ଦେଢ଼ମାସରେ ୧୧ଶହ କୋଟି ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୭୧୮।୧୨(ବ୍ୟୁରୋ): ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରି। କେବଳ କାଗଜକଲମରେ କୋଟିକୋଟି ଟଙ୍କାର କାରବାର ଦର୍ଶାଯାଉଛି। ଏଭଳି ଜାଲିଆତି କରି ସରକାରଙ୍କୁ ଶହ ଶହ କୋଟି ଟଙ୍କାର ବସ୍ତୁ ଓ ସେବା କର(ଜିଏସ୍‌ଟି) ଚୂନ ଲଗାଉଛନ୍ତି ଅସାଧୁ ବ୍ୟବସାୟୀ। ଜାଲ୍‌ କମ୍ପାନୀ ବିଲ୍‌ ଜରିଆରେ ଇନ୍‌ପୁଟ୍‌ ଟ୍ୟାକ୍ସ ଦର୍ଶାଇ ବାହାର ରାଜ୍ୟ ବ୍ୟବସାୟୀଙ୍କ ପାଖରୁ ସଲାସୁତୁରାରେ ଜିଏସ୍‌ଟି ଅର୍ଥ ହାତଉଛନ୍ତି। ଏହି ବ୍ୟବସାୟକୁ ଯଥାର୍ଥ ଦର୍ଶାଇବା ଲାଗି ଅଭିଯୁକ୍ତମାନେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଜାଲ କମ୍ପାନୀ ନାମରେ କୋଟି କୋଟି ଟଙ୍କା କାରବାର କରୁଛନ୍ତି। ଏଥିରେ ଏକାଧିକ ର଼୍ୟାକେଟ୍‌ ସମ୍ପୃକ୍ତ ଥିବାବେଳେ ରାଜ୍ୟ ବାହାରକୁ ଏମାନଙ୍କ ଚେର ଲମ୍ବିଛି। ତେବେ ଏହି ଚୋରାକାରବାର ରୋକିବା ଲାଗି ଡାଇରେକ୍ଟୋରେଟ ଜେନେରାଲ୍‌ ଅଫ ଜିଏସ୍‌ଟି ଇଣ୍ଟେଲିଜେନ୍ସ(ଡିଜିଜିଆଇ)ପକ୍ଷରୁ ଗତ ନଭେମ୍ବର ୯ତାରିଖରୁ ଏକ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି, ଯେଉଁଥିରେ ରାଜ୍ୟର ବିଭିନ୍ନ ଜିଲାରେ ଥିବା ଜାଲ୍‌ କମ୍ପାନୀଗୁଡ଼ିକ ଉପରେ ଚଢାଉ କରାଯାଇଛି। ଗତ ଦେଢ଼ମାସ ଭିତରେ ଓଡ଼ିଶାରୁ ୧୧ଶହ କୋଟି ଟଙ୍କାର ଏଭଳି ଜାଲ୍‌ ଜିଏସ୍‌ଟି କାରବାର ଧରାପଡ଼ିବା ସହ ୩ଜଣଙ୍କୁ ଗିରଫ କରାଯାଇଛି ବୋଲି ଗୁରୁବାର ଭୁବନେଶ୍ୱରସ୍ଥିତ ଡିଜିଜିଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ମହାନିର୍ଦ୍ଦେଶକ ଦେବାଶିଷ ସାହୁ ସୂଚନା ଦେଇଛନ୍ତି। ସେହିପରି କୋଲକାତାରୁ ମଧ୍ୟ ଦୁଇ ହଜାର କୋଟି ଟଙ୍କାର ଜାଲ ଜିଏସ୍‌ଟି କାରବାର ଠାବ କରାଯାଇଛି। ସୂଚନା ଅନୁଯାୟୀ, ଓଡ଼ିଶାରୁ ୨୦୧୮ରୁ ନଭେମ୍ବର ୨୦୨୦ମଧ୍ୟରେ ପ୍ରାୟ ୧,୭୪୪ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବାବେଳେ ଏନେଇ ୨୮୧ଟି ମାମଲା ରୁଜୁ କରାଯାଇଛି। ଏଥିରେ ୧୧ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୮୦୭ କୋଟି ଟଙ୍କା ଆଦାୟ କରାଯାଇଛି।

କେମିତି ହେଉଛି…

ଜିଏସ୍‌ଟି ଠକେଇରେ ସମ୍ପୃକ୍ତ ଅଭିଯୁକ୍ତମାନେ ଟାକ୍ସି ଚାଳକ, ରିକ୍ସା ବାଲା, ପାନଦୋକାନୀ, ଦିନମଜୁରିଆ, ପାଣିମିସ୍ତ୍ରି, ବେକାର ଯୁବତୀଯୁବକଙ୍କୁ ଟାର୍ଗେଟ କରନ୍ତି। ଅର୍ଥଲୋଭ ଓ ରୋଜଗାର ଦେବା ନାଁରେ ସେମାନଙ୍କଠାରୁ ଆଧାରକାର୍ଡ, ପ୍ୟାନ୍‌କାର୍ଡ, ବ୍ୟାଙ୍କ ତଥ୍ୟ, ଫଟୋ ଆଦି ହାସଲ କରନ୍ତି। ଏହାପରେ ଉକ୍ତ ଡକ୍ୟୁମେଣ୍ଟ ବ୍ୟବହାର କରି ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସହ ସେମାନଙ୍କ ନିକଟରୁ ଓଟିପି ହାସଲ କରି ନିଅନ୍ତି। ପରେ ତାଙ୍କ ନାଁରେ ଜାଲ୍‌ କମ୍ପାନୀ ଖୋଲି ଜିଏସ୍‌ଟି ପଞ୍ଜୀକୃତ କରିଥାନ୍ତି, ଯେଉଁଥିରେ କୋଟି କୋଟି ଟଙ୍କାର କାରବାର ହୋଇଥାଏ।

୨୬୨କୋଟି ଟଙ୍କାର ଠକେଇ କରି ଜଣେ ଗିରଫ

୨୬୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗରେ ବିଭାଗର ଇଣ୍ଟେଲିଜେନ୍ସ ଟିମ୍‌ ରାଉରକେଲାରୁ ବୁଧବାର ଜଣେ ଠକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସନ୍ତୋଷ କୁମାର ଗୁପ୍ତା(୪୦)। ପ୍ଲାଷ୍ଟିକ ବୋତଲ ବ୍ୟବସାୟ ଚାଲୁଥିବା ଦର୍ଶାଇ ସନ୍ତୋଷ ଜାଲ୍‌କାଗଜ ମାଧ୍ୟମରେ ୧୦ରୁ ଅଧିକ ନକଲି କାରଖାନା ଚଳାଉଥିଲେ। ସନ୍ତୋଷଙ୍କ ସହ ଏକ ବଡ ନେଟ୍‌ଓ୍ବର୍କ ସାମିଲ ଥିବା ସହ ରାଜ୍ୟ ବାହାରର ଅନେକ ବ୍ୟକ୍ତି ସମ୍ପୃକ୍ତ ଥିବାନେଇ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କୁ ଧରିବା ପାଇଁ ଜିଏସ୍‌ଟି ଇଣ୍ଟେଲିଜେନ୍ସ ଅଧିକ ତଦନ୍ତ କରୁଛି। ତେବେ ଜିଏସ୍‌ଟି ଠକେଇରେ ରାଉରକେଲା ଏବେ ମୁଖ୍ୟ ସ୍ଥଳୀ ପାଲଟିଛି। ପୂର୍ବରୁ ରାଉକକେଲାରୁ ଏଭଳି ୨ଟି ମାମଲାରେ ଶହ ଶହ କୋଟି ଟଙ୍କା ଜିଏସ୍‌ଟି ଫାଙ୍କିଥିବା ଘଟଣା ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?