Posted inଫୁରସତ

ଚପଲର ଦାମ ୧୦୦ କୋଟି

ମୁମ୍ବାଇ: ମହିଳାମାନେ ବିଭିନ୍ନ ଡିଜାଇନର ଚପଲ ପିନ୍ଧିବାକୁ ପସନ୍ଦ କରନ୍ତି। ଚପଲର ଦାମ୍‌ ଯେତେ ହେଉନା କାହିଁକି ପସନ୍ଦ ଆସିଲା ମାନେ ନିଶ୍ଚିନ୍ତ କିଣିଥାନ୍ତି। ଏବେ ସେମିତି ଏକ ଦାମୀ ଚପଲକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏକ ରିପୋର୍ଟ ଅନୁଯାୟୀ, ଇଟାଲୀ ଡିଜାଇନର୍‌ ଆଣ୍ଟୋନିଓ ଭିଏଟ୍ରି ଦୁବାଇରେ ଦୁନିଆର ସବୁଠାରୁ ଦାମୀ ଚପଲ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନ କରିବାକୁ ମନୋନୀତ ସ୍ଥାନ ମଧ୍ୟ ବହୁତ ସ୍ବତନ୍ତ୍ର ରହିଥିଲା। ସେ ଏହି ଚପଲକୁ ଦୁନିଆର ସବୁଠୁ ବଡ଼ ବିଲ୍ଡିଂ ବୁର୍ଜ ଖଲିଫାରେ ପ୍ରଦର୍ଶନ କରିଥିଲେ। ଏହାର ନାମ ହେଉଛି ‘ମୁନ ଷ୍ଟାର ଶୁ’। ଏହି ଚପଲ ମାଧ୍ୟମରେ ସେ ଦୁନିଆର ସବୁଠୁ ବଡ଼ କୋଠାକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଥିଲେ। ଇଟାଲୀରେ ନିର୍ମିତ ଏମିରେଟ୍ସରେ ଡିଜାଇନ ହୋଇଥିବା ଏହି ଚପଲ ମିଡ୍‌ ଫ୍ୟାଶନ ସପ୍ତାହରେ ଲୋକଙ୍କ ମଧ୍ୟରେ ପରିଚିତ ହୋଇଥିଲା।
ଏବେ ପ୍ରଶ୍ନ ଉଠୁଛି, ଏହି ଚପଲ କାହିଁକି ଏତେ ମହଙ୍ଗା? ବାସ୍ତବରେ, ଏହି ଚପଲରେ ୩୦ କ୍ୟାରେଟ ହୀରା ଲାଗିଛି। ଚପଲର ଗୋଇଠି ସୁନାରେ ତିଆରି। କେବଳ ଏତିକି ନୁହେଁ, ଏହା ୧୫୭୬ରେ ଆର୍ଜେଣ୍ଟିନାରେ ପଡ଼ିଥିବା ଏକ ମେଟେରାଇଟରୁ ନିର୍ମିତ। ସେତେବେଳେ ଏହି ଚପଲର ମୂଲ୍ୟ ୧୯.୯ ନିୟୁତ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୬୫ କୋଟି ଟଙ୍କା ଥିଲା। ଉଲ୍ଲେଖଥାଉ କି, ଆଣ୍ଟୋନିଓ ଭିଏଟ୍ରି ପ୍ରଥମ ଥର ନୁହେଁ ମୂଲ୍ୟବାନ ପଥରରୁ ଚପଲ ତିଆରି କରିଥିଲେ। ୨୦୧୭ରେ ସେ ୨୪ କ୍ୟାରେଟ ସୁନାରେ ନିର୍ମିତ ବିଶ୍ୱର ପ୍ରଥମ ଜୋତା ତିଆରି କରିଥିଲେ। ଯେଉଁମାନେ ଏହାକୁ କିଣିଥିଲେ, ହେଲିକପ୍ଟର ଯୋଗେ ଗ୍ରାହକଙ୍କୁ ବିତରଣ କରାଯାଇଥିଲା। ନିଲାମରେ ବିକ୍ରି ହୋଇଥିବା ଦୁନିଆର ସବୁଠୁ ଦାମୀ ସ୍ନେକର୍‌ ଜୋତା ହେଉଛି ନାଇକର ଏୟାର ଜୋର୍ଡାନ। ଯାହା ୧୭ ମେ’ ୨୦୨୦ରେ ୪ କୋଟିରେ ବିକ୍ରି ହୋଇଥିଲା। ଏହି ଜୋତାକୁ ମହାନ ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନ ୧୯୮୫ରେ ଏକ ଖେଳରେ ପିନ୍ଧି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

NEET ବିରୋଧରେ ବିଜୟ ସରକାରଙ୍କ ବଡ଼ ପଦକ୍ଷେପ, ବିରୋଧୀ DMK କଲା ସମର୍ଥନ

ନୂଆଦିଲ୍ଲୀ, ୧୧।୮: ତାମିଲନାଡୁର ବିଜୟ ସରକାର ମଙ୍ଗଳବାର ବିଧାନସଭାରେ NEET ପରୀକ୍ଷାକୁ ଉଚ୍ଛେଦ କରିବା ଏବଂ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀର ନମ୍ବରକୁ…

ଜାପାନରୁ ଆସୁ ନେତାଜୀଙ୍କ ଅସ୍ଥି: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ, କେନ୍ଦ୍ରକୁ ନୋଟିସ୍!

ନୂଆଦିଲ୍ଲୀ,୧୧।୮: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରୁ ଭାରତ ଆଣିବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି…

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

ସ୍ବାସ୍ଥ୍ୟ ବୀମା ଯୋଜନାର ପରିବର୍ତ୍ତନକୁ ନେଇ ତେଜିଲା ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ବିରୋଧ କରିଛି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେ….କାହାକୁ କହିଲେ ଏମିତି

ନୂଆଦିଲ୍ଲୀ, ୧୧।୮: ସଂସଦରେ ମୌସୁମୀ ଅଧିବେଶନ ଚାଲିଛି। ସଂସଦ ମାର୍ଚ୍ଚ ସମୟରେ ଛାତ୍ରୀଛାତ୍ରଙ୍କ ଉପରେ ଦିଲ୍ଲୀ ପୋଲିସର ଲାଠିଚାର୍ଜକୁ ନେଇ ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବେ କେନ୍ଦ୍ର…

ବାଙ୍କୀ-ଡମପଡ଼ା ବ୍ଲକରେ ଲାଗିଲା ୧୬୩ ଧାରା

ବାଙ୍କୀ,୧୧।୮: ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ମଙ୍ଗଳବାର BNSS ୧୬୩ ଧାରା ଲାଗୁ କରାଯାଇଛି। ବିଧାୟକ ଏବଂ ଭାଜପା ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri