୧୨ ମାଓବାଦୀ ଗିରଫ

ମାଲକାନଗିରି,୨୨ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ଡିଆର୍‌ଜି ବାହିନୀ ଓ ୨୦୪, ୨୦୬, ୨୦୮ କୋବ୍ରା ବାହିନୀ ମିଳିତ ଭାବେ ଦୁଲେଡ, ବେଝେତୋଙ୍ଗ, ରାସାପଲ୍ଲୀ, ପିନାରନ୍ଦା, ଇରାପଲୀ, ମେଟାମୁଡେମ ଓ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନକରି ୧୦ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ସେହିପରି ଦାନ୍ତଓ୍ବୋଡା ଜିଲା ଅରନପୁର ଥାନା ଅଞ୍ଚଳରୁ ୨ ଜଣ ମାଓବାଦୀଙ୍କ ମଧ୍ୟ ଗିରଫ କରାଯାଇଛିି।
ଏମାନଙ୍କୁ ଦୁଲେଡ୍‌ ଗ୍ରାମ ନିକଟ ଜଙ୍ଗଲରୁ ଗିରଫ କରାଯାଇଛି। ଏମାନେ ହେଲେ ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ମାଡବୀ ବୁସ୍କାଙ୍କ ସହ ମାଡବୀ ଜଗା, ପଦାମ ଜୋଗା, ସୋଡି ଗଙ୍ଗା, ମାଡବି ହୁଙ୍ଗା, ସୋଡି ମୁଡା, ମଡକମ ଦେବା, ମଡକମ ହିଙ୍ଗା, ବେଟି ହୁଙ୍ଗା ଓ ମଡକମ ନନ୍ଦା। ଏମାନେ ଡିଏକେଏମ୍‌ଏସ୍‌, ଏର୍ନାପାଲ୍ଲୀ ଆର୍‌ପିସ୍‌ି ମିଲିସିଆ ସଦସ୍ୟ, ବୋଟେତୋଙ୍ଗଡ ଏକେଏମ୍‌ଏସ୍‌ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ତଦନ୍ତ କରିବାରୁ ମାଡବି ଜଗା, ମାଡବି ବୁସ୍କା, ପଦାମ ଜଗା, ସୋଡି ଗଙ୍ଗା, ମାଡବି ହୁଙ୍ଗା ଚନ୍ତାଗୁଫା ଅଞ୍ଚଳରେ ୨୦୨୩ ଡିସେମ୍ବରରେ ମିନପା ଗ୍ରାମକୁ ଯାଉଥିବା ସମୟରେ ଜଣେ ଗ୍ରାମବାସୀଙ୍କୁ ଅପହରଣକରି ହତ୍ୟା କରିଥିବା ରେକର୍ଡ ରହିଛି। ଏମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।
ସେହିପରି ଦାନ୍ତଓ୍ବୋଡା ଜିଲା ଅରନପୁର ଥାନା ଅଞ୍ଚଳ ନିଲାବାୟା, କେଶାପାରା ଓ ପୋଟାଲି ଗ୍ରାମରେ ସିଆର୍‌ପିଏଫ୍‌ ୧୧୧ ବାହିନୀ ସର୍ଚ୍ଚ ଅପରେଶନ କରୁଥିବା ସମୟରେ ପୋଟାଲୀ ଗ୍ରାମରୁ ୨ ଜଣ ମାଓବାଦୀଙ୍କୁ ଗିରଫ କରିଛି। ଏହି ୨ଜଣଙ୍କ ମଧ୍ୟରୁ ଜଣେ ହୁଙ୍ଗା ଓରଫ ଗଟମୁ ସୋଡି ଓ ଅନ୍ୟ ଜଣେ ଜଗା କୁଡାମୀ ବୋଲି ଜଣାପଡ଼ିଛି। ଏମାନେ ପୋରଦେମ ମିଲିସିଆ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏଥିସହ ଏହି ୨ଜଣଙ୍କ ନିକଟରୁ ଗୋଟିଏ ଟିଫିନ ବୋମା, ଦୁଇଟି ଡିଟୋନେଟର, ତାର ଓ ମାଓବାଦୀ ପୋଷ୍ଟର ଇତ୍ୟାଦି ଜବତ କରାଯାଇଛି। ଏହି ଦୁଇଜଣଙ୍କ ନାମରେ ବିଭିନ୍ନ ଥାନାରେ ଭିନ୍ନ ଭିନ୍ନ ଘଟଣାରେ କେସ୍‌ ରେକର୍ଡ ହୋଇଛି। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ା


Enter your email to get our daily news in your inbox.

All Right Reserved By Dharitri.Com

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri