Posted inଜାତୀୟ

ସତ୍‌ସଙ୍ଗରେ ଦଳାଚକଟା: ୧୧୬ ମୃତ

ହାଥରସ୍‌(ୟୁପି),୩ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଛୋଟ ପିଲା। ଆହତମାନଙ୍କୁ ହାଥରସ୍‌ ଏବଂ ଇଟାହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଧର୍ମୀୟ କାର୍ଯ୍ୟକ୍ରମରେ ଅତ୍ୟଧିକ ଜନସମାଗମ ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଭୋଲେ ବାବା ଭାବେ ପରିଚିତ ଆତ୍ମଘୋଷିତ ଗଡ୍‌ମ୍ୟାନ୍‌ ନାରାୟଣ ସାକର ହରିଙ୍କ ମାନବ ମଙ୍ଗଳ ମିଲନ ସଦ୍‌ଭାବନା ସମାଗମ କମିଟି ପକ୍ଷରୁ ଏହି ସତ୍‌ସଙ୍ଗର ଆୟୋଜନ କରାଯାଇଥିଲା।
୧୧୬ ଜଣଙ୍କ ମୃତ୍ୟୁ ଘଟିଥିବା ଆଲିଗଡ଼ କମିଶନ ଚୈତ୍ରା ଭି. ସ୍ପଷ୍ଟ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣ ଇଟାହ ଜିଲାର। ଷ୍ଟାମ୍ପେଡ୍‌ରେ ୧୮ ଜଣ ଆହତ ହୋଇଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଢ଼ାଯାଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଆର୍ଥତ୍କ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦଳାଚକଟାରେ ଏତେ ସଂଖ୍ୟାରେ ଲୋକଙ୍କ ଜୀବନ ଯିବା ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିବା ସହ ମୃତକମାନଙ୍କ ପରିବାରକୁ ସବବେଦନା ଜଣାଇଛନ୍ତି। ଏଥିସହିତ ସେମାନେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି, ବର୍ତ୍ତମାନ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିବା ସହ ଆହତମାନଙ୍କୁ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳକୁ ରାଜ୍ୟ ମନ୍ତ୍ରୀ ଲକ୍ଷ୍ମୀନାରାୟଣ ଚୌଧରୀ ଏବଂ ସନ୍ଦୀପ୍‌ ସିଂ ଯାଇଥିବାବେଳେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ମଧ୍ୟ ସେଠାକୁ ପଠାଯାଇଛି। ପୋଲିସ କହିବା ଅନୁଯାୟୀ ସତ୍‌ସଙ୍ଗ କାର୍ଯ୍ୟକ୍ରମ ବେଳେ ଅତ୍ୟଧିକ ଗହଳି ଯୋଗୁ ଲୋକେ ଶ୍ୱାସରୁଦ୍ଧ ଭଳି ସ୍ଥିତି ଉପୁଜିଥିଲା। ଫଳରେ ଲୋକେ ସତ୍‌ସଙ୍ଗ ସ୍ଥଳ ଛାଡ଼ି ଦୌଡ଼ିବା ଆରମ୍ଭ କରିବାରୁ ଦଳାଚକଟା ହୋଇଥିଲା। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଦଳାଚଳକଟା ବେଳର ଦୃଶ୍ୟ ଅତ୍ୟନ୍ତ ଭୟାବହ ଥିଲା। ସତ୍‌ସଙ୍ଗରେ ପ୍ରବଳ ଜନଗହଳି ହୋଇଥିଲା। ଏହା ସରିବା ପରେ ଲୋକେ ସଭାସ୍ଥଳ ଛାଡ଼ି ଏକ ସଂକୀର୍ଣ୍ଣ ପଥ ଦେଇ ବାହାରିଥିଲେ। ଏହି ସମୟରେ ହଠାତ୍‌ ହଇଚଇ ସୃଷ୍ଟି ହୋଇଥିଲା। ପ୍ରସ୍ଥାନ ରାସ୍ତା ଏକ ଡ୍ରେନ୍‌ ଉପରେ ନିର୍ମାଣ ହୋଇଥିଲା। ଜଣକ ପରେ ଜଣେ ଲୋକ ଡ୍ରେନ୍‌ ଭିତରକୁ ଖସିପଡ଼ିଥିଲେ ଓ ଦଳାଚକଟାରେ ଅନେକଙ୍କର ମୃତ୍ୟୁ ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ପଶ୍ଚିମ ୟୁପିର ଭୋଲେ ବାବା ଖୁବ୍‌ ଲୋକପ୍ରିୟ, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ବିଭିନ୍ନ ରାଜ୍ୟରୁ ହଜାର ହଜାର ଲୋକ ଏକତ୍ରିତ ହୋଇଥାନ୍ତି। ତାଙ୍କର ପ୍ରକୃତ ନାମ ସୂରଜପାଲ ହୋଇଥିବାବେଳେ ଲୋକେ ତାଙ୍କୁ ହରି ଭୋଲେ ବାବା ଭାବେ ଜାଣନ୍ତି। କାସଗଞ୍ଜର ପଟିୟାଲି ଗ୍ରାମରେ ରହୁଥିବା ବାବାଙ୍କର ସେଠାରେ ଏକ ଆଶ୍ରମ ରହିଛି। ସେ ୧୮ ବର୍ଷ ପୂର୍ବରୁ ପୋଲିସ ଚାକିରି କରିଥିଲେ। ୨୦୦୬ରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବୁଲି ବୁଲି ଭଗବାନଙ୍କ ଭକ୍ତିର ପ୍ରସାର କରିଥିଲେ। ଧୀରେ ଧୀରେ ସେ ସତ୍‌ସଙ୍ଗ ଆୟୋଜନ କରିବା ସହ ଉତ୍ତରପ୍ରଦେଶରେ ବେଶ୍‌ ଲୋକପ୍ରିୟ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?