ଘରୋଇ କମ୍ପାନୀର ୧୧ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

କୋରାପୁଟ,୨୫।୭(ଅମିତାଭ ବେହେରା): ଏକ ଘରୋଇ କମ୍ପାନୀର ୧୧ ଲକ୍ଷ ୪ ହଜାର ୩୭୦ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ କୋରାପୁଟ ଟାଉନ ଥାନା ପୋଲିସ ତିନିଜଣଙ୍କୁ ଗିରଫ କରିଛି। ପରେ ସେମାନଙ୍କୁ କୋର୍ଟ ଚାଲାଣ ହେଇଥିବା ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ୨୩ ତାରିଖ ଅପରାହ୍ନରେ ଭୁବନେଶ୍ୱର ଭରତପୁର ଥାନା ଘାଟିକିଆ କଳିଙ୍ଗ ନଗରର ହିଟାଚି କ୍ୟାସ ମେନେଜମେଣ୍ଟ ସଂସ୍ଥାରେ କାର୍ଯ୍ୟରତ ଶାଖା ମୁଖ୍ୟ ଆଶିଷ ଜେନା ଟାଉନ ଥାନାରେ ପହଞ୍ଚି ତାଙ୍କ କମ୍ପାନୀରେ କୋରାପୁଟ ଦାୟିତ୍ୱରେ ଥିବା କର୍ମଚାରୀ ଶିବ ପ୍ରସାଦ ନାଗ ୧୧ ଲକ୍ଷ ୪ ହଜାର ୩୭୦ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଥିଲେ। ସେ ୨୨ ତାରିଖରେ ଉପରୋକ୍ତ ଟଙ୍କା କୋରାପୁଟ ଆକ୍ସିସ ବ୍ୟାଙ୍କରେ ଡିପୋଜିଟ ନିମନ୍ତେ ବାଇକରେ ଗଲାବେଳେକୁ କିଛି ଦୁବୃର୍ତ୍ତ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା କଥା ଶିବ ପ୍ରସାଦ ନାଗ ଶ୍ରୀ ଜେନାଙ୍କୁ ଫୋନ କରି ଜଣାଇଥିଲେ। ଏହା ଜାଣିବା ପରେ ଶ୍ରୀ ଜେନା ନିକଟସ୍ଥ ଥାନାରେ ତୁରନ୍ତ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।
ପରବର୍ତ୍ତୀ ସମୟରେ ଶ୍ରୀ ଜେନା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶିବ ପ୍ରସାଦକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଶିବ ପ୍ରସାଦ କିମ୍ବା ତାଙ୍କ ପରିବାର ଲୋକ ଠାରୁ କୌଣସି ସହଯୋଗ ନ ମିଳିବାରୁ ଶ୍ରୀ ଜେନା ୨୩ ତାରିଖରେ କୋରାପୁଟ ଟାଉନ ଥାନାରେ ୨୩ ତାରିଖରେ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁଯାୟୀ, ଟାଉନ ଥାନାରେ ଏକ ମାମଲା ରୁଜୁ କରିବା ପରେ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାଧାନରେ ସବଇନ୍ସପେକ୍ଟର ରଞ୍ଜିତ ମିଶ୍ର, ରାଜେଶ ପ୍ରିୟଦର୍ଶୀ ନାୟକ ଓ ଅନ୍ୟମାନଙ୍କୁ ନେଇ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଛାନଭିନ ଆରମ୍ଭ ହୋଇଥିଲା। ପୋଲିସ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ନାଗଙ୍କୁ ଜୟପୁର ଗୋପବନ୍ଧୁ ନଗରରୁ ଗିରଫ କରି ଜେରା କରିବା ପରେ ସମସ୍ତ ଘଟଣା ପର୍ଦ୍ଦାଫାସ ହୋଇଥିଲା।
ଅନ୍ୟ ତିନି ସହଯୋଗୀଙ୍କ ସହ ମିଶି ସେମାନେ କିପରି ଟଙ୍କା ଲୁଟ ହେବାର ନାଟକ ରଚିଥିଲେ ସେ ବିଷୟରେ ଶିବ ପ୍ରସାଦ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲା। ଶିବ ପ୍ରସାଦର ବୟାନ ଅନୁସାରେ ପୋଲିସ ଜୟପୁର ଗୋପବନ୍ଧୁ ନଗରର ବାଦଲ ବାଘ ଏବଂ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ସିଲାକଗୁଡ଼ାର ଖିରସିନ୍ଧୁ ବିନ୍ଧାଣିକୁ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ କୋଷାଗୁମୁଡ଼ାର ଦୟାନିଧି ଗଣ୍ଡ ଫେରାର ଥିବା ଜଣାପଡ଼ିଛି।
ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ୪ ଲକ୍ଷ ୧୦ ହଜାର ୩୧୦ ଟଙ୍କା ଓ ଅପରାଧରେ ବ୍ୟବହୃତ ଏକ ମୋଟର ସାଇକେଲ ଜବତ କରିଛି। ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଫେରାର ଥିବା ଅଭିଯୁକ୍ତକୁ ମଧ୍ୟ ଖୁବ ଶୀଘ୍ର ଗିରଫ କରା ଯିବ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଜବତ ଟଙ୍କା ଅଭିଯୋଗକାରୀ ଆଶିଷ ଜେନାଙ୍କୁ ହସ୍ତାନ୍ତର କରା ଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri