ବ୍ୟତୀତ ୨୨ ପୂର୍ବତନ ବିଧାୟକ ବି ଆମ ସହ ରହିଛନ୍ତି । ପାଟିଲ କହିଛନ୍ତି ଶିନ୍ଦେ ଗ୍ରୁପ ହେଉଛି ଅସଲ ଶିବସେନା ଓ ଶିନ୍ଦେ ଗ୍ରୁପ ପୁଣିଥରେ ଶିବସେନାର ସମ୍ମାନକୁ ବଜାୟ ରଖିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନମତ ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ,୪ା୩(ପି.ଟି.): ସରକାରଙ୍କ ଆଭିମୁଖ୍ୟଠାରୁ ଭିନ୍ନମତ ପୋଷଣ କରିବା ଦେଶଦ୍ରୋହ ପଦବାଚ୍ୟ ହେବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌...

ମଦ ପିଇ ବାହା ହେବାକୁ ଆସିଥିଲେ ବର, କନ୍ୟା ନେଲେ ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ,୭ା୬: ଉତ୍ତରପ୍ରଦେଶର ପ୍ରତାପଗଡ଼ର ଜଣେ ବର ମଦ ପିଇ ବିବାହ ପାଇଁ କନ୍ୟା ଘରେ ପହଞ୍ଚିବା ଭାରି ପଡ଼ିଛି। ବରକୁ ଏପରି ଅବସ୍ଥାରେ ଦେଖି କନ୍ୟା...

ଡିଏମ୍‌କେରେ ଯୋଗଦେଲେ ତାମିଲନାଡୁ ଭାଜପା ଉପାଧ୍ୟକ୍ଷ

ଚେନ୍ନାଇ,୫।୧୨: ତାମିଲନାଡୁର ଭାରତୀୟ ଜନତା ପାର୍ଟି(ଭାଜପା) ଉପାଧ୍ୟକ୍ଷ ବିଟି. ଅରସକୁମାର ଗୁରୁବାର ଡିଏମ୍‌କେରେ ଯୋଗ ଦେଇଛନ୍ତି। ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଉପସ୍ଥିତିରେ ସେ ଅରିଭାଲୟମଠାରେ...

ସୋନାଲି ଫୋଗାଟ ମୃତ୍ୟୁ ମାମଲା: ପରିବାରର ଦାବି ସମ୍ପତ୍ତି ପାଇଁ କରାଯାଇଛି ହତ୍ୟା, ଝିଅର ଜୀବନ ପ୍ରତି ରହିଛି ବିପଦ

ପଣଜୀ,୨୭ ।୮: ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ତଥା ଟିକ୍‌ଟକ୍ ଷ୍ଟାର ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ତାଙ୍କର ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ସୋନାଲିଙ୍କ...

ବିହାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କ୍ରିକେଟ ନିଶା, ଶିଶୁ ମୃତ୍ୟୁ ପ୍ରତି ନାହିଁ ଦରଦ: ଖବରଦାତା ସମ୍ମିଳନୀରେ ପଚାରିଲେ ଗଲାଣି କେତେ ଓ୍ବିକେଟ୍‌

ପାଟନା,୧୮।୬: ବିହାରରେ ଜାପାନିଜ୍‌ ଇନସେଫାଲଇଟିସ୍‌ରେ ଜଣଙ୍କ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ, ସ୍ବାସ୍ଥ୍ୟ ଓ...

ଭାରତ-ଚାଇନା ସୀମା ବିବାଦ: ବ୍ରିଗେଡିୟର, କର୍ନେଲ ସ୍ତରରେ କଥାବାର୍ତ୍ତା

ନୂଆଦିଲ୍ଲୀ,୧୫।୬: ଭାରତ-ଚାଇନା ସୀମା ବିବାଦର ସମାଧାନ କରିବାକୁ ଏବେ ବ୍ରିଗେଡିୟର ଓ କର୍ନେଲ ସ୍ତରରେ କଥାବାର୍ତ୍ତା ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ପୂର୍ବ ଲଦ୍ଦାଖର...

ବ୍ରେଡ ପ୍ୟାକେଟରେ ମୂଷା…

କୋଲକାତା,୧୧।୨ : ଏବେ ଅନଲାଇନରେ ଶୀଘ୍ର ସାମଗ୍ରୀ ପହଞ୍ଚାଇବାର ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଫଳରେ ବହୁ ସମୟରେ ଖରାପ ସାମଗ୍ରୀ ଗ୍ରାହକଙ୍କ ପାଖରେ ପହଞ୍ଚୁଛି। ସମ୍ପ୍ରତି...

ରେଲୱେ ଦେବ ଡୋର ଟୁ ଡୋର ସର୍ଭିସ!

ନୂଆଦିଲ୍ଲୀ,୧୭ ।୨: ପୂର୍ବରୁ ରେଲୱେ କେବଳ ଯାତ୍ରୀ ଓ ମାଲ ପରିବହନ କରୁଥିବା ବେଳେ ଏବେ ଭିନ୍ନ ଭିନ୍ନ ପ୍ରକାର ସେବା ଯୋଗାଇ ଦେଇ ଲୋକଙ୍କ...

Advertisement
Archives

Model This Week