Posted inଜାତୀୟ

ବେଙ୍ଗାଲୁରୁ ଗଣବଳାତ୍କାର: ୨ ମହିଳାଙ୍କ ସମେତ ୧୨ ଗିରଫ

ବେଙ୍ଗାଲୁରୁ,୮।୭: କର୍ନାଟକର ରାଜଧାନୀରେ ବାଂଲାଦେଶର ମହିଳାଙ୍କୁ ଗଣବଳାତ୍କାର ଓ ନିର୍ଯାତନା ମାମଲାରେ ବେଙ୍ଗାଲୁୁରୁ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି। ୨ ମହିଳାଙ୍କ ସମେତ ୧୧ ଅଭିଯୁକ୍ତ ହେଉଛନ୍ତି ବାଂଲାଦେଶ ନାଗରିକ। ଘଟଣା ସାମ୍ନାକୁ ଆସିବାର ୫ ସପ୍ତାହରେ ତଦନ୍ତ ଶେଷ ହୋଇଥିବା ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ ଗୁରୁବାର ଟୁଇଟ୍‌ କରିଛନ୍ତି। ଏହି ମାମଲାର ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରାଯାଇଛି।

ତଦନ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ତଦନ୍ତକାରୀ ଦଳକୁ ପ୍ରଶଂସା କରିବା ସହ ପୁରସ୍କାର ବାବଦକୁ ୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ଗଣବଳାତ୍କାର ଓ ନିର୍ଯାତନା ଘଟଣା ଚଳିତ ବର୍ଷ ମେ’ରେ ଘଟିଥିଲା। ଗଣବଳାତ୍କାର ପରେ ପୀଡ଼ିତଙ୍କ ଯୌନାଙ୍ଗରେ ଭଙ୍ଗା କାଚ ବୋତଲ ପୂରାଇ ଦେଇଥିଲେ ଅଭିଯୁକ୍ତମାନେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୨୨ ବର୍ଷୀୟା ମହିଳା ଗଣବଳାତ୍କାର ଶୀକାର ହୋଇଥିବା ଜଣାପଡ଼ିଥିଲା।

ମାନବ ଚାଲାଣକାରୀଙ୍କ ଦ୍ୱାରା ପୀଡ଼ିତାଙ୍କୁ ଭାରତ ଅଣାଯାଇଥିଲା। ତାଙ୍କୁ ଠେଲି ଦିଆଯାଇଥିଲା ବେଶ୍ୟାବୃତ୍ତିକୁ। ଆର୍ଥିକ ବିବାଦକୁ ନେଇ ଅଭିଯୁକ୍ତମାନେ ତାଙ୍କୁ ଗଣବଳାତ୍କାର କରିବା ସହ ନିର୍ଯାତନା ଦେଇଥିଲେ। ଗତ ଦୁଇ ମାସରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ପୋଲିସକୁ ଆକ୍ରମଣ କରି ଖସିବାକୁ ଉଦ୍ୟମ କରି ଗୁଳି ଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ପାକିସ୍ତାନର ଦୂତ: ମମତା

ସିଲିଗୁଡି,୩।୧: ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସଲିଗୁଡିରେ ପୁଣି ଏକ ରାଲି କରିଛନ୍ତି। ରାଲିକୁ...

ଛତିଶଗଡ଼ ମାଓବାଦୀ ଆକ୍ରମଣ: ୨ ମୃତ

ସୁକମା,୨।୫: ଚତିଶଗଡ଼ର ସୁକମା ଜିଲାରେ ଥିବା କିସ୍ତରାମ ଅଞ୍ଚଳରେ ମାଓବାଦୀଙ୍କ ବର୍ବରତା ପୁଣି ଥରେ ଦେଖିବାକୁ ମିଳିଛି। ବୁଧବାର ରାତିରେ ଏଠାରେ ମାଓବାଦୀଙ୍କ ଆକ୍ରମଣରେ ୨ଜଣ...

ଏଠାରେ ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରାଯାଉଛି ମାସ୍କ

ବାରାଣସୀ,୧୭।୭: ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।...

୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ/ମୁମ୍ବାଇ,୩୦ା୯(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ରବିବାର ପ୍ରଥମ ପର୍ଯ୍ୟାୟରେ ୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କୁ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ-କଶ୍ମୀର,୧୭।୮: ପାକିସ୍ତାନ ଶନିବାର ଜମ୍ମୁ-କଶ୍ମୀର ରାଜୌରି ଜିଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି। ଶହୀଦ ଯବାନ...

ଟୁଇଟର, ଇନ୍‌ଷ୍ଟାଗ୍ରାମ୍‌ରେ ସିବିଆଇ

ନୂଆଦିଲ୍ଲୀ,୩।୧୦: ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ସଭା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟୁଇଟର ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରବେଶ କରିଛି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ...

ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ପୁଣେ,୨୬ ।୧୧: ବଲିଉଡ ତଥା ମରାଠି ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କର ଶନିବାର ପୁଣେରେ ପରଲୋକ ହୋଇଛି । ନଭେମ୍ବର ୫ରୁ ସେ ପୁଣେର...

ନିଜେ ମାସ୍କ ନ ପିନ୍ଧି ଚାଲାଣ କାଟୁଥିଲେ ଥାନାଧିକାରୀ: ଘଟିଲା ଏମିତି କିଛି..

ଲକ୍ଷ୍ନୌ, ୧୨।୮: କରୋନା ସଂକ୍ରମରରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଉତ୍ତରପ୍ରଦେଶର ଜଣେ ଥାନାଧିକାରୀ ମାସ୍କ ନ...

Advertisement
Archives

Model This Week