Posted inଫୁରସତ

ବିଶ୍ୱ ରେକର୍ଡ କଲେ ୧୦ ବର୍ଷର ଝିଅ

ଇଣ୍ଟରନେଟ ଏବଂ ଟେକ୍ନୋଲୋଜିର ଏହି ଯୁଗରେ ପିଲାମାନେ ବହୁତ ପ୍ରତିଭାଶାଳୀ ହୋଇପାରିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ୧୦ ବର୍ଷୀୟା ଝିଅ ସାରା ଛିପା। ସାରା ରାଜସ୍ଥାନର ଭିଲୱାରାର ମୂଳ ବାସିନ୍ଦା। ଗତ ମେ ୨ ରେ ସେ ୧୯୫ଟି ଦେଶର ନାମ, ରାଜଧାନୀ ଏବଂ ମୁଦ୍ରାର ନାମ କହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବ ବିଶ୍ୱ ରେକର୍ଡରେ କେବଳ ଦେଶର ନାମ ଏବଂ ରାଜଧାନୀ ନାମ ଥିଲା। ସାରା ଦେଶର ନାମ, ରାଜଧାନୀ ସହ ମୁଦ୍ରା ନାଁ କହି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ମେ ’୨ ରେ ୟୁଏଇରେ ସନ୍ଧ୍ୟା ୬ଟା ଫେସବୁକ, ୟୁଟ୍ୟୁବରେ ଏହି ରେକର୍ଡ ପ୍ରଦର୍ଶିତ ହୋଇଥିଲା। ସାରା ଏହି ବର୍ଗରେ ବିଶ୍ୱ ରେକର୍ଡ ସ୍ଥାପନ କରିବାରେ ବିଶ୍ୱର ପ୍ରଥମ ଝିଅ ହୋଇଥିଲେ।
ସାରାଙ୍କ ଏହି ବିଶ୍ୱ ରେକର୍ଡ ଯାତ୍ରା ଗତ ୩ ମାସ ତଳେ ଆରମ୍ଭ ହୋଇଥିଲା। ବ୍ରେନ ରାଇମ କଗ୍ନିଟିଭ ସଲ୍ୟୁସନ୍‌ସର ସିଙ୍ଗାପୁର ପ୍ରତିଷ୍ଠାତା ସୁଶାନ୍ତ ମୈସୁକରଙ୍କ ସହଯୋଗରେ ସାରା ଏହି ଯାତ୍ରା ଆରମ୍ଭ କରିଥିଲେ। ସ୍ମୃତି ଏବଂ ସୃଜନଶୀଳ କୌଶଳ ମାଧ୍ୟମରେ ସାରାଙ୍କୁ ମନେ ରଖିବା ପାଇଁ ସୁଶାନ୍ତ ତାଲିମ ଦେଉଛନ୍ତି। ସାରାଙ୍କ ପିତାଙ୍କ ଅନୁଯାୟୀ, ଝିଅ ଲକଡାଉନ ସମୟରେ ମେମୋରୀ ଟେକ୍‌ନିକ୍‌ କ୍ଲାସ ଆରମ୍ଭ କରିଥିଲେ ଏବଂ ପୂର୍ବରୁ ବିଶ୍ୱ ରେକର୍ଡ କରିବା ନେଇ କୌଣସି ଯୋଜନା ନ ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର କଲେ କୋଙ୍ଗା ନୃତ୍ୟ

କୋଙ୍ଗା ଏକ ଲାଟିନ ଆମେରିକୀୟ ନୃତ୍ୟ। ଯେଉଁଥିରେ ଏକାଧିକ ବ୍ୟକ୍ତି ପ୍ରତ୍ୟେକଙ୍କ ପଛଭାଗକୁ ଧରି ଏକ ଲମ୍ବା ଲାଇନ୍‌ କରି ନୃତ୍ୟ କରନ୍ତି। ହେଲେ ଜର୍ମାନୀର...

ଅଷ୍ଟ୍ରେଲିଆର ବଡି ପେଣ୍ଟିଂ ଫେଷ୍ଟିଭାଲ, ଭାଗ ନେଇଥାନ୍ତି ୫୦ ଦେଶର ପ୍ରତିଯୋଗୀ

ବିଭିନ୍ନ ସଉକ ମଧ୍ୟରୁ ଅନ୍ୟତମ ପେଣ୍ଟିଂ ବା ଚିତ୍ରାଙ୍କନ। କାନଭାଷ ଉପରେ ରଙ୍ଗତୂଳୀ ଧରି ଚିତ୍ରକର ଅତି ସୁନ୍ଦର ଭାବେ ଚିତ୍ରକୁ ଆଙ୍କିଥାନ୍ତି, ଯାହା ଦେଖିବାକୁ...

୮ ବର୍ଷ ଝିଅର ବେଷ୍ଟ ଫ୍ରେଣ୍ଡ୍‌ ୧୧ ଫୁଟ ଲମ୍ବର ଅଜଗର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବନ୍ଧୁତା ଏମିତି ଏକ ଶବ୍ଦ ଯାହାର କଳନା ନାହିଁ। ମାତ୍ର ଏମିତି ଜଣେ ଝିଅ ଅଛନ୍ତି, ଯାହାଙ୍କ ବନ୍ଧୁ କୌଣସି ଝିଅ କି ପୁଅ ନୁହନ୍ତି।...

ସାପ ସହ ଗୁଣ୍ଡୁଚିମୂଷାର ଭୟଙ୍କର ଲଢ଼େଇ; ଶେଷରେ ଯାହା ହେଲା ଦେଖିଲେ…

ଦୁନିଆରେ ଏପରି ଅନେକ ଜିନିଷ ଦେଖିବାକୁ ମିଳେ, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଅନେକ ଥର ପଶୁମାନଙ୍କୁ ନେଇ କିଛି ଘଟଣା ଲୋକଙ୍କୁ ଚିନ୍ତାରେ...

ଗର୍ଲଫ୍ରେଣ୍ଡକୁ ଏମିତି କଲେ ପ୍ରପୋଜ ଟିମ୍‌ ମ୍ୟାନେଜର, ଖେଳାଳି ଦେଖି ଆଶ୍ଚର୍ଯ୍ୟ

ଫୁଟବଲ ବିଷୟରେ କୁହାଯାଏ ଯେ, ଏହି ଖେଳରେ ଅଧିନାୟକଙ୍କଠାରୁ ଅଧିକ ଟିମ୍‌ ମ୍ୟାନେଜରଙ୍କ ଭୂମିକା ରହିଥାଏ। କିନ୍ତୁ ନିକଟରେ ଜଣେ ଫୁଟ୍‌ବଲ୍‌ ମ୍ୟାନେଜର୍‌ ନିଜ ଗର୍ଲଫ୍ରେଣ୍ଡ୍‌...

୫୦୦ ବର୍ଷ ତଳେ ପ୍ରାଣୀକେଶରୁ ବ୍ରଶ୍‌ ତିଆରି କରିଥିଲା ଚାଇନା

ବେଜିଂ,୩।୫: ସକାଳୁ ଉଠିଲେ ସଭିଏଁ ଦାନ୍ତ ଘଷିବା ପାଇଁ ବ୍ରଶ୍‌‌ ଖୋଜି ବସନ୍ତି। ବ୍ରଶ୍‌‌ କରିବା ପରେ ଅନ୍ୟ କାମ କରିବାକୁ ଲୋକେ ପସନ୍ଦ କରନ୍ତି।...

ଗଛ ଉପରେ ୧୧ ଦିନ ଆଇସୋଲେଶନ୍‌ରେ ରହିଲେ କରୋନା ଆକ୍ରାନ୍ତ…

ହାଇଦ୍ରାବାଦ୍‌,୧୭।୫: ଏବେ ସୋସିଆଲ ମିଡ଼ିଆରେ ଜଣେ କରୋନା ଆକ୍ରାନ୍ତଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ତେଲଙ୍ଗାନାରେ କରୋନାରେ ଆକ୍ରାନ୍ତ ହୋଇଥିବା ୧୮ ବର୍ଷ ବୟସ୍କ ଜଣେ...

ଦୂରତା ରକ୍ଷାକରି ଲୋକେ ଏମିତି ଦେଖିଲେ ବାଇକ୍‌ ରେସ୍‌

କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରି ରହିଛି। କେତେକ ସ୍ଥାନରେ ଏହି ଲକ୍‌ଡାଉନ୍‌ ଅବଧି ଶେଷ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ପୁଣି...

Advertisement
Archives

Model This Week