ସ୍ବାଭିମାନ ଅଞ୍ଚଳରେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ଭତ୍ତା ଟଙ୍କା

ଚିତ୍ରକୋଣ୍ଡା,୪।୧୧(ଡି.ଏନ.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ଶତାଧିକ ମୃତ ବ୍ୟକ୍ତିଙ୍କ ନାମରେ ୩/୪ ବର୍ଷ ହେଲା ଭତ୍ତା ଟଙ୍କା ଉଠାଯାଉଛି। ରାଲେଗାଡ଼ ପଞ୍ଚାୟତରେ ୪ ଜଣ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଉଥିବା ବେଳେ ଧୂଳିପୁଟରେ ୮ ଜଣ, ଗାଜୁଲୁମାମୁଡିରେ ୨୯ ଜଣ, ଯନ୍ତ୍ରୀରେ ୧୬ ଜଣ, ପଣଷପୁଟରେ ୬ ଜଣ, ଯୋଡ଼ାମ୍ବ ପଞ୍ଚାୟତରେ ୫ଜଣ ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଉଛି। ଏହାବ୍ୟତୀତ ଆଖପାଖ ଅନ୍ୟ ପଞ୍ଚାୟତର ଭତ୍ତା ଟଙ୍କା ନେଇ ହିସାବ କଲେ ଶତାଧିକ ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ଅର୍ଥ ହଡପ କରାଯାଉଛି। ଗତ ଦୁଇ ମାସ ତଳେ ଗୁଣ୍ଠାୱାର୍ଡl ପଞ୍ଚାୟତରେ ହୋଇଥିବା ସାମାଜିକ ସମୀକ୍ଷା ଗ୍ରାମସଭାରେ ୧୨ ଜଣ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଥିଲା। ବହୁ ଦିନର ବ୍ୟବଧାନ ପରେ ସାମାଜିକ ସମୀକ୍ଷା ହୋଇଥିଲା। ଜିଲାସ୍ତରୀୟ ସାମାଜିକ ସମୀକ୍ଷକ ଦଳର ଏକ ସ୍ବତନ୍ତ୍ର ଟିମ୍‌ ଚିତ୍ରକୋଣ୍ଡା ବ୍ଲକ ଅଧୀନ ସ୍ବାଭିମାନ ଅଞ୍ଚଳକୁ ଯାଇ ୯ଟି ପଞ୍ଚାୟତର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନାର ସାମାଜିକ ସମୀକ୍ଷା କରିଥିଲେ। ଜିଲା ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲ ନେତୃତ୍ୱ ନେଇଥିଲେ। ସଂଗ୍ରାମ କେଶରୀ ମାହାଲିକ, ବେଲାଳସେନ ଗୁଣ୍ଠା, ରାକେଶ ଦାସ, ଟି. ମୁରଲୀକ୍ରିଷ୍ଣା, ଚନ୍ଦ୍ରକାନ୍ତ ପଣ୍ଡା, ସୁଜାତା ବିଶ୍ୱାସ, ଅଜିତ ସଗରିଆ, ସାବିନା ସାହା ସାମାଜିକ ସମୀକ୍ଷା ପରିଚାଳନା କରିଥିଲେ। ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଉଥିବା ଅଭିଯୋଗ ସମ୍ପର୍କରେ ବିଡିଓ ଲରିମନ ଖରସେଲଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଆସିଥିବା ଅଭିଯୋଗର ତଦନ୍ତ କରାଯିବ। ଯଦି କୌଣସି ପଞ୍ଚାୟତରେ ଏଭଳି ହୋଇଥାଏ ସତ୍ୟତା ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଁ। ମୁଣ୍ଡରେ ସଚେତନ କଲେ ଯୁବଗୋଷ୍ଠୀ

କେନ୍ଦୁଝର, ୨୬ା୩(ନରେଶ ପଟ୍ଟନାୟକ)-କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା ପରେ ସବୁଠି କଟକଣା ଲାଗୁ ହୋଇଛି। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।...

ଟ୍ରେନ୍‌ରେ କଟି ମହିଳା ମୃତ

ଖୋର୍ଦ୍ଧା ଅଫିସ,୨୩।୧: ଖୋର୍ଦ୍ଧା ଜିଲା ବାଘମାରୀ ଥାନା ବାଘମାରୀ ଓଭରବ୍ରିଜ୍‌ଠାରେ ଗୁରୁବାର ଟ୍ରେନ୍‌ରେ କଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାଘମାରୀ ଥାନା ପୋଲିସ ଘଟଣାସ୍ଥଳରେ...

ସରିଲା କୁନ୍ଦୁଳିଆ ମହୋତ୍ସବ

ବିଶୋଇ,୨୩ା୧(ଡ଼ି.ଏନ୍‌.ଏ.)- ବିଶୋଇ ଅଞ୍ଚଳର କୁନ୍ଦୁଳିଆଠାରେ ଦିଗବିଜୟ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୩୧ ତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘କୁନ୍ଦୁଳିଆ ମହୋତ୍ସବ- ୨୦୨୦’...

ଶହୀଦ ସୁଶାନ୍ତଙ୍କୁ ହରାଇ କାନ୍ଦୁଛି ଆନନ୍ଦପୁର: ସ୍ବାମୀଙ୍କ ପରେ ବର୍ଷକ ମଧ୍ୟରେ ତିନି ପୁଅଙ୍କୁ ହରାଇଲା ମା’

ଆନନ୍ଦପୁର,୧୧।୮(ସନ୍ତୋଷ ରାଉତ): କଥାରେ ଅଛି ଦୁଃଖ ଯେତେ ବେଳେ ଆସେ ସାଙ୍ଗ ସାଥିଙ୍କୁ ନେଇ ଆସେ। ଉକ୍ତ ଲୋକକଥାଟି ଏକ ପ୍ରକାର ପ୍ରମାଣିତ ହୋଇଛି ଝାଡ଼ଖଣ୍ଡ...

ପରିବା ମାର୍କେଟ ପରିବେଶ ଅସ୍ବାସ୍ଥ୍ୟକର

ଢେଙ୍କାନାଳ ଅଫିସ,୧୩ା୧୨: ଢେଙ୍କାନାଳ ସହର ରଥଗଡା ପରିବା ମାର୍କେଟ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି। ଏହି ସମସ୍ୟାର ସମାଧାନ କରିବା ପାଇଁ ସୋମବାର ଏଏପି ପକ୍ଷରୁ...

ଥଇଥାନ ଦାବି କଲେ ବାସହରା ଲୋଧା ସମ୍ପ୍ରଦାୟ ଲୋକେ

ଉଦଳା,୧୧।୪(ଡି.ଏନ.ଏ.): ବନ ବିଭାଗ ପକ୍ଷରୁ ଗତ ୩ତାରିଖରେ ଉଦଳା ଥାନା ଅନ୍ତର୍ଗତ ପାଟଶାଣୀପୁର ପଞ୍ଚାୟତର ଅମ୍ବିକାଦେଇପୁର ଗ୍ରାମ ଜାମପାଣିରେ ଥିବା ଲୋଧା ସମ୍ପ୍ରଦାୟର ୨୮ ଘର...

ଜନତା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ

ନିରାକାରପୁର/ଟାଙ୍ଗୀ(ଖୋର୍ଦ୍ଧା),୮ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା କୁହୁଡ଼ିସ୍ଥିତ ଜନତା ମହାବିଦ୍ୟାଳୟର ୩୪ତମ ପ୍ରତିଷ୍ଠା ଦିବସ ବୁଧବାର କଲେଜ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ଏହାର ଅଧ୍ୟକ୍ଷ...

ଖାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଧାମନଗର,୫।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ କାଞ୍ଜିଆପାଳ ଗ୍ରାମର ଏକ ପାଣି ଖାଲରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ...

Advertisement
Archives

Model This Week