Posted inଜାତୀୟ

ପ୍ରଥମ ଥର ଭାରତୀୟ ଭାବେ ଭୋଟ ଦେବେ ୧,୦୩୨ ପାକିସ୍ତାନୀ ହିନ୍ଦୁ

ଅହମଦାବାଦ,୬।୧୧: ଭାରତୀୟ ନାଗରିକତ୍ୱ ହାସଲ କରିଥିବା ପାକିସ୍ତାନର ୧,୦୩୨ ହିନ୍ଦୁ ଶରଣାର୍ଥୀ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେବେ। ଗତ ୫ ବର୍ଷ ମଧ୍ୟରେ ଅହମଦାବାଦ ଜିଲାପାଳ ଏହି ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିଛନ୍ତି। ନୂଆ ସରକାର ଗଠନରେ ସେମାନେ ପ୍ରଥମ ଥର ପାଇଁ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି। ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏହି ସଦସ୍ୟମାନେ ବିଭିନ୍ନ ମକଦ୍ଦମାରେ ଅତିଷ୍ଠ ହୋଇ ଦେଶ ଛାଡ଼ି ଭାରତରେ ଶରଣ ନେଇଥିଲେ। ୨୦୧୬ ଏବଂ ୨୦୧୮ ଗେଜେଟ୍‌ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିଆନ ଏବଂ ପାର୍ସିମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ଲାଗି ଅହମଦାବାଦ, ଗାନ୍ଧୀନଗର ଏବଂ ଭୁଜ୍‌ ଜିଲାପାଳଙ୍କୁ କ୍ଷମତା ଦିଆଯାଇଥିଲା। ଗତ ଅଗଷ୍ଟ ୨୨ରେ ଗୃହମନ୍ତ୍ରୀ ହର୍ଷ ସାଙ୍ଗ୍‌ଭି ଅହମଦାବାଦ ଜିଲାପାଳଙ୍କ କାର୍ଯ୍ୟାଳୟରେ ପାକିସ୍ତାନର ୪୦ ହିନ୍ଦୁ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

NDAରେ ଯୋଗ ଦେବେ ଶରଦ ପାଓ୍ବାର? କଳ୍ପନା ଜଳ୍ପନା ମଧ୍ୟରେ ଦଳ ଭିତରେ ମତଭେଦ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ପୁଣି ଥରେ ଏକ ବଡ଼ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାର ଚର୍ଚ୍ଚା ଜୋର ଧରିଛି। ‘ଅପରେସନ ଟାଇଗର’ ପରେ, ‘ଅପରେସନ ଟୁଟାରି’ ସମ୍ପର୍କରେ ଆଲୋଚନା…

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଘଣ୍ଟାକରେ ‘ବ୍ରଶ୍‌ ଟେଷ୍ଟ’ରୁ ଜଣାପଡ଼ିବ ପାଟି କ୍ୟାନ୍‌ସର

ଲଣ୍ଡନ/ନୂଆଦିଲ୍ଲୀ, ୯ା୭ପାଟି କର୍କଟ ବା ଓରାଲ କ୍ୟାନ୍‌ସର ଚିହ୍ନଟ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନକୁ ବଡ଼ ସଫଳତା ମିଳିଛି। ବ୍ରିଟେନ୍‌ର କୁଇନ୍‌ ମେରି ୟୁନିଭର୍ସିଟି ଅଫ୍‌ ଲଣ୍ଡନର ଗବେଷକମାନଙ୍କ…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri