୧୦୫ କୋଟିର କାରବାର ତଥ୍ୟ ମିଳିଲାଣି

ଭୁବନେଶ୍ୱର,୭ା୭(ସତ୍ୟଜିତ୍‌ ରାଉତ): ଆୟକର ଫାଙ୍କି ଅଭିଯୋଗରେ ରିୟଲ୍‌ ଇଷ୍ଟେଟ୍‌ କମ୍ପାନୀ ଡିଏନ୍‌ ଗ୍ରୁପ ଉପରେ ଆୟକର ବିଭାଗ ପକ୍ଷରୁ ହେଉଥିବା ଚଢ଼ାଉ ଜାରି ରହିଛି। ବୁଧବାରଠାରୁ ଭୁବନେଶ୍ୱର ସମେତ ସଂସ୍ଥାର ପ୍ରାୟ ୨୦ଟି ସ୍ଥାନରେ ହେଉଥିବା ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆୟକର ବିଭାଗ ଜବତ କରିଥିବା ଜଣାପଡ଼ିଛ। ଏଥିସହ ଏହି ଚଢ଼ାଉରେ ଆୟକର ବିଭାଗ ହାତରେ ଡିଏନ୍‌ ଗ୍ରୁପ୍‌ର ୧୦୫ କୋଟି ଟଙ୍କାର ବ୍ୟବସାୟିକ କାରବାର ଚିଠା ମିଳିଥିବା ସୂଚନା ମିଳିଛି। ତେବେ ଏହି କାରବାର ମଧ୍ୟରେ ଡିଏନ୍‌ ଗ୍ରୁପ ପକ୍ଷରୁ ଫ୍ଲାଟ ପାଇଁ ଆଦାୟ ହୋଇଥିବା ୮୦ କୋଟି ଟଙ୍କାର ଚିଠା ରହିଛି। ସେହିଭଳି ବାକି ୨୫ଲକ୍ଷ ଟଙ୍କା ସଂସ୍ଥାର ଅନ୍ୟାନ୍ୟ କାର୍ଯ୍ୟର ବୋଲି କୁହାଯାଉଛି। ଅନ୍ୟପକ୍ଷରେ କର୍ମଚାରୀ କୁହାଯାଉଥିବା ଚନ୍ଦ୍ରଶେଖର ପଣ୍ଡା ଡିଏନ୍‌ ଗ୍ରୁପର ଲିଗାଲ ଅଫିସର ବୋଲି ଜଣାପଡ଼ିଛି। ତେବେ ତାଙ୍କ ପାଖରୁ ବୁଧବାର ୩ଟି ଟ୍ରଙ୍କ୍‌ରେ ମିଳିଥିବା ପ୍ରାୟ ୩୦ କୋଟି ଟଙ୍କାକୁ ଆର୍‌ବିଆଇକୁ ଆୟକର ବିଭାଗ ଟିମ୍‌ ନେଇ ଡିଏନ୍‌ ଗ୍ରୁପର ଜଣେ ବ୍ୟକ୍ତିଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଗଣିଛି। ତେବେ ଏତେ ପରିମାଣର ଟଙ୍କାର ଉତ୍ସ ସଂକ୍ରାନ୍ତରେ ଆୟକର ବିଭାଗ ଅଧିକ ଖୋଳତାଡ଼ କରୁଛି। ତେବେ ବଡ଼ କଥା ହେଲା ମିଳିଥିବା ଟଙ୍କାରେ କିଛି ନକଲି ଟଙ୍କା ଥିବା ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଏତେ ବଡ଼ ପରିମାଣରେ ଟଙ୍କା
ମିଳିବାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିଜ ଆଡ଼ୁ ମାମଲା ରୁଜୁ କରି ବେଆଇନ ଅର୍ଥ କାରବାର ଦିଗକୁ ନେଇ ତଦନ୍ତ କରିବ ବୋଲି ମଧ୍ୟ ସୂଚନା ମିଳିଛି।
ତେବେ ଡିଏନ୍‌ ଗ୍ରୁପରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଟଙ୍କା ନିବେଶ ହୋଇଥିବା ଚର୍ଚ୍ଚା ହେଉଥିବାବେଳେ ଏହି ଘଟଣାକୁ ରାଜନୀତିରେ ଆରୋପ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି। ସରକାରୀ ଦଳର ପୃଷ୍ଠପୋଷକତାରେ ଡିଏନ୍‌ ଗ୍ରୁପ୍‌ ତା’ର ସାମ୍ରାଜ୍ୟ ବିସ୍ତାର କରୁଥିବା ବିରୋଧୀ ଦଳପକ୍ଷରୁ ଅଭିଯୋଗ କରାଯାଉଛି। ଏପରିକି ଡିଏନ୍‌ ଗ୍ରୁପର ଅଧ୍ୟକ୍ଷ ଜଗଦିଶ୍‌ ପ୍ରସାଦ ନାୟକଙ୍କ ସହ ତୃତୀୟ ମହଲା ଲିଙ୍କ୍‌ ଥିବା ମଧ୍ୟ ବିରୋଧୀ କହି ସରକାରଙ୍କୁ ଘେରିଛନ୍ତି। ଭାଜପା ମୁଖପାତ୍ର ଅନିଲ ବିଶ୍ୱାଳ ଖବରଦାତା ସମ୍ମିଳନୀରେ କହିଛନ୍ତି, କର୍ପୋରେଟ୍‌ ହାଉସ୍‌ର ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ମିଳିଲା। ଓଡ଼ିଶା ଇତିହାସରେ ଏମିତି କେବେ ହେଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ ଦୁର୍ନୀତିଗ୍ରସ୍ତ ଅମଲାତନ୍ତ୍ର ଓ ବ୍ୟବାସାୟୀଙ୍କ ସହ ସମ୍ପର୍କ କ’ଣ? ଓଡ଼ିଶାର ଲୋକ ସିଏମ୍‌ଓ କହିଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବୁଝୁନାହାନ୍ତି, ଏହାର ଅର୍ଥ କରପ୍‌ଶନ୍‌ ମୋବିଲାଇଜେଶନ୍‌ ଅଫିସ ବୋଲି ଅନୀଲ କହି କଟାକ୍ଷ କରିଛନ୍ତି।
ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଡିଏନ୍‌ ଗ୍ରୁପର କର୍ମଚାରୀଙ୍କଠୁ ମିଳିଥିବା ଟଙ୍କା ବଡ଼ ବଡ଼ ଅଫିସର, ମନ୍ତ୍ରୀ ଓ ଶାସକ ଦଳର ହୋଇଥିବା ବେଳେ ନିର୍ବାଚନ ବେଳେ ଏହାକୁ ଖଟାଇବା ପାଇଁ ରଖାଯାଇଥିଲା ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେଡ଼ି ମୁଖପାତ୍ର ଲେଲିନ୍‌ ମହାନ୍ତି ଏହାର ଜବାବରେ କହିଛନ୍ତି, ଯଦି କେହି ଟିକସ ଫାଙ୍କିଥିବେ ତାହା ଲୋକଲୋଚନକୁ ଆସୁ। ଆଇନ ତା’ ବାଟରେ ଯିବ ବୋଲି ସବୁବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ କିଛି ଅସୁବିଧା ନାହିଁ। ବିରୋଧୀମାନେ ଜାଣିଲେଣି ତାଙ୍କର ଆଉ ସ୍ଥିତି, ଭିତ୍ତି ନାହିଁ। ହତାସାରେ ସେମାନେ ବିଳିବିଳାଉଛନ୍ତି ବୋଲି ଲେଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri