Posted inଫୁରସତ

୧୧୨ କୋଟିର ଗୋଲାପ

ଗୋଲାପ ଫୁଲର ସୌନ୍ଦର୍ଯ୍ୟ କାହାକୁ ବି ଆନମନା କରିବାକୁ ଯଥେଷ୍ଟ। ଏମିତି କେହି ନ ଥିବେ ଯିଏକି ଏହାକୁ ପସନ୍ଦ କରୁ ନ ଥିବେ। ଯେକୌଣସି ରଙ୍ଗର ହେଲେ ବି ଗୋଲାପ ଫୁଲ ଖୁବ୍‌ ସୁନ୍ଦର। ତେଣୁ ବଜାରରେ ଏହାର ଚାହିଦା ବହୁତ ଥାଏ। ତେବେ ଏମିତି ବି ଏକ ଗୋଲାପ ଅଛି ଯାହାକୁ ସାଧାରଣ ଫୁଲ ଦୋକାନରେ ଖୋଜିଲେ ମିଳିବ ନାହିଁ। ଏହାର ସୌନ୍ଦର୍ଯ୍ୟ ଆପଣଙ୍କୁ ଆକର୍ଷିତ କରିବ, କିଣିବାକୁ ପ୍ରବର୍ତ୍ତାଇବ। ହେଲେ ଏହାକୁ କିଣିବା ତ ଦୂର କଥା ଧରିବାକୁ ସୁଯୋଗ ପାଇବେ ନାହିଁ କି ତା’ର ମଧୁର ସୁଗନ୍ଧକୁ ଆଘ୍ରାଣ କରିବା ବି ସାତ ସପନ। କାରଣ ଏ ହେଉଛି ପୃଥିବୀର ସବୁଠାରୁ ଦାମୀ ଗୋଲାପ ଫୁଲ। ଆଉ ଏହାର ଦାମ ଜାଣିଲେ ତ ହୋସ୍‌ ଉଡ଼ିଯିବ। ଏହାର ମୂଲ୍ୟ ୧୧୨ କୋଟିରୁ ଉର୍ଦ୍ଧ୍ୱ। ବିଶ୍ୱାସ ନ ହେଲେ ବି ଏହା ସତ। ହୀରାଠାରୁ ବି ଏହାର ଦାମ ଅଧିକ। କାରଣ ଏହି ଖାସ୍‌ ଫୁଲଗଛକୁ ଲଗାଇବା ଓ ସେଥିରେ ଫୁଲ ହେବା ଲାଗି ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଲାଗେ। ଆଉ ଏହା ଦେଖିବାକୁ ବହୁତ ସୁନ୍ଦର ଓ ଏହାର ମହକ ତ ସ୍ବର୍ଗୀୟ ଅନୁଭବ ପ୍ରଦାନ କରେ। ଏହା ‘ଜୁଲିଏଟ୍‌ ରୋଜ୍‌’ ନାମରେ ବେଶ୍‌ ପରିଚିତ। ଉକ୍ତ ଗୋଲାପକୁ ପ୍ରଥମେ ୨୦୦୬ରେ ଡେଭିଡ ଅଷ୍ଟିନ ନାମକ ଜଣେ ବ୍ୟକ୍ତି ଅନେକ ଗବେଷଣା କରିବା ପରେ ଲଗାଇଥିଲେ। ୧୫ ବର୍ଷ ଯତ୍ନ ନେବା ପରେ ଯାଇ ଏଥିରେ ଫୁଲ ଧରେ। ଉକ୍ତ ଫୁଲକୁ ଅନେକ ପ୍ରଜାତିର ଗୋଲାପକୁ ମିଶାଇ ତିଆରି କରାଯାଇଛି। ସେଥିପାଇଁ ଏହା ବହୁମୂଲ୍ୟ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri