Posted inଖେଳ

କ୍ରିକେଟ୍‌ ଖେଳୁଥିବାବେଳେ ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌: ପଡ଼ିଆରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୬।୫: ଆଜିକାଲି ଯୁବବର୍ଗଙ୍କୁ କ୍ରିକେଟ୍‌ ନିଶା ଘାରିଛି। କ୍ରିକେଟ୍‌ ଦେଖିବା ଏବଂ ଖେଳିବାକୁ ମଜା ଲାଗିଥାଏ। ବେଳେବେଳେ ଏହି ଖେଳ ବିପଜ୍ଜନକ ପ୍ରମାଣିତ ହୁଏ। କ୍ରିକେଟରେ ଖେଳାଳିମାନେ ବଲ ଦ୍ୱାରା ଆଘାତ ପାଇ ଅନେକ ସମୟରେ ଆହତ ହୁଅନ୍ତି। ମହାରାଷ୍ଟ୍ରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟାଟ୍ସମ୍ୟାନ ଏପରି ଏକ ଶଟ ମାରିଥିଲେ ଯେ ବଲ ବୋଲରଙ୍କ ପ୍ରାଇଭେଟ୍‌ ପାର୍ଟକୁ ଆଘାତ କଲା ଏବଂ ସେ ସେଠାରେ ହିଁ ଟଳିପଡିଥିଲେ।
ପୁଣେର ଲୋହେଗାଓଁରେ କ୍ରିକେଟ ଖେଳୁଥିବାବେଳେ ୧୧ ବର୍ଷର ନାବାଳକଙ୍କ ସହ ଏହି ଘଟଣା ଘଟିଛି। ତାଙ୍କ ନାମ ଶୌର୍ଯ୍ୟ ଓରଫ ଶମ୍ଭୁ କାଲିଦାସ ଖଣ୍ଡଭେ ବୋଲି ଜଣାପଡିଛି। ଶୌର୍ଯ୍ୟ ତାଙ୍କ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଶୌର୍ଯ୍ୟ ବୋଲିଂ କରୁଥିଲେ ଏବଂ ଅନ୍ୟ ଜଣେ ପିଲା ବ୍ୟାଟିଂ କରୁଥିଲେ, ଶୌର୍ଯ୍ୟ ବଲ ଫିଙ୍ଗିବା ମାତ୍ରେ ବ୍ୟାଟିଂ କରୁଥିବା ଅନ୍ୟ ପିଲା ଏକ ସଟ ଖେଳିଥିଲେ, ବଲ ଶୌର୍ଯ୍ୟଙ୍କ ପ୍ରାଇଭେଟ୍‌ ପାର୍ଟରେ ବାଜିଥିଲା। ହଠାତ୍‌ ସେ ପଡିଯାଇଥିଲେ। ଶୌର୍ଯ୍ୟ ପଡ଼ିଯିବା ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ତାଙ୍କ ଆଡକୁ ଦୌଡିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
କ୍ରିକେଟ ବଲ ବେଳେବେଳେ ସାଂଘାତିକ ପ୍ରମାଣିତ ହୁଏ। ବୃତ୍ତିଗତ କ୍ରିକେଟ ରେ ମଧ୍ୟ କ୍ରିକେଟ ବଲ ଅନେକ ଲୋକଙ୍କ ଜୀବନ ନେଇଛି, ଯେଉଁଥିରୁ ଅଷ୍ଟ୍ରେଲୀୟ କ୍ରିକେଟର ଫିଲ ହ୍ୟୁଜଙ୍କ ଘଟଣା ଅତ୍ୟନ୍ତ ପ୍ରସିଦ୍ଧ। ବ୍ୟାଟିଂ କରୁଥିବାବେଳେ ଫିଲ ହ୍ୟୁଜ ଏକ ବଲରେ ଆଘାତ ପାଇଥିଲେ, ଯାହା ପରେ ସେ ପ୍ରାଣ ହରାଇଥିଲେ। ଫିଲ ହ୍ୟୁଜ ଏକ ବାଉନ୍ସର୍‌ ବଲର ଶିକାର ହୋଇଥିଲେ, ଯାହା ତାଙ୍କ ପାଇଁ ସାଂଘାତିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Read more

ପୁରୁଷୋତ୍ତମପୁର,୨୯।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି ।ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜୀଉଙ୍କୁ ରତ୍ନବେଦିରୁ ପହଣ୍ଡିକରାଇ ଆଣି ସ୍ନାନବେଦିରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର, ଗମ୍ଭୀରଙ୍କୁ କଲେ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୯।୬: ଭାରତୀୟ କ୍ରିକେଟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଛି। ଏହା ପ୍ରଥମ ଥର ପାଇଁ…

ସିରିଜ୍ ହାରିବା ପରେ ଗୌତମ ଗମ୍ଭୀରଙ୍କୁ ଟ୍ରୋଲ୍ କଲା ଆଇସଲାଣ୍ଡ କ୍ରିକେଟ୍,ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଆୟର୍ଲାଣ୍ଡ କ୍ଲିନ ସୁଇପ କରିଛି । ଅନ୍ତିମ ଅନ୍ତର୍ଜାତୀୟ ଟି ୨୦ କ୍ରିକେଟ ମ୍ୟାଚରେ ଆୟର୍ଲାଣ୍ଡ ଏକ ରନରେ ଭାରତକୁ ପରାଜୟ କରିଛି…

‘କ୍ଷମା ମାଗୁ ଭାରତ…’ କାହିଁକି ଏପରି ଆକ୍ଷେପ କରୁଛନ୍ତି ବାଂଲାଦେଶୀ ସାଂସଦ, କାହିଁକି ଯୁଦ୍ଧମୁଖୀ ଆଚରଣ କରୁଛି ଢାକା? ଜାଣନ୍ତୁ…

ଢାକା,୨୯।୬: ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମ୍ପର୍କରେ ପଡ଼ୋଶୀ ଦେଶର ମତ ମଜବୁତ ହୋଇନାହିଁ; ଢାକାରେ ଭାରତ ବିରୋଧୀ ବୟାନବାଜି ଜୋର ଧରିଛି। ବିରୋଧୀ ନ୍ୟାସନାଲ…

ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ, ରାତିରେ ଖାଇପିଇ ଶୋଇଥିଲେ, ସକାଳୁ…

ଭୁବନେଶ୍ୱର,୨୯ା୬: ଝାରପଡ଼ା ଜେଲ୍‌ରେ ଜଣେ କଏଦୀଙ୍କ ସୋମବାର ସକାଳୁ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୫୫ ବର୍ଷୀୟ ଯବାନ ନାୟକ। ତାଙ୍କ ଘର ତାରିଣୀ ବସ୍ତିରେ।…

ପୁରୀରେ ମୁଖ୍ୟମନ୍ତ୍ରୀ, ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରି…

ପୁରୀ,୨୯ା୬: ସ୍ନାନପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ପହଞ୍ଚିଛନ୍ତି। ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ…

ନୋଏଡାରେ ବଡ଼ ଦୁର୍ଘଟଣା: ଏସି ଫାଟିବାରୁ ଲାଗିଲା ନିଆଁ

ନୋଏଡା,୨୯।୬: ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର…

‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ; ମୁଁ ଏହି ବର୍ଷ ଫେରିବି’ – ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବୟାନକୁ ନେଇ ବାଂଲାଦେଶ ରାଜନୀତିରେ ହଇଚଇ

ଢାକା,୨୯।୬: ୨୦୨୪ ମସିହାରେ କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ଭାରତରେ ରହୁଥିବା ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri