‘ମୁକ୍ତା’ ଯୋଜନାକୁ ପୁରସ୍କାର

ଭୁବନେଶ୍ୱର,୩ା୨(ବ୍ୟୁରୋ):ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ମୁକ୍ତା’ ଯୋଜନା ଅନ୍ତର୍ଜାତୀୟ ଡବ୍ଲ୍ୟୁଆର୍‌ଆଇ ରୋସ୍‌ ସେଣ୍ଟର ପୁରସ୍କାର ହାସଲ କରିଛି। ବୁଧବାର ନ୍ୟୁୟର୍କରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏକ ଅନ୍ତର୍ଜାତୀୟ ଜୁରି ଦଳ ଏହି ପୁରସ୍କାର ପ୍ରତିଯୋଗିତାରେ ୬୫ ଦେଶର ୧୫୫ ସହରରୁ ଆସିଥିବା ୨୬୦ଟି ଆବେଦନ ମଧ୍ୟରୁ ମୁକ୍ତାକୁ ବିଜେତା ଭାବରେ ଚୟନ କରିଛନ୍ତି।
ସଙ୍କଟ ସମୟରେ ସହରାଞ୍ଚଳର ଗରିବ, ଅନୌପଚାରିକ ତଥା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରି ମୁକ୍ତା ଏହି ପୁରସ୍କାର ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧୪ ସହରରେ ୭ ଲକ୍ଷ ଗରିବ ଏବଂ ପ୍ରବାସୀ ଶ୍ରମିକ ୨୦୮ କୋଟି ଟଙ୍କା ମୂଲ୍ୟର ୨୨,୫୦୦ ପକ୍କା ସଡ଼କ, ଡ୍ରେନ୍‌, ବର୍ଷା ଜଳ ଅମଳ, କମ୍ୟୁନିଟି ସେଣ୍ଟର, ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଏବଂ ସର୍ବସାଧାରଣ ସ୍ଥାନ ଆଦିର ବିକାଶ ଭଳି ଗୋଷ୍ଠୀସ୍ତରୀୟ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ୫୩୬୮ ମିଶନ ଶକ୍ତି ଗୋଷ୍ଠୀ ଏବଂ ୪୩୮ ବସ୍ତି ବାସିନ୍ଦା ସଙ୍ଗଠନ ମଧ୍ୟ ଓଡ଼ିଶା ସରକାରଙ୍କ ଏହି ଯୋଜନା ଅଧୀନରେ କାର୍ଯ୍ୟକାରୀ ସହଭାଗୀ ଭାବରେ ନିୟୋଜିତ ହୋଇଛନ୍ତି। ଠିକାଦାରମାନଙ୍କୁ ନିୟୋଜିତ କରିବା ପରିବର୍ତ୍ତେ ମିଶନ ଶକ୍ତି ଗ୍ରୁପ୍‌ ଏବଂ ବସ୍ତି ବାସିନ୍ଦାଙ୍କୁ କାର୍ଯ୍ୟ ଦାୟିତ୍ୱ ଦେବା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ ସ୍ବରୂପ ମୁକ୍ତା ଯୋଜନାକୁ ପ୍ରଶଂସା କରାଯାଇଛି। କେନ୍ଦ୍ର ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଓଡ଼ିଶାର ମୁକ୍ତା ମଡେଲକୁ ଅନ୍ୟ ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ଲାଗି ସୁପାରିସ କରିଛନ୍ତି। ଏଥିରୁ ଶିକ୍ଷାଲାଭ କରି ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ତାମିଲନାଡୁ ସହରାଞ୍ଚଳରେ ଥିବା ଗରିବ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ମୁକ୍ତା ଢାଞ୍ଚାରେ ମଜୁରି ନିଯୁକ୍ତି ଯୋଜନା ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ଯୋଗୁ ମାସ୍କ ପିନ୍ଧି ବେଦୀରେ ବସିଲେ ବରକନ୍ୟା, ସାମାଜିକ ଦୂରତ୍ୱ ରକ୍ଷା କରି ବିବାହ ସମ୍ପନ୍ନ

ସୁନ୍ଦରଗଡ଼, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଲକ୍‌ଡାଉନ୍‌ ଅବଧି ମେ ୩ କୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲାରେ ପୂର୍ବରୁ ଲଗ୍ନ...

ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ଢେଙ୍କାନାଳ ଅଫିସ, ୯।୧୦-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ିଯାଇ ୨ଜଣ ଶିଶୁଙ୍କ...

ଇଡିରେ ହାଜର ହେଲେ ହୋଟେଲ ବ୍ୟବସାୟୀ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଗୁରୁବାର ଇଡିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ। ମାଷ୍ଟରକ୍ୟାଣ୍ଟିନଠାରେ ଥିବା ତାଙ୍କର ଏକ...

ଫସିିଛନ୍ତି ପଶ୍ଚିମ ଓଡ଼ିଶାର ୩୦ ଡାକ୍ତରୀ ଛାତ୍ରୀଛାତ୍ର

ସମ୍ବଲପୁର(ବ୍ୟୁରୋ)/ରାଉରକେଲା ଅଫିସ/ ଝାରସୁଗୁଡ଼ା ଅଫିସ/ଟିଟିଲାଗଡ଼, ୨୪ା୨(ଡି.ଏନ.ଏ.): ରୁଷିଆ ଓ ୟୁକ୍ରେନ ଭିତରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ପାଇଁ ବଢିଛି ଚିନ୍ତା। ଏହିକ୍ରମରେ...

ଭୁବନେଶ୍ୱର ବିମାନବନ୍ଦରରେ ଥରିଲା ବିମାନ

ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏହି ଦାବି...

ନ୍ୟାୟ ପାଉନାହାନ୍ତି ବଳାତ୍କୃତା: ଆଇନକୁ ପାଳୁନାହାନ୍ତି ସରକାର

କଟକ ଅଫିସ, ୧୩ା୬: ବଳାତ୍କାର ଶିକାର ହେଉଥିବା ପୀଡ଼ିତାମାନଙ୍କୁ ନ୍ୟାୟ ମିଳୁନାହିଁ। ଏମାନଙ୍କ ପାଇଁ ଆଇନରେ ସଂଶୋଧନ ଅଣାଯାଇଥିଲା। ପୂର୍ବରୁ ପୀଡ଼ିତାମାନଙ୍କୁ ସିଆର୍‌ପିସିର ୩୫୭ ଧାରା...

ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଅସିଦ୍ଧ

ପଟ୍ଟାଙ୍ଗୀ,୨୨ା୫(ଡି.ଏନ.ଏ.): ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ପୁଣି ଲାଗିଛି ଝଟକା। ଆନ୍ଧ୍ର ସରକାର ବିଗତ ଦିନରେ କରିଥିବା ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଅସିଦ୍ଧ...

ବାଳକାଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲିଲା କରୋନା ସ୍ବାବ କେନ୍ଦ୍ର, ପ୍ରଥମ ଦିନରେ ୫ ସନ୍ଦିଗ୍ଧଙ୍କ ସ୍ବାବ ସଂଗ୍ରହ

ବାଳକାଟୀ,୧ା୪(ଡି.ଏନ୍‌.ଏ)- ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକର ବାଳକାଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଥାନୀୟ ସରଦେଇପୁରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ କରୋନା ସନ୍ଦିଗ୍ଧଙ୍କ ସ୍ବାବ ସଂଗ୍ରହ ପାଇଁ...

Advertisement
Archives

Model This Week