୧୨ ମାଓବାଦୀ ଗିରଫ

ମାଲକାନଗିରି,୨୨ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ଡିଆର୍‌ଜି ବାହିନୀ ଓ ୨୦୪, ୨୦୬, ୨୦୮ କୋବ୍ରା ବାହିନୀ ମିଳିତ ଭାବେ ଦୁଲେଡ, ବେଝେତୋଙ୍ଗ, ରାସାପଲ୍ଲୀ, ପିନାରନ୍ଦା, ଇରାପଲୀ, ମେଟାମୁଡେମ ଓ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନକରି ୧୦ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ସେହିପରି ଦାନ୍ତଓ୍ବୋଡା ଜିଲା ଅରନପୁର ଥାନା ଅଞ୍ଚଳରୁ ୨ ଜଣ ମାଓବାଦୀଙ୍କ ମଧ୍ୟ ଗିରଫ କରାଯାଇଛିି।
ଏମାନଙ୍କୁ ଦୁଲେଡ୍‌ ଗ୍ରାମ ନିକଟ ଜଙ୍ଗଲରୁ ଗିରଫ କରାଯାଇଛି। ଏମାନେ ହେଲେ ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ମାଡବୀ ବୁସ୍କାଙ୍କ ସହ ମାଡବୀ ଜଗା, ପଦାମ ଜୋଗା, ସୋଡି ଗଙ୍ଗା, ମାଡବି ହୁଙ୍ଗା, ସୋଡି ମୁଡା, ମଡକମ ଦେବା, ମଡକମ ହିଙ୍ଗା, ବେଟି ହୁଙ୍ଗା ଓ ମଡକମ ନନ୍ଦା। ଏମାନେ ଡିଏକେଏମ୍‌ଏସ୍‌, ଏର୍ନାପାଲ୍ଲୀ ଆର୍‌ପିସ୍‌ି ମିଲିସିଆ ସଦସ୍ୟ, ବୋଟେତୋଙ୍ଗଡ ଏକେଏମ୍‌ଏସ୍‌ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ତଦନ୍ତ କରିବାରୁ ମାଡବି ଜଗା, ମାଡବି ବୁସ୍କା, ପଦାମ ଜଗା, ସୋଡି ଗଙ୍ଗା, ମାଡବି ହୁଙ୍ଗା ଚନ୍ତାଗୁଫା ଅଞ୍ଚଳରେ ୨୦୨୩ ଡିସେମ୍ବରରେ ମିନପା ଗ୍ରାମକୁ ଯାଉଥିବା ସମୟରେ ଜଣେ ଗ୍ରାମବାସୀଙ୍କୁ ଅପହରଣକରି ହତ୍ୟା କରିଥିବା ରେକର୍ଡ ରହିଛି। ଏମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।
ସେହିପରି ଦାନ୍ତଓ୍ବୋଡା ଜିଲା ଅରନପୁର ଥାନା ଅଞ୍ଚଳ ନିଲାବାୟା, କେଶାପାରା ଓ ପୋଟାଲି ଗ୍ରାମରେ ସିଆର୍‌ପିଏଫ୍‌ ୧୧୧ ବାହିନୀ ସର୍ଚ୍ଚ ଅପରେଶନ କରୁଥିବା ସମୟରେ ପୋଟାଲୀ ଗ୍ରାମରୁ ୨ ଜଣ ମାଓବାଦୀଙ୍କୁ ଗିରଫ କରିଛି। ଏହି ୨ଜଣଙ୍କ ମଧ୍ୟରୁ ଜଣେ ହୁଙ୍ଗା ଓରଫ ଗଟମୁ ସୋଡି ଓ ଅନ୍ୟ ଜଣେ ଜଗା କୁଡାମୀ ବୋଲି ଜଣାପଡ଼ିଛି। ଏମାନେ ପୋରଦେମ ମିଲିସିଆ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏଥିସହ ଏହି ୨ଜଣଙ୍କ ନିକଟରୁ ଗୋଟିଏ ଟିଫିନ ବୋମା, ଦୁଇଟି ଡିଟୋନେଟର, ତାର ଓ ମାଓବାଦୀ ପୋଷ୍ଟର ଇତ୍ୟାଦି ଜବତ କରାଯାଇଛି। ଏହି ଦୁଇଜଣଙ୍କ ନାମରେ ବିଭିନ୍ନ ଥାନାରେ ଭିନ୍ନ ଭିନ୍ନ ଘଟଣାରେ କେସ୍‌ ରେକର୍ଡ ହୋଇଛି। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ା


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri