Posted inଜାତୀୟ

୧୦୦ ବର୍ଷର ସମସ୍ୟାର ସମାଧାନ ୧୦୦ ଦିନରେ ହୋଇପାରିବ ନାହିଁ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୨।୧୦ : ଶନିବାର ୧୦ ଲକ୍ଷ ନିଯୁକ୍ତି ଡ୍ରାଇଭ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ୧୦୦ ବର୍ଷର ବେକାରି ତଥା ସ୍ବରୋଜଗାର ସମସ୍ୟାର ସମାଧାନ ୧୦୦ ଦିନରେ ହୋଇପାରିବ ନାହିଁ। ଗତ ୮ ବର୍ଷ ଧରି ଦେଶରେ ସରକାରଙ୍କ ଉଦ୍ୟମରେ ନିଯୁକ୍ତି ସୁଯୋଗ ଏବଂ ସ୍ବରୋଜଗାର ଯୋଜନା ଜାରି ରହିଛି। ତେବେ ସରକାର ଅଧିକ ନିଯୁକ୍ତି ସୃଷ୍ଟି କରୁଥିବାରୁ ଉତ୍ପାଦନ, ପର୍ଯ୍ୟଟନ କ୍ଷେତ୍ରର ବିସ୍ତାର ଉପରେ ଧ୍ୟାନ ଦେଉଛନ୍ତି।
କୋଭିଡ ମହାମାରୀ ସମୟରେ ସରକାର ଏମଏସଏମଇ କ୍ଷେତ୍ରକୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରିଥିଲେ। ଏହାଦ୍ୱାରା ୧.୫ କୋଟିରୁ ଅଧିକ ଚାକିରି ସଙ୍କଟ ଦୂର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୫ ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ର ଏକ ବିବୃତ୍ତି ଅନୁଯାୟୀ, ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ଯୋଗାଇବା ଏବଂ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅବିରତ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପିଏମ୍‌ଓର ବିବୃତ୍ତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକ ଅନୁମୋଦିତ ପଦବୀଗୁଡିକରେ ଥିବା ଖାଲିଥିବା ପଦବୀ ପୂରଣ ଦିଗରେ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି। ଭାରତ ସରକାରଙ୍କ ୩୮ ଟି ମନ୍ତ୍ରଣାଳୟ / ବିଭାଗରେ ନୂତନ ନିଯୁକ୍ତି ପ୍ରଦାନ କରାଯାଇଛି।

ଏହି ନିଯୁକ୍ତିରେ ଗ୍ରୁପ-ଏ, ଗ୍ରୁପ-ବି (ଗେଜେଟେଡ), ଗ୍ରୁପ-ବି (ଅଣ-ଗେଜେଟେଡ) ଏବଂ ଗ୍ରୁପ-ସି ଆଦି ପଦବୀ ରହିଛି। ଯେଉଁ ପଦବୀରେ ନିଯୁକ୍ତି ଦିଆଯାଉଛି ସେଥିରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀରେ ଇନ୍ସପେକ୍ଟର, କନଷ୍ଟେବଳ, ଏଲଡିସି, ଷ୍ଟେନୋ, ପିଏ, ଆୟକର ଇନ୍ସପେକ୍ଟର, ଏମଟିଏସ ଆଦି ପଦବୀ ରହିଛି।

ନିଯୁକ୍ତି ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ୱାରା ଅବା ୟୁପିଏସସି, ଏସଏସସି ଏବଂ ରେଳବାଇ ନିଯୁକ୍ତି ବୋର୍ଡ ପରି ନିଯୁକ୍ତି ଏଜେନ୍ସି ମାଧ୍ୟମରେ ଏହା କରାଯାଇଛି। ଶୀଘ୍ର ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି ଏବଂ ଟେକ୍ନୋଲୋଜି-ସକ୍ଷମ କରାଯାଇଛି ବୋଲି ବିବୃତ୍ତି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri