Posted inଜାତୀୟ

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌ ଚୂଡ଼ାନ୍ତ କରିଛନ୍ତି। ଓ୍ବାଶିଂଟନ୍‌ ପକ୍ଷରୁ ଲଗାଯାଇଥିବା ଦଣ୍ଡାତ୍ମକ ଟାରିଫ୍‌ ପରିପ୍ରେକ୍ଷୀରେ ଦୁଇଦେଶ ୨୦୩୦ ସୁଦ୍ଧା ବାଣିଜି୍ୟକ କାରବାରକୁ ୧୦୦ ବିଲିୟନ୍‌ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହା ସହ ରୁଷିଆରେ ଏକ ୟୁରିଆ ପ୍ଲାଣ୍ଟ ପ୍ରତିଷ୍ଠା ସମେତ ଖାଦ୍ୟ ନିରାପତ୍ତା, ଜାହାଜ ଚଳାଚଳ ଓ ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ସହଯୋଗ ବୃଦ୍ଧି ସକାଶେ ଅନେକ ଚୁକ୍ତିନାମା ସ୍ବାକ୍ଷର ହୋଇଛି।
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତାଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନରେ ନୂଆଦିଲ୍ଲୀ ସହ ସମ୍ପର୍କ ବୃଦ୍ଧି ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୁଟିନ୍‌ ଶୁକ୍ରବାର ଏକ ମହତ୍ତ୍ୱାକାଂକ୍ଷୀ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମର ଅନାବରଣ କରିଛନ୍ତି। ତଦନୁସାରେ ଉଭୟ ଦେଶର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଓ ପୁଞ୍ଜିନିବେଶ ବର୍ତ୍ତମାନ ୭୦ ବିଲିୟନ୍‌ ଡଲାର ରହିଥିବାବେଳେ ଏହାକୁ ୨୦୩୦ ସୁଦ୍ଧା ୧୦୦ ବିଲୟନ୍‌ ଡଲାରରେ ପହଞ୍ଚତ୍ବା ଲକ୍ଷ୍ୟ ରଖାଯାଇଛି। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ୨୩ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀରେ ମୋଦି ଓ ପୁଟିନ୍‌ ଏକ ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଉପରୋକ୍ତ ଘୋଷଣା କରିଛନ୍ତି। ୫ ବର୍ଷରେ ୧୦୦ ବିଲିୟନ୍‌ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ଲକ୍ଷ୍ୟ ହାସଲ ହେବା ନେଇ ମୋଦି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ଏଥିସହ ସେ ରୁଷୀୟ ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ଭାରତ ଆସି ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ପାର୍ଟନର ଓ୍ବଥ୍‌ ଇଣ୍ଡିଆ’ରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ୟବସାୟ ପାଇଁ ସରଳୀକୃତ ଓ ଆଶାନୁରୂପ ବ୍ୟବସ୍ଥା ଗଢ଼ାଯାଉଛି। ସେହିପରି ରୁଷିଆ ସାମିଲ ଥିବା ୫ ରାଷ୍ଟ୍ର ବିଶିଷ୍ଟ ୟୁରୋସିଆନ୍‌ ଇକୋନୋମିକ୍‌ ୟୁନିୟନ୍‌ (ଇଏଇୟୁ) ସହ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସ୍ବାକ୍ଷର ପାଇଁ ଆଲୋଚନା ଆରମ୍ଭ ହୋଇଛି। ବାଣିଜ୍ୟ ହେଉ କି କୂଟନୀତି, ସବୁଠି ସହଭାଗିତାର ମୂଳଦୁଆ ହେଉଛି ପାରସ୍ପରିକ ଆସ୍ଥା। ଏହି ଆସ୍ଥା ଭାରତ-ରୁଷିଆ ସମ୍ପର୍କର ସବୁଠୁ ବଡ଼ ଶକ୍ତି। ଆମ ମିଳିତ ଉଦ୍ୟମକୁ ଏହି ଆସ୍ଥା ହିଁ ଦିଗଦର୍ଶନ କରି ଗତିଶୀଳ କରିଥାଏ। ଭାରତ-ରୁଷିଆ ସମିଟ୍‌ ନୂଆ ସ୍ବପ୍ନ ଓ ଆକାଂକ୍ଷାରେ ଡେଣା ଯୋଡ଼ିବା ପାଇଁ ଅନୁପ୍ରାଣିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦି ଆହୁରି କହିଛନ୍ତି, ଭାରତ ଇଲେକ୍ଟ୍ରିକ୍‌
ଭେହିକିଲ୍‌ (ଇଭି), ୨ ଚକିଆ ଯାନ ଏବଂ ସିଏନ୍‌ଜି ମୋବିଲିଟି ସୋଲ୍ୟୁଶନ୍‌ର ଏକ ବୈଶ୍ୱିକ ନିର୍ମାତା ହୋଇଥିବାବେଳେ ରୁଷିଆ ନିକଟରେ ଅତ୍ୟାଧୁନିକ ସାମଗ୍ରୀ ଉତ୍ପାଦନର ଜ୍ଞାନକୌଶଳ ରହିଛି। ଇଭି ମାନୁଫାକ୍ଟରିଂ, ଅଟୋମେଟିଭ୍‌ ଯନ୍ତ୍ରାଂଶ ଓ ମୋବିଲିଟି ଟେକ୍ନୋଲୋଜି କ୍ଷେତ୍ରରେ ସହଭାଗିତା ଦୁଇଦେଶକୁ ଘରୋଇ ବଜାର ଚାହିଦା ପୂରଣରେ ସକ୍ଷମ କରିବା ସଙ୍ଗେ ସଙ୍ଗେ ଗ୍ଲୋବାଲ ସାଉଥ୍‌ର ବିକାଶ ଦିଗରେ ସହାୟକ ହେବ।
ରାଷ୍ଟ୍ରପତି ପୁଟିନ୍‌ କହିଛନ୍ତି, ଭାରତ ସହ ବିବିଧ କ୍ଷେତ୍ରରେ ସମ୍ପର୍କ ମଜଭୁତ୍‌ କରିବା ପାଇଁ ରୁଷିଆ ଆଗ୍ରହୀ। ରୁଷୀୟ କମ୍ପାନୀଗୁଡ଼ିକ ଭାରତଠାରୁ ବିଭିନ୍ନ ବର୍ଗର ସାମଗ୍ରୀ ଓ ସେବା ଆମଦାନୀ ବୃଦ୍ଧି ଲାଗି ପ୍ରସ୍ତୁତ ଅଛନ୍ତି। ଭାରତ ଏବଂ ଇଏଇୟୁ ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ହେଲେ ସାମଗ୍ରୀ, ସେବା ଓ ପୁଞ୍ଜିର ଗତିଶୀଳତାରେ ରହିଥିବା ପ୍ରତିବନ୍ଧକ ହ୍ରାସ ପାଇବ। ରୁଷିଆ, ଆର୍ମେନିଆ, ବେଲାରୁଷ, କାଜାଖସ୍ତାନ ଓ କିର୍ଗିସ୍ତାନକୁ ନେଇ ଗଠିତ ଇଏଇୟୁ ସହ ଭାରତର ଏଫ୍‌ଟିଏ ପାଇଁ ଗତ ସପ୍ତାହରେ ଆଲୋଚନା ଆରମ୍ଭ ହୋଇଛି। ୟୁରୋସିଆନ୍‌ ପ୍ରତିନିଧିମଣ୍ଡଳୀ ଶକ୍ତି ପ୍ରସଙ୍ଗରେ ଆଲୋଚନା କରିବା ସହ ତୈଳ ଓ ଗ୍ୟାସ୍‌ ଯୋଗାଣ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଭାରତ ସହ ବିଭିନ୍ନ କ୍ଷେତ୍ରରେ ବହିର୍ପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଆମେ ଚାହୁଁଛୁ। ଏହି ଅବସରରେ ପୁଟିନ୍‌ ଆହୁରି କହିଛନ୍ତି, ଜାତୀୟ ମୁଦ୍ରାଗୁଡ଼ିକୁ ବ୍ୟବହାର କରି ସାମଗ୍ରୀ ଆମଦାନୀ ରପ୍ତାନି କରାଯାଇପାରୁଛି। ବାହ୍ୟ ଘଟଣାବଳୀ ସତ୍ତ୍ୱେ ନିରନ୍ତର ଆର୍ଥିକ କାରବାର ଜାରି ରହିବା ଗୁରୁତ୍ୱପୂର୍ଣ୍ଣ। ତେବେ ଭାରତ-ରୁଷିଆ ସହଯୋଗ କେବଳ ବାଣିଜ୍ୟରେ ସୀମିତ ରହିବା ଅନୁଚିତ। ଆମେ ଶିଳ୍ପ ସହଯୋଗକୁ ତ୍ୱରାନ୍ବିତ କରିବା ଦିଗରେ ଅଗ୍ରସର ହେବା ଉଚିତ। ଆର୍ଟିଫିସିଅଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ବିଶେଷ ଅଗ୍ରଗତି କରିଥିବା ୨ ରାଷ୍ଟ୍ର ବିସ୍ତୃତ ସହଯୋଗିତା ପାଇଁ ପ୍ରସ୍ତୁତ ବୋଲି ପୁଟିନ୍‌ କହିଛନ୍ତି। ଏହା ପୂର୍ବରୁ ମୋଦିଙ୍କ ସହ ପୁଟିନ୍‌ଙ୍କ ସମ୍ମିଳନୀସ୍ତରୀୟ ଆଲୋଚନା ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?