Posted inଜାତୀୟ

କଂଗ୍ରେସରେ ୧୨ ଜେଡିଏସ ବିଧାୟକ ସାମିଲ ହେବା ନେଇ ଚର୍ଚ୍ଚା…

ବେଙ୍ଗାଲୁରୁ,୨୨।୮ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କର୍ନାଟକ କଂଗ୍ରେସ ଜନତା ଦଳ (ଧର୍ମନିରପେକ୍ଷ) ର ଅନେକ ବିଧାୟକଙ୍କ ସହ ଯୋଗାଯୋଗରେ ଅଛି ଏବଂ ସେମାନଙ୍କୁ ଦଳକୁ ଆଣିବାକୁ ଯୋଜନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ଅଯୋଗ୍ୟତା ଅବା ଉପନିର୍ବାଚନରୁ ରକ୍ଷା ପାଇବା ପାଇଁ କଂଗ୍ରେସ ଦଳ ଆନୁଷ୍ଠାନିକ ଭାବେ ସମର୍ଥନ ପାଇବା ପାଇଁ ୧୨ ଜେଡିଏସ ବିଧାୟକଙ୍କୁ ବାଡ଼ ଡିଆଁଇବା ଉଦ୍ୟମ କରୁଛି। କୁହାଯାଉଛି ପୁରୁଣା ମହୀଶୁର ଅଞ୍ଚଳରେ ନିଜ ଭୋଟ ବ୍ୟାଙ୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କଂଗ୍ରେସ ଅଧିକାଂଶ ଜେଡିଏସ ବିଧାୟକଙ୍କ ସହ ଗୁପ୍ତ ଯୋଗାଯୋଗରେ ଅଛି।

ରିପୋର୍ଟ ଅନୁଯାୟୀ, ଦୁଇ ରାଉଣ୍ଡ ବୈଠକ ହୋଇସାରିଛି ଏବଂ ହାଇ କମାଣ୍ଡର ଅନୁମୋଦନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ପୁରୁଣା ମହୀଶୁର ନିର୍ବାଚନମଣ୍ଡଳୀରୁ ଜଣେ ବରିଷ୍ଠ ଜେଡିଏସ ବିଧାୟକ କଂଗ୍ରେସ ନେତାଙ୍କ ସହ ଯୋଗାଯୋଗ କରୁଥିବା କୁହାଯାଉଛି ଏବଂ ଯଦି ଯୋଜନା ଠିକଠାକ ଅନୁଯାୟୀ ଚାଲିଯାଏ ତେବେ ଜେଡିଏସ ବିଧାୟକଙ୍କ ଏକ ବଡ଼ ଦଳ କଂଗ୍ରେସରେ ଯୋଗଦେବେ। ତେବେ କଂଗ୍ରେସ ନେତା ତାଙ୍କ ଆଭିମୁଖ୍ୟରେ ସତର୍କ ଥିବା କୁହାଯାଉଛି ଏବଂ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ କାହା ସହ ଆଲୋଚନା ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଚର୍ଚ୍ଚା ନେଇ ପୂର୍ବତନ ସିଏମ ଜେଡିଏସ ନେତା ଏଚଡି କୁମାରସ୍ବାମୀ କହିଛନ୍ତି କୌଣସି ଜେଡିଏସ ସଦସ୍ୟ କଂଗ୍ରେସରେ ଯୋଗଦେବେ ନାହିଁ। ’କଂଗ୍ରେସ ଭାଜପା ଏବଂ ଜେଡିଏସ କର୍ମୀଙ୍କୁ ଧମକ ଦେଉଛି ଏବଂ ସେମାନଙ୍କୁ ନିଜ ପଟକୁ ନେବାକୁ ଚେଷ୍ଟା କରୁଛି। ମୋ ଜ୍ଞାନ ଅନୁଯାୟୀ, କୌଣସି ବିଧାୟକ ଆମ ଦଳ ଛାଡିବେ ନାହିଁ। ନିଜର ବିଫଳତାକୁ ଲୁଚାଇବା ପାଇଁ କଂଗ୍ରେସ ଏଭଳି କାହାଣୀ ପ୍ରଚାର କରୁଛି। ସେମାନଙ୍କର ବିଫଳତା ଯୋଗୁ ପ୍ରାୟ ୨୦-୩୦ କଂଗ୍ରେସ ବିଧାୟକ କଂଗ୍ରେସ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାକୁ ଲୁଚାଇବା ପାଇଁ ସାଧାରଣ ଲୋକଙ୍କୁ ଭ୍ରମିତ କରିବା ଲାଗି ଏଭଳି କାର୍ଯ୍ୟ କରାଯାଉଛି।

ଭାଜପା ବିଧାୟକ ଏସ.ଟି ସୋମଶେଖର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ମଧ୍ୟରେ କୁମାରସ୍ବାମୀ ଯଶୱନ୍ତପୁର ନିର୍ବାଚନମଣ୍ଡଳୀରେ ଦଳର କର୍ମୀଙ୍କ ସହ ଏକ ବୈଠକ କରି ସେମାନଙ୍କୁ ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri