Posted inଫୁରସତ

୧୦୬ ବର୍ଷୀୟା ଟାଟୁ ଆର୍ଟିଷ୍ଟ

ସାଧାରଣତଃ ୭୦-୮୦ ବର୍ଷ ବୟସ ହେଇଗଲେ ମଣିଷ ଶରୀର ଏତେ ଦୁର୍ବଳ ହେଇଯାଏ ଯେ, ବସିବା ଉଠିବା, ଚାଲିବା କଷ୍ଟକର ହୋଇଯାଏ। ଦୃଷ୍ଟିଶକ୍ତି, ଶ୍ରବଣ ଶକ୍ତି ବି କମିଯାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ୧୦୬ ବର୍ଷ ବୟସର ଜଣେ ବୃଦ୍ଧା ନା କେବଳ ବେଶ୍‌ ଚଳଚଞ୍ଚଳ ଅଛନ୍ତି, ବରଂ ସେ ଟାଟୁ ପରି ସୂକ୍ଷ୍ମ କାର୍ଯ୍ୟ କରୁଛନ୍ତି। ସେ ହେଉଛନ୍ତି ଫିଲିପାଇନ୍ସର ହ୍ବାଙ୍ଗ ଆଡ଼। ସେ ମାରିୟା ଓଗେ ନାମରେ ବି ବେଶ୍‌ ପରିଚିତ। ୧୫ ବର୍ଷ ବୟସର ହୋଇଥିବାବେଳେ ସେ ସ୍ବତନ୍ତ୍ର ବଟୋକ ଟାଟୁର ପାରମ୍ପରିକ ପଦ୍ଧତି ନିଜ ବାପାଙ୍କଠାରୁ ଶିଖିଥିଲେ। ଫିଲିପାଇନ୍ସର ବୁସ୍କଲାନାରେ ସେ ଟାଟୁ କରନ୍ତି। ତାଙ୍କୁ ସବୁଠାରୁ ପୁରୁଣା ମମ୍ବାବାତୋକ ଟାଟୁ ଆର୍ଟିଷ୍ଟ ଭାବେ ଗଣନା କରାଯାଏ। ଏଠାକାର କଳିଙ୍ଗା ପରମ୍ପରା ଅନୁଯାୟୀ ପୁରୁଷମାନେ ଯେବେ ଶତ୍ରୁଙ୍କୁ ମାରିବା ଲାଗି ଯୁଦ୍ଧ କରିବାକୁ ଯାଉଥିଲେ, ତା’ପୂର୍ବରୁ ସେମାନେ ଏହି ଟାଟୁ କରୁଥିଲେ। ଆଉ ମହିଳାମାନେ ନିଜ ସୌନ୍ଦର୍ଯ୍ୟ ବର୍ଦ୍ଧନ ପାଇଁ ଏହି ଟାଟୁ କରୁଥିଲେ। ଏହି ବହୁ ପୁରାତନ ଟାଟୁ କଳାର ପରମ୍ପରାକୁ ବଜାୟ ରଖିଛନ୍ତି ହ୍ବାଙ୍ଗ। ବୟସ ଏତେ ହୋଇଥିଲେ ହେଁ, ତାଙ୍କ ହାତ ଥରେ ନାହିଁ କି ଦୃଷ୍ଟି ଶକ୍ତି କମି ନାହିଁ। ଆଉ ସେ ବେଶ୍‌ କୁଶଳତାର ସହ ସୁନ୍ଦର ଟାଟୁ କରିପାରୁଛନ୍ତି। ତେଣୁ ତାଙ୍କ ପାଖରେ ଗ୍ରାହକଙ୍କର ଭିଡ ଜମେ। ନିଜେ ତଳେ ବସି ଗ୍ରାହକଙ୍କୁ ଉପରେ ବସାଇ ବାଉଁଶର ଏକ ଖାସ୍‌ ଉପକରଣ ବ୍ୟବହାର କରି ଟାଟୁ କରନ୍ତି। ତେଣୁ ହ୍ବାଙ୍ଗଙ୍କୁ ସବୁଠାରୁ ବୟସ୍କା ଟାଟୁ ଆର୍ଟିଷ୍ଟ ଭାବେ ଗଣନା କରାଯାଉଛି। ତା’ସହ ସେ ଚଳିତ ବର୍ଷ ଭୋଗ ମାଗାଜିନ୍‌ର ପ୍ରଚ୍ଛଦରେ ବି ସ୍ଥାନ ପାଇଛନ୍ତି। ଫଳରେ ସେ ହୋଇପାରିଛନ୍ତି ଭୋଗ ମାଗାଜିନ୍‌ର ପଚ୍ଛଦ ମଣ୍ଡନ କରିଥିବା ସବୁଠାରୁ ବୟସ୍କା ମହିଳା।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri