ବିଏମ୍‌ସିର ୧୦୨୭ କୋଟି ଟଙ୍କାର ବଜେଟ

ଭୁବନେଶ୍ୱର, ୧୮।୨ (ବନ୍ଦନା ସେଠୀ)୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାର ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଯାଇଛି। ୧ ହଜାର ୨୭କୋଟି ୫୫ଲକ୍ଷ ୨୬ହଜାର ୯୪୧ଟଙ୍କାର ବଜେଟ ରଖାଯାଇଛି, ଯାହା ବିଏମ୍‌ସି ବଜେଟ ଇତିହାସରେ ସର୍ବକାଳୀନ ରେକର୍ଡ। ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସି ୧୫୧୪.୪୫ କୋଟି ଟଙ୍କାର ଆୟ ଲକ୍ଷ୍ୟ ରଖିଥିବାବେଳେ ୧ହଜାର ୨୭କୋଟି ଟଙ୍କା ବ୍ୟୟ ଅଟକଳ ରଖିଛି। ତେଣୁ ଏହାକୁ ୪୮୬.୯୦ କୋଟି ଟଙ୍କାର ବଳକା ବଜେଟ ବୋଲି କୁହାଯାଉଛି। ସର୍ବୋପରି ଏହା ଏକ ଲୋକାଭିମୁଖୀ ଓ ବଳକା ବଜେଟ୍‌ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।
ବିଏମ୍‌ସିର ସୁପରିଚାଳନା ପାଇଁ ୧୦୫.୯୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ପରିମଳ ଓ ବର୍ଜ୍ୟ ସଂଗ୍ରହ ପାଇଁ ୧୧୧.୧୯କୋଟି, ଏକାମ୍ର ଯୋଜନା ପାଇଁ ୧୧୩କୋଟି, ଭୂମି ଅଧିଗ୍ରହଣ ପାଇଁ ୫୦କୋଟି, ପେଭର ବ୍ଲକ୍‌ ରାସ୍ତା ନିର୍ମାଣ ପାଇଁ ୯୭.୭୨କୋଟି, ଡ୍ରେନ୍‌ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୧.୪୭କୋଟି, ଓ୍ବାର୍ଡ ଅଫିସ ନିର୍ମାଣ ପାଇଁ ୨୧କୋଟି, ରାସ୍ତା ଓ ସୌନ୍ଦର୍ଯ୍ୟକରଣ ପାଇଁ ୨୫.୫୧କୋଟି ଏବଂ ପାନୀୟଜଳ, ଆଲୋକୀକରଣ, ଯାନବାହନ କ୍ରୟ ଭଳି ଅନ୍ୟାନ୍ୟ ମୌଳିକ କାର୍ଯ୍ୟ କରାଯିବା ନେଇ ସ୍ଥିର ହୋଇଛି। ଅପରପକ୍ଷେ ଖୁବ୍‌ଶୀଘ୍ର ସହରର ବିଭିନ୍ନ ସ୍ଥାନରେ ପାର୍କିଂ ସହ ୧୦ଟି କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ନେଇ ବୈଠକରେ ସ୍ଥିର ହୋଇଥିଲା। ଏଥିସହ ୪ଟି ଅର୍ବାନ ଓ୍ବେଲ୍‌ନେସ୍‌ ସେଣ୍ଟର ନିର୍ମାଣ, ବର୍ଷାଦିନେ ଲୋକଙ୍କୁ ଆକସ୍ମିକ ଜଳବନ୍ଦୀରୁ ରକ୍ଷା କରିବାକୁ ପମ୍ପ୍‌ସେଟ୍‌, ଜରୁରୀକାଳୀନ ପରିସ୍ଥିତି ପାଇଁ ଡିଜି ସେଟ୍‌ କ୍ରୟ କରିବା ନେଇ ନିଷ୍ପତ୍ତି ହୋଇଛି। ମେୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବଜେଟ ବୈଠକରେ କମିଶନର ବିଜୟ ଅମୃତା କୁଲାଙ୍ଗେ, ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କର୍ପୋରେଟରଙ୍କୁ ଅନ୍ଧାରରେ ରଖି ବଜେଟ ପାସ୍‌

ବଜେଟ୍‌ ପାରିତ ହେବାବେଳେ କେତେଜଣ କର୍ପୋରେଟର ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବିନା ଆଲୋଚନାରେ ଅନ୍ଧାରରେ ରଖି ଚଳିତ ବଜେଟ୍‌ ପାସ୍‌ କରିଥିବା ଅଭିଯୋଗ କରିଥିଲେ। ବଜେଟ୍‌ ନେଇ ସମସ୍ତ କର୍ପୋରେଟରଙ୍କୁ ସବିଶେଷ ବିବରଣୀ ଦିଆଯାଉ ନାହିଁ। ୨୦୨୩-୨୪ରେ ହୋଇଥିବା ୬୯୦କୋଟି ଟଙ୍କାର ବଜେଟ ଏବଂ ପରେ ୨୯୦କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ୍‌ରୁ କେତେ ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହୋଇଛି, କେତେ ବଳକା ରହିଛି ତାହାର ହିସାବ ଦିଆଯାଇ ନ ଥିଲା। ଏହାକୁ ନେଇ କର୍ପୋରେଟର ରାମଚନ୍ଦ୍ର ରଣସିଂହ, ଯଶୋଧାରା ପ୍ରଧାନ, ନୃପେଶ ନାୟକ ପ୍ରମୁଖ ସ୍ବର ଉଠାଇଥିଲେ। ପରେ ସପ୍ଲିମେଣ୍ଟାରୀ ବଜେଟ ସମ୍ବନ୍ଧୀୟ ଏକ କାଗଜ ସେମାନଙ୍କୁ ଧରାଇ ଦିଆଯାଇ ୫ ମିନିଟ୍‌ରେ ଦେଖ ବୋଲି କୁହାଯାଇଥିଲା, ଯାହାକି ସମ୍ଭବ ନୁହେଁ ବୋଲି ଯଶୋଧାରା କହିଛନ୍ତି। ସେହିପରି ସିଏଫ୍‌ଓ, ଫାଇନାନ୍ସ ଅଫିସର ଥିବା ସତ୍ତ୍ୱେ ବଜେଟ୍‌କୁ କାହିଁକି ସରଳ ଭାବରେ ବୁଝାଯାଉନି ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଥିଲେ।

ଯୋଗଦେଲେନି ୩୩ କର୍ପୋରେଟର

ବଜେଟ୍‌ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଏମ୍‌ସିର ୩୩ଜଣ କର୍ପୋରେଟର ଯୋଗଦେଇ ନ ଥିଲେ। ମୋଟ ୬୭ ଜଣ କର୍ପୋରେଟରଙ୍କ ମଧ୍ୟରୁୁ ମାତ୍ର ୩୪ଜଣଙ୍କୁ ନେଇ ଏହି ବଜେଟ୍‌ ପାସ୍‌ ହୋଇଥିଲା। ଉପସ୍ଥିତ ଥିବା କର୍ପୋରେଟରଙ୍କ ମଧ୍ୟରେ ୨୯ଜଣ ବିଜେଡି ଓ ୫ଜଣ ଭାଜପାର ଥିଲେ। ତେବେ ଲୋକଙ୍କ ପାଇଁ କାମ କରିବାକୁ ପ୍ରତିନିଧି ହୋଇଥିବା କର୍ପୋରେଟରମାନେ ଏଭଳି ଦିନର ପ୍ରାସଙ୍ଗିକତାକୁ ଉପଲବ୍ଧି କରି ନାହାନ୍ତି ନା ସେମାନଙ୍କ ଉପସ୍ଥିତି/ଅନୁପସ୍ଥିତି ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପାଇଁ କୌଣସି ଗୁରୁତ୍ୱ ବହନ କରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଲିଗାଲ ଫି’ ବାବଦକୁ ସାଢ଼େ ୪ କୋଟି, ଫଳ ଶୂନ

ଚଳିତ ଆର୍ଥତ୍କ ବର୍ଷରେ ବିଏମ୍‌ସିର ଲିଗାଲ୍‌ ଫି’ ବାବଦରେ ପ୍ରାୟ ସାଢେ ୪କୋଟି ଟଙ୍କା ରଖାଯାଇଛି। ହେଲେ ୧୦୦ରୁ ୯୯ଟି କେସ୍‌ରେ ବିଏମ୍‌ସି ହାରୁଥିବା ଦେଖାଯାଇଛି। ଏପରିକି ବହୁ କେସ୍‌ରେ ବିଏମ୍‌ସି ହାଜର ମଧ୍ୟ ହେଉନାହିଁ। ଅନେକ ବିପଜ୍ଜନକ ସ୍ଥାନରେ ଲୋକମାନେ ଜବରଦଖଲ କରି ରହୁଛନ୍ତି। ହାଇକୋର୍ଟରୁ ଷ୍ଟେ’ ଆଣି ବର୍ଷବର୍ଷ ଧରି ଦଖଲରେ ରଖିଥିଲେ ମଧ୍ୟ ବିଏମ୍‌ସି ଅଧିକାରୀମାନେ ଦେଖଣାହାରି ସାଜୁଛନ୍ତି। ଏଥିପାଇଁ ବିଏମ୍‌ସି ନିୟୋଜିତ କରିଥିବା ଓକିଲମାନେ ମଧ୍ୟ କୌଣସି ବାଟ ବାହାର କରିପାରୁନାହାନ୍ତି। ମାତ୍ର ସେମାନଙ୍କ ଫି’ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ୨୦୨୩-୨୪ରେ ଲିଗାଲ୍‌ ଫି ବାବଦରେ ପ୍ରାୟ ଦେଢକୋଟି ଟଙ୍କା ଅଟକଳ ରଖାଯାଇଥିବାବେଳେ ୫କୋଟି ୫୩ଲକ୍ଷ ୯୧୧ଟଙ୍କା ଖର୍ଚ୍ଚ କରାଯାଇଛି। ଏହାକୁ ନେଇ କେତେଜଣ କର୍ପୋରେଟର ଅଭିଯୋଗ ଉଠାଇଛନ୍ତି। କର୍ପୋରେଟର ନୃପେଶ ନାୟକ କହିଛନ୍ତି, ୨୦୧୨ରେ ବିଏମ୍‌ସିର ନିୟମିତ ଲ’ (ଆଇନ୍‌)ଅଧିକାରୀଙ୍କ ମୃତ୍ୟୁ ପରଠାରୁ ଉକ୍ତ ପଦବୀ ଖାଲି ପଡିଛି। ହଜାର ହଜାର କୋଟି ଟଙ୍କାର କାରବାର ସତ୍ୱେ ବିଏମ୍‌ସିରେ ଲ’ ଅଫିସର କାହିଁକି ନିଯୁକ୍ତ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଖୁବ୍‌ଶୀଘ୍ର ଲ’ ଅଧିକାରୀ ନିୟୋଜିତ ହେବା ସହ ଆଉଟ୍‌ସୋର୍ସିଂରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି ନେଇ ପ୍ରତିଶ୍ରୁତି ଦିଆଯାଇଥିଲା।

ବାୟୋମାଇନିଂ ପାଇଁ ୨୦କୋଟି, ଆଜି ବୁଲିଯିବେ କର୍ପୋରେଟର

ବଜେଟ୍‌ରେ ବାୟୋମାଇନିଂ ବାବଦରେ ପ୍ରାୟ ୨୦କୋଟି ଟଙ୍କା ଅଟକଳ ରଖାଯାଇଛି। ଗତବର୍ଷ ୧୫କୋଟି ଖର୍ଚ୍ଚ କରାଯାଇଥିଲା। ତେବେ ବାୟୋମାଇନିଂ କାମ ଠିକ୍‌ ଭାବେ ଆଗେଇ ପାରୁ ନ ଥିବାବେଳେ ଏତେ ଟଙ୍କା କାହିଁକି ଖର୍ଚ୍ଚ କରାଯାଉଛି ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଥିଲେ। ତେଣୁ କର୍ପୋରେଟରଙ୍କୁ ସହରର ପରିମଳ ବ୍ୟବସ୍ଥା ବୁଲାଇ ଦେଖାଇବା ପାଇଁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ରବିବାର ଭୁଆଶୁଣି ବାୟୋମାଇନିଂ, ଟିଟିଏସ୍‌ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?