ଏଇ ଭାରତରେ

ଶିକ୍ଷକ, ଅଭିଭାବକ ଓ ଛାତ୍ର, ଏହି ତିନୋଟି ସ୍ତମ୍ଭ ଉପରେ ଶିକ୍ଷା ମଜଭୁତ ହୋଇପାରିବ ବୋଲି ଯେଉଁ ଧାରଣା ରହିଛି, ତାହା ପ୍ରମାଣ କରି ଦେଖାଇଛନ୍ତି ମହାରାଷ୍ଟ୍ରର ଶିକ୍ଷକ ରଣଜିତ୍‌ସିଂ ଦିଶାଲେ। ବ୍ୟକ୍ତିଗତ କାରଣରୁ ଇଞ୍ଜିନିୟରିଂ ଶିକ୍ଷା ଛାଡ଼ି ଘରକୁ ଫେରିବା ପରେ ବାପାଙ୍କ ପ୍ରେରଣାରେ ସେ ଟିଚର୍ସ ଟ୍ରେନିଂ କଲେଜରେ ଯୋଗ ଦେଇଥିଲେ। ପରେ ସେଠାରୁ ଉତ୍ତୀର୍ଣ୍ଣ ହୋଇ ସୋଲାପୁରର ପରିତଓ୍ବୋଡି ଗାଁର ଜିଲା ପରିଷଦ ପ୍ରାଇମେରୀ ସ୍କୁଲରେ ଯୋଗ ଦେଇଥିଲେ। ସେଠାରେ ସ୍କୁଲ୍‌ରେ ପିଲାସଂଖ୍ୟା ବଢ଼ାଇବା ଲାଗି ସେ ଗାଁର ଘରଘର ବୁଲି ଅଭିଭାବକଙ୍କୁ ସଚେତନ କରି, ଲାପ୍‌ଟପ୍‌ରେ ୟୁଟ୍ୟୁବ୍‌ ଓ ଭିଡିଓ ଦେଖାଇ ପିଲାମାନଙ୍କୁ ସ୍କୁଲ୍‌କୁ ଆଣିବାକୁ ସକ୍ଷମ ହୋଇଥିଲେ। ପରେ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ସେ ‘ଆର୍ଲାମ ଅନ୍‌ , ଟିଭି ଅଫ୍‌’ ଅଭିଯାନ ଆରମ୍ଭ କରିଛନ୍ତି , ଯେଉଁଥିରେ ସ୍କୁଲରେ ଏକ ଆର୍ଲାମ ଲଗାଇଛନ୍ତି। ଏହା ସଂଧ୍ୟା ୭ଟାରେ ଅଭିଭାବକମାନଙ୍କୁ ପିଲାମାନଙ୍କ ଟାସ୍କ ଉପରେ ଧ୍ୟାନ ଦେବା ଲାଗି ସତର୍କ କରୁଛି। ପ୍ରତିଦିନ ଅପରାହ୍ନରେ ଅଭିଭାବକମାନଙ୍କୁ ସେହି ଦିନର ପଢା ସମ୍ପର୍କରେ ଦିଶାଲେ ମଧ୍ୟ ମେସେଜ୍‌ ଦେଇ ଅବଗତ କରୁଛନ୍ତି। ପଢ଼ାବହିରେ କ୍ୟୁଆର କୋଡ୍‌ ସନ୍ନିବେଶିତ କରି ୩୦୦ ପିଲାଙ୍କୁ ସମାନ ପଦ୍ଧତି ଆପଣାଇବାକୁ ସାହାଯ୍ୟ କରିପାରିଛନ୍ତି। ସେ ପିଲାମାନଙ୍କ ପାଇଁ ୨୭ କ୍ୟୁଆର୍‌ କୋଡ୍‌ ସୃଷ୍ଟି କରିଥିଲେ, ଯାହା ମହାମାରୀ ସମୟରେ ପିଲାମାନଙ୍କୁ ପଢ଼ିବାରେ ସହାୟକ ହୋଇଥିଲା। ତାଙ୍କର ଏହି ପଦ୍ଧତିକୁ ମହାରାଷ୍ଟ୍ର ସରକାର ଲାଗୁ କରିବାକୁ ଯୋଜନା କରିଛନ୍ତି। ଦିଶାଲେ ୨୦୨୦ରେ ଗ୍ଲୋବାଲ୍‌ ଟିଚର ପ୍ରାଇଜ୍‌ ଅନ୍ୟ ଶିକ୍ଷକଙ୍କ ସହ ଲାଭ କରିଥିଲେ। ତେବେ ସେହି ରାଶିରୁ ସେ ୧୬ ଲକ୍ଷ ଟଙ୍କା ପିଲାଙ୍କ ପାଠପଢ଼ା ଲାଗି ଖର୍ଚ୍ଚ କରିଛନ୍ତି। ୧୦ ଜଣ ଝିଅଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ମେଧାବୃତ୍ତି ପ୍ରଦାନ କରୁଛନ୍ତି। ଏହା ବ୍ୟତୀତ ବିଭିନ୍ନ ଦେଶରେ ଯୁଦ୍ଧ ଅଞ୍ଚଳରେ ରହୁଥିବା ପିଲାଙ୍କୁ ଯୋଡ଼ିବା ଲାଗି ଆରମ୍ଭ କରିଥିବା ‘ଲେଟ୍ସ କ୍ରସ୍‌ ବଡର୍ସ ପ୍ରୋଜେକ୍ଟ’ରେ ଆଉ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?