ଦେଢ଼ମାସରେ ୧୧ଶହ କୋଟି ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୭୧୮।୧୨(ବ୍ୟୁରୋ): ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରି। କେବଳ କାଗଜକଲମରେ କୋଟିକୋଟି ଟଙ୍କାର କାରବାର ଦର୍ଶାଯାଉଛି। ଏଭଳି ଜାଲିଆତି କରି ସରକାରଙ୍କୁ ଶହ ଶହ କୋଟି ଟଙ୍କାର ବସ୍ତୁ ଓ ସେବା କର(ଜିଏସ୍‌ଟି) ଚୂନ ଲଗାଉଛନ୍ତି ଅସାଧୁ ବ୍ୟବସାୟୀ। ଜାଲ୍‌ କମ୍ପାନୀ ବିଲ୍‌ ଜରିଆରେ ଇନ୍‌ପୁଟ୍‌ ଟ୍ୟାକ୍ସ ଦର୍ଶାଇ ବାହାର ରାଜ୍ୟ ବ୍ୟବସାୟୀଙ୍କ ପାଖରୁ ସଲାସୁତୁରାରେ ଜିଏସ୍‌ଟି ଅର୍ଥ ହାତଉଛନ୍ତି। ଏହି ବ୍ୟବସାୟକୁ ଯଥାର୍ଥ ଦର୍ଶାଇବା ଲାଗି ଅଭିଯୁକ୍ତମାନେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଜାଲ କମ୍ପାନୀ ନାମରେ କୋଟି କୋଟି ଟଙ୍କା କାରବାର କରୁଛନ୍ତି। ଏଥିରେ ଏକାଧିକ ର଼୍ୟାକେଟ୍‌ ସମ୍ପୃକ୍ତ ଥିବାବେଳେ ରାଜ୍ୟ ବାହାରକୁ ଏମାନଙ୍କ ଚେର ଲମ୍ବିଛି। ତେବେ ଏହି ଚୋରାକାରବାର ରୋକିବା ଲାଗି ଡାଇରେକ୍ଟୋରେଟ ଜେନେରାଲ୍‌ ଅଫ ଜିଏସ୍‌ଟି ଇଣ୍ଟେଲିଜେନ୍ସ(ଡିଜିଜିଆଇ)ପକ୍ଷରୁ ଗତ ନଭେମ୍ବର ୯ତାରିଖରୁ ଏକ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି, ଯେଉଁଥିରେ ରାଜ୍ୟର ବିଭିନ୍ନ ଜିଲାରେ ଥିବା ଜାଲ୍‌ କମ୍ପାନୀଗୁଡ଼ିକ ଉପରେ ଚଢାଉ କରାଯାଇଛି। ଗତ ଦେଢ଼ମାସ ଭିତରେ ଓଡ଼ିଶାରୁ ୧୧ଶହ କୋଟି ଟଙ୍କାର ଏଭଳି ଜାଲ୍‌ ଜିଏସ୍‌ଟି କାରବାର ଧରାପଡ଼ିବା ସହ ୩ଜଣଙ୍କୁ ଗିରଫ କରାଯାଇଛି ବୋଲି ଗୁରୁବାର ଭୁବନେଶ୍ୱରସ୍ଥିତ ଡିଜିଜିଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ମହାନିର୍ଦ୍ଦେଶକ ଦେବାଶିଷ ସାହୁ ସୂଚନା ଦେଇଛନ୍ତି। ସେହିପରି କୋଲକାତାରୁ ମଧ୍ୟ ଦୁଇ ହଜାର କୋଟି ଟଙ୍କାର ଜାଲ ଜିଏସ୍‌ଟି କାରବାର ଠାବ କରାଯାଇଛି। ସୂଚନା ଅନୁଯାୟୀ, ଓଡ଼ିଶାରୁ ୨୦୧୮ରୁ ନଭେମ୍ବର ୨୦୨୦ମଧ୍ୟରେ ପ୍ରାୟ ୧,୭୪୪ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବାବେଳେ ଏନେଇ ୨୮୧ଟି ମାମଲା ରୁଜୁ କରାଯାଇଛି। ଏଥିରେ ୧୧ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୮୦୭ କୋଟି ଟଙ୍କା ଆଦାୟ କରାଯାଇଛି।

କେମିତି ହେଉଛି…

ଜିଏସ୍‌ଟି ଠକେଇରେ ସମ୍ପୃକ୍ତ ଅଭିଯୁକ୍ତମାନେ ଟାକ୍ସି ଚାଳକ, ରିକ୍ସା ବାଲା, ପାନଦୋକାନୀ, ଦିନମଜୁରିଆ, ପାଣିମିସ୍ତ୍ରି, ବେକାର ଯୁବତୀଯୁବକଙ୍କୁ ଟାର୍ଗେଟ କରନ୍ତି। ଅର୍ଥଲୋଭ ଓ ରୋଜଗାର ଦେବା ନାଁରେ ସେମାନଙ୍କଠାରୁ ଆଧାରକାର୍ଡ, ପ୍ୟାନ୍‌କାର୍ଡ, ବ୍ୟାଙ୍କ ତଥ୍ୟ, ଫଟୋ ଆଦି ହାସଲ କରନ୍ତି। ଏହାପରେ ଉକ୍ତ ଡକ୍ୟୁମେଣ୍ଟ ବ୍ୟବହାର କରି ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସହ ସେମାନଙ୍କ ନିକଟରୁ ଓଟିପି ହାସଲ କରି ନିଅନ୍ତି। ପରେ ତାଙ୍କ ନାଁରେ ଜାଲ୍‌ କମ୍ପାନୀ ଖୋଲି ଜିଏସ୍‌ଟି ପଞ୍ଜୀକୃତ କରିଥାନ୍ତି, ଯେଉଁଥିରେ କୋଟି କୋଟି ଟଙ୍କାର କାରବାର ହୋଇଥାଏ।

୨୬୨କୋଟି ଟଙ୍କାର ଠକେଇ କରି ଜଣେ ଗିରଫ

୨୬୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗରେ ବିଭାଗର ଇଣ୍ଟେଲିଜେନ୍ସ ଟିମ୍‌ ରାଉରକେଲାରୁ ବୁଧବାର ଜଣେ ଠକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସନ୍ତୋଷ କୁମାର ଗୁପ୍ତା(୪୦)। ପ୍ଲାଷ୍ଟିକ ବୋତଲ ବ୍ୟବସାୟ ଚାଲୁଥିବା ଦର୍ଶାଇ ସନ୍ତୋଷ ଜାଲ୍‌କାଗଜ ମାଧ୍ୟମରେ ୧୦ରୁ ଅଧିକ ନକଲି କାରଖାନା ଚଳାଉଥିଲେ। ସନ୍ତୋଷଙ୍କ ସହ ଏକ ବଡ ନେଟ୍‌ଓ୍ବର୍କ ସାମିଲ ଥିବା ସହ ରାଜ୍ୟ ବାହାରର ଅନେକ ବ୍ୟକ୍ତି ସମ୍ପୃକ୍ତ ଥିବାନେଇ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କୁ ଧରିବା ପାଇଁ ଜିଏସ୍‌ଟି ଇଣ୍ଟେଲିଜେନ୍ସ ଅଧିକ ତଦନ୍ତ କରୁଛି। ତେବେ ଜିଏସ୍‌ଟି ଠକେଇରେ ରାଉରକେଲା ଏବେ ମୁଖ୍ୟ ସ୍ଥଳୀ ପାଲଟିଛି। ପୂର୍ବରୁ ରାଉକକେଲାରୁ ଏଭଳି ୨ଟି ମାମଲାରେ ଶହ ଶହ କୋଟି ଟଙ୍କା ଜିଏସ୍‌ଟି ଫାଙ୍କିଥିବା ଘଟଣା ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri