୬ ମାସରେ ନିଯୁକ୍ତ ହେବେ ୧୧୦୦ ଅଗ୍ନିଶମ କର୍ମଚାରୀ

କଟକ ଅଫିସ,୨୩ା୫: ରାଜ୍ୟ ଅଗ୍ନିଶମ ବିଭାଗର ଡିଜି ଭାବେ ଆଇପିଏସ୍‌ ଅଫିସର ଡ. ସୁଧାଂଶୁ ଷଡ଼ଙ୍ଗୀ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। କଟକସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ସେ ଭାରପ୍ରାପ୍ତ ଅଗ୍ନିଶମ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସରଙ୍କୁ ରାଜ୍ୟ ସରକାର କିଛିଦିନ ତଳେ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି ଦେଇଥିଲେ। ପୂର୍ବରୁ ସେ ସ୍ପେଶାଲ ଡିଜି ପୋଲିସ ରେଲଓ୍ବେ ଆଣ୍ଡ୍‌ କୋଷ୍ଟାଲ ସିକ୍ୟୁରିଟି ଭାବେ କାର୍ଯ୍ୟ ତୁଲାଉଥିଲେ। ଏହା ପୂର୍ବରୁ ସେ ଟୁଇନ୍‌ ସିଟିର ପୋଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ। ଦାୟିତ୍ୱ ଗ୍ରହଣ ଅବସରରେ ଷଡ଼ଙ୍ଗୀ କହିଛନ୍ତି, ଓଡ଼ିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି ଏବଂ ଆଗାମୀ ଦିନରେ ଏହାକୁ ବଜାୟ ରଖାଯିବ। ରାଜ୍ୟବାସୀଙ୍କୁ ଉନ୍ନତ ସେବା ପ୍ରଦାନ କରି ଆସ୍ଥାଭାଜନ ହେବା ପାଇଁ ସମସ୍ତେ ଚେଷ୍ଟା କରିବୁ ବୋଲି କହିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ସେ ଆହୁରି କହିଛନ୍ତି, ୨୦୦୦ରେ ରାଜ୍ୟରେ ୧୧୨ ଦମକଳ କେନ୍ଦ୍ର ଥିଲା। ଏବେ ଏହା ୩ ଗୁଣ ବୃଦ୍ଧି ପାଇ ୩୪୫ରେ ପହଞ୍ଚତ୍ଲାଣି। ଏହି କେନ୍ଦ୍ରଗୁଡ଼ିକ କେବଳ ଆଗ୍ନେୟ ଦୁର୍ଘଟଣା ବା ଅଗ୍ନି ନିର୍ବାପନ କାର୍ଯ୍ୟ କରୁନାହିଁ ବରଂ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଥମ ରେସ୍‌ପଣ୍ଡର ଭାବେ କାମ କରୁଛି। ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଦେଶ ଓ ବିଦେଶରେ ସୁନାମ ଆଣିଛି। ଏବେ ରାଜ୍ୟରେ ଆଗଭଳି ଚାଳ ଛପର ଘର ନାହିଁ କି ଆଗ ଭଳି ଘରପୋଡ଼ି ଆଉ ହେଉ ନାହିଁ। କିନ୍ତୁ ଉଚ୍ଚ ଏବଂ ଅତି ଉଚ୍ଚ ଅଟ୍ଟାଳିକା ଗଢ଼ି ଉଠିବାରେ ଲାଗିଛି। ସ୍ବାସ୍ଥ୍ୟ, ଶିକ୍ଷା, ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ରହିଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ଆଗ୍ନେୟ ଦୁର୍ଘଟଣାର ଆଶଙ୍କା ରହୁଛି। ସେଥିପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହୁଛି। ଚଳିତବର୍ଷ ଅଗ୍ନିଶମ ବିଭାଗର ଆଧୁନିକୀକରଣ ଓ ସାମର୍ଥ୍ୟ ବୃଦ୍ଧି ପାଇଁ ୨୪୦ କୋଟି ଟଙ୍କା ଅଧିକ ଅନୁଦାନ ଦେବା ପାଇଁ ଆଲୋଚନା ଚାଲିଛି। ଏହାଛଡ଼ା ଆଗାମୀ ୬ ମାସ ମଧ୍ୟରେ ଅଗ୍ନିଶମ ସଂସ୍ଥାରେ ୧,୧୦୦ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମିଳିସାରିଛି। ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅପରପକ୍ଷରେ ରାଜ୍ୟରେ ବର୍ତ୍ତମାନ ୧୫,୯୧୮ ଗୃହରକ୍ଷୀ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦିଆଯିବ। ଆଶା କରିବି ସେମାନେ ଦକ୍ଷତା ଓ ନିଷ୍ଠାର ସହ ସେବା ପ୍ରଦାନ କରି ଲୋକଙ୍କ ଆସ୍ଥାଭାଜନ ହେବେ। ଆଗାମୀ ଦିନରେ ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ସଂସ୍ଥା ନିଜର ସମ୍ମାନ ଓ ପରିଚୟ ଦେଶବିଦେଶରେ ବଜାୟ ରଖିବାକୁ ଯତ୍ନବାନ୍‌ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?