Posted inଜାତୀୟ

ବର୍ଷକୁ ୧୦୦ ହାତୀଙ୍କ ଜୀବନ ଯାଉଛି

ନୂଆଦିଲ୍ଲୀ, ୧୧।୮(ପି.ଟି.): ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଲାଗି ରହିଛି। ଏହି ଲଢ଼େଇରେ ବର୍ଷକୁ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଏବଂ ୧୦୦ ହାତୀ ପ୍ରାଣ ହରାଉଥିବା ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୧୨ ତାରିଖ ବିଶ୍ୱ ହସ୍ତୀ ଦିବସ ପୂର୍ବରୁ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ୨୦୧୭ରେ ହୋଇଥିବା ଗଣନା ଅନୁଯାୟୀ ଭାରତରେ ୩୦ ହଜାର ହାତୀ ରହିଥିଲେ। ପରିବେଶ ସନ୍ତୁଳନରେ ହାତୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନଙ୍କର ସଂରକ୍ଷଣ ଅତି ଜରୁରୀ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ହାତୀ ଜନବସତିମୁହାଁ ନ ହୋଇ ଜଙ୍ଗଲ ମଧ୍ୟରେ ଯେପରି ରହିବେ ସେଥିପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ଜଳ ଉପଲବ୍ଧ କରାଇବା ଲାଗି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଆସନ୍ତାବର୍ଷ ସୁଦ୍ଧା ଏହାର ଫଳାଫଳ ମିଳିଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଗତ ମେ’ ୨୭ରେ କେରଳରେ ସପୁରି ଭିତରେ ବାଣ ପୂରାଇ ଗର୍ଭିଣୀ ହାତୀକୁ ଖାଇବାକୁ ଦେଇ ମାରିବା ଘଟଣାକୁ କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ନିନ୍ଦା କରିଛନ୍ତି। ହାତୀମାନଙ୍କୁ ସୁରକ୍ଷା ଦେବାକୁ ହେବ। କେରଳ ଘଟଣା ଅମାନବିକତାର ପରିଚୟ। ଏଭଳି ଅପରାଧ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିୟୋ କହିଥିଲେ। ଦେଶରେ ପ୍ରତିବର୍ଷ ଘଟୁଥିବା ହାତୀ-ମଣିଷ ସଂଘର୍ଷ ସମ୍ପର୍କରେ ଜଙ୍ଗଲ ବିଭାଗ ଅତିରିକ୍ତ ମହାନିର୍ଦ୍ଦେଶକ ସୌମିତ୍ର ଦାସଗୁପ୍ତା ସୂଚନା ଦେଇଥିଲେ। ସେ କହିଥିଲେ ଶହ ଶହ ହାତୀ ବାସସ୍ଥାନ ଛାଡ଼ି ଜନବସତିମୁହାଁ ହେଉଥିବାରୁ ଏଭଳି ସଂଘର୍ଷ ଘଟୁଛି। ଏଥିରେ ବର୍ଷକୁ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ୧୦୦ ହାତୀଙ୍କ ମୃତ୍ୟୁ ଘଟୁଛି। ହାତୀ ସଂରକ୍ଷଣ ଲାଗି ଗତ ୫ ବର୍ଷ ମଧ୍ୟରେ ଅନେକ ପଦକ୍ଷେପ ନିଆଯାଇଛି। ଅଧିକ ହାତୀ କରିଡର ଚିହ୍ନଟ ହେବା ସହ ଏଥିପାଇଁ ୩୦ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି ବୋଲି ଦାସଗୁପ୍ତା କହିଥିଲେ। ଏହି ଅବସରରେ ମନ୍ତ୍ରୀ ଜାଭଡେକର ହାତୀ-ମଣିଷ ବିବାଦ ପରିଚାଳନା ଉପରେ ଏକ ପୁସ୍ତିକା ଉନ୍ମୋଚନ କରିବା ସହ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ଉପରେ ଏକ ଜାତୀୟ ପୋର୍ଟାଲର ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?