ନେପାଳ-ବାଂଲାଦେଶକୁ କନ୍ଦାଉଛି ପିଆଜ: କିଲୋ ୧୫୦ ଟପିଲା

ଢାକା/ କାଠମାଣ୍ଡୁ, ୧୭।୯: ଭାରତରେ ପିଆଜ ଦାମରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାର ଏହାର ରପ୍ତାନୀ ବନ୍ଦ କରିଛନ୍ତି। ଏହାର ପ୍ରଭାବ ଭାରତର ପଡ଼ୋଶୀ ନେପାଳ ଏବଂ ବାଂଲାଦେଶ ଉପରେ ପଡ଼ିଛି। ଏଠାରେ ଏବେ ପିଆଜ ଦାମ କିଲୋ ପିଛା ୫ ଗୁଣା ବଢ଼ିଛି। ପୂର୍ବରୁ ଏଠାରେ ୨୦ରୁ ୩୦ ଟଙ୍କାରେ ମିଳୁଥିବା ପିଆଜ ଏବେ ୧୫୦ ଟଙ୍କା ଟପିଛି। ବାଂଲାଦେଶ ପକ୍ଷରୁ ପିଆଜ ରପ୍ତାନୀ ଲାଗି ଭାରତକୁ ଅନୁରୋଧ କରାଯାଇଛି। ୨୦୨୦ ଜାନୁୟାରୀ ୧୫-୧୬ରେ ଭାରତ ବାଂଲାଦେଶ ମଧ୍ୟରେ ହୋଇଥିବା ବାଣିଜ୍ୟ ମନ୍ତ୍ରଣାଳୟର ସଚିବସ୍ତରୀୟ ବୈଠକରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ରପ୍ତାନୀ ଲାଗି ଚୁକ୍ତି ହୋଇଥିଲା। ଏହାକୁ ମନେ ପକାଇ ବାଂଲାଦେଶ ପିଆଜ ରପ୍ତାନୀ କରିବାକୁ ଭାରତକୁ ଅନୁରୋଧ କରିଛି। ଭାରତ ପିଆଜ ରପ୍ତାନୀ ବନ୍ଦ କରିବା ଯୋଗୁ ନେପାଳରେ ମଧ୍ୟ ସ୍ଥିତି ଖରାପ ହେବାରେ ଲାଗିଛି। ଏଠାରେ ପିଆଜ କଳାବଜାରୀ ଆରମ୍ଭ ହୋଇଛି। ଗୁରୁବାର ସ୍ଥାନୀୟ କୃଷି ଉତ୍ପାଦ ବଜାର ତିନକୁନେମାରେ ପିଆଜ କିଲୋ ପିଛା ଦାମ ୧୫୦ ଟଙ୍କା ଟପିଥିବା କୁହାଯାଉଛି। ପୂର୍ବରୁ ଏହା ୧୨୦ ଟଙ୍କା ଥିଲା। ସୂଚନାଯୋଗ୍ୟ, ଦକ୍ଷିଣ ଏସିଆରେ ଭାରତରେ ସର୍ବାଧିକ ପିଆଜ ଉତ୍ପାଦନ ହୋଇଥାଏ। ଭାରତର ପିଆଜ ଶ୍ରୀଲଙ୍କା, ମାଲେସିଆ, ନେପାଳ ଏବଂ ବାଂଲାଦେଶକୁ ରପ୍ତାନୀ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ତାରବାଦ ବିରୋଧରେ ଏକାଠି ହେବାକୁ ଆହ୍ବାନ

ଜାତିସଂଘ, ୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘର ୭୬ତମ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଆତଙ୍କବାଦକୁ ରାଜନୈତିକ କରିଥିବା ରାଷ୍ଟ୍ରଗୁଡ଼ିକୁ ସମାଲୋଚନା କରିବା ସହ...

ରୁଷିଆ ବ୍ୟବହାର ବଦଳାଇଲେ ଆମେରିକା ହଟାଇପାରେ ପ୍ରତିବନ୍ଧକ

ୱାଶିଂଟନ,୧୯ ।୪: ଚଳିତ ସପ୍ତାହରେ ୱାଶିଂଟନରେ ହେବାକୁ ଥିବା ବଡ ଆର୍ଥିକ ବୈଠକ ପୂର୍ବରୁ ଆମେରିକା ଟ୍ରେଜେରୀର ଜଣେ ଅଧିକାରୀ କହିଛନ୍ତି ଯଦି ମସ୍କୋ ତା’ର...

ବୟସ ୩୯ ସନ୍ତାନ ସଂଖ୍ୟା ୩୮

କମ୍ପାଲା,୧।୫: ଏବେ ୩୯ ବର୍ଷ ବୟସ୍କା ଜଣେ ମହିଳା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ୟୁଗାଣ୍ଡାର କମ୍ପାଲାରେ ରହୁଥିବା ମରିୟମ୍‌ ନାବାନ୍ତଜୀ ନାମ୍ନୀ ଏହି...

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା

ଜାକର୍ତ୍ତା, ୧୦।୧: ଇଣ୍ଡୋନେସିଆର ଶ୍ରୀଓ୍ବିଜୟ ଏୟାର ପାସେଞ୍ଜର ଜେଟ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିଛି। ବିମାନର ଭଗ୍ନାବଶେଷ ମିଳିବା ପରେ ନୌସେନା ଜାହାଜ ସେଠାକୁ...

ଇମ୍ରାନଙ୍କୁ ଉବେର୍‌ ଡ୍ରାଇଭର୍‌ କହିଲେ ପାକିସ୍ତାନ ମହିଳା ଏମ୍‌ପି

ଇସଲାମାବାଦ୍‌,୨୬।୮:ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଦେବାଳିଆ ହେବାରେ ଲାଗିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ନିଜ ଦେଶରେ ଗାଳି ପଡୁଛି। କିଛିଦିନ ତଳେ ମହିଳା...

ଖରାଦିନେ କରୋନା ସଂକ୍ରମଣ କମିବା ଆଶଙ୍କା କମ୍‌: ଭାରତ-ବ୍ରାଜିଲ୍‌ରେ ୨ ଗୁଣା ବେଗରେ ପାଉଛି ବୃଦ୍ଧି; ଶୀତପ୍ରଧାନ ଦେଶରେ ରଚିଥିଲା ୯୦ ଦିନର ମୃତ୍ୟୁ ତାଣ୍ଡବ !

ଓ୍ବାଶିଂଟନ,୧୪।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ଆତଙ୍କ ଦେଖାଦେଇଛି। ଗତ ୯୦ ଦିନ ଧରି କରୋନା ପୃଥିବୀର ଶୀତପ୍ରଧାନ ଦେଶଗୁଡ଼ିକରେ ମୃତ୍ୟୁର ତାଣ୍ଡବ ରଚିଥିଲା। ଏବେ...

ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ...

ଆଇଏସଆଇ ମୁଖ୍ୟ ହେଲେ ଫୈଜ ଅହମ୍ମଦ

ଇସଲମାବାଦ, ୧୭।୬: ପାକିସ୍ତାନ ସେନାରେ ରବିବାର ଏକ ବଡଧରଣର ଅଦଳବଦଳ କରାଯାଇଛି। ଆଇଏସଆଇ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ ଫୈଜ ହମିଦଙ୍କୁ ନିଯୁକ୍ତି ଦିଆଯାଇଛି। କଠୋରପନ୍ଥୀ...

Advertisement
Archives

Model This Week