୧୧ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦବୀକୁ ପଦୋନ୍ନତି; ଜାଣନ୍ତୁ ଅଛନ୍ତି କିଏ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବାର ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ ଶୁକ୍ରବାର କେନ୍ଦ୍ର ସରକାର ଆଇଏଏସ୍‌ ପଦବୀକୁ ପଦୋନ୍ନତି ଦେଇଛନ୍ତି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ଏହି ଅଧିକାରୀମାନଙ୍କୁ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ଅଧିକାରୀମାନଙ୍କୁ ଓଡ଼ିଶା କ୍ୟାଡର୍‌ ଆବଣ୍ଟନ କରାଯିବ।

ଆଇଏଏସ୍‌ ପଦବୀରେ ୨୦୨୦ ସିଲେକ୍ଟ ଲିଷ୍ଟରେ ସୁଷମାରାଣୀ ଦେବୀ, ଦିଲ୍ଲୀପ ରାଉତରାୟ, ସୁଧାକର ବୁର୍ଗି, ଉଦ୍ଧବ ଚନ୍ଦ୍ର ମାଝୀ, ଜ୍ୟୋତି କୁମାର ଲାକ୍ରା, ଇନ୍ଦ୍ରମଣୀ ତ୍ରିପାଠୀ, ସୁବ୍ରତ ଶତପଥୀ, ତ୍ରିଲୋଚନ ପ୍ରଧାନ, ଆଲୋକ କୁମାର କର, ସୁଶାନ୍ତ କୁମାର ଦାଶ ଓ କମଳ ଲୋଚନ ମିଶ୍ର  ଅଛନ୍ତି।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୦ ଜାନୁୟାରୀ ୧ରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ଖାଲି ପଦବୀରେ ୧୧ଜଣ ବରିଷ୍ଠ ଓଏଏସ୍‌ଙ୍କୁ ଆଇଏଏସ୍‌ ପଦବୀକୁ ପଦୋନ୍ନତି ଦିଆଯାଇଛି। ଏହି ଅଫିସରମାନଙ୍କ ଆଇଏଏସ୍‌ ପଦବୀରେ ନିଯୁକ୍ତି ଓ ହାଇକୋର୍ଟରେ ସଞ୍ଜିତା ଦାସ ମାମଲା ଏବଂ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କ ଦ୍ୱାରା ସ୍ୟାଟରେ ଚାଲିଥିବା ମାମଲାର ଶୁଣାଣିର ଫଳାଫଳ ଉପରେ ନିର୍ଭର କରୁଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଡିଗ୍ରୀ ତଳେ ରାଜ୍ୟର ୧୧ ସହର

ଭୁବନେଶ୍ୱର, ୩୦।୧୧(ବ୍ୟୁରୋ): ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ସୋନପୁର ରାଜ୍ୟର ସବୁଠୁ...

ଓଡ଼ିଶାକୁ ୨୭୨୫ କୋଟି ଋଣ ଉଠାଣ ଅନୁମତି

ଭୁବନେଶ୍ୱର,୮ା୪(ବ୍ୟୁରୋ): ବିଦ୍ୟୁତ୍‌ ସଂସ୍କାର ପାଇଁ ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରୀ ମିଳିଛି । ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ...

୮୫ ବର୍ଷ ବୟସରେ ବି ଚଳଚଞ୍ଚଳ ବେଳାଭୂମି ସଫେଇ ପାଇଁ ଶକୁବାଇ ସମ୍ମାନିତ

ପୁରୀ ଅଫିସ, ୩୦।୭: ପର୍ଯ୍ୟଟନ ସହର ପୁରୀକୁ ପ୍ରତ୍ୟହ ଦେଶ ବିଦେଶର ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀକ୍ଷେତ୍ର ବୁଲିବାକୁ ଆସି ସେବା...

ଗ୍ବାଲିୟରରୁ କମ୍ପାନୀ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅରୋକ୍ସା ଡିଲ୍‌ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ୍‌ ନାମକ ଚିଟ୍‌ଫଣ୍ଡ...

ଆଜି ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହିତ ବୈଷୟିକ କର୍ମଶାଳାରେ ଯୋଗଦେଇ ସମ୍ବୋଧିତ କରିବେ।...

୮ ଜିଲାରେ ଲଘୁଚାପ ବର୍ଷା ନେଇ ଏଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ଦୁର୍ବଳ ହୋଇଯାଇଛି ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା,...

ଆସୁଛି ‘ଅମ୍ଫନ୍‌’: ବିଳମ୍ବିତ ରାତିରେ ବଢ଼ିପାରେ ପବନର ବେଗ; ବୁଧବାର ୧୨-୨ଟା ମଧ୍ୟରେ ଅତିକ୍ରମ କରିବ ଓଡ଼ିଶା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ‘ଅମ୍ଫନ୍‌’ ଏବେ ଅତିଭୀଷଣ ବାତ୍ୟାରେ ପରିଣତ ହୋଇସାରିଲାଣି। ଘଣ୍ଟାକୁ ୧୮ କିମି ବେଗରେ ଏହା ସ୍ଥଳଭାଗ ମୁହାଁ ହେଉଛି। ବୁଲବୁଲ୍‌ଠାରୁ ଏହାର ତିବ୍ରତା ଅଧିକ...

ବଡ଼ ଆକ୍ରମଣ ଯୋଜନାରେ ଥିଲେ ମାଓବାଦୀ

ମାଲକାନଗିରି,୨୦ା୬: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ...

Advertisement
Archives

Model This Week