୨୮ ପଞ୍ଚାୟତର ୧୦ ହଜାର ଲୋକ ଜଳବନ୍ଦୀ

ଜଳେଶ୍ୱର, ୨୩ା୮(ଡି.ଏନ.ଏ.):ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁ ଜଳେଶ୍ୱର ବ୍ଲକ ୨୮ଟି ପଞ୍ଚାୟତର ୧୪୯ ଗାଁ ପ୍ରଭାବିତ ହୋଇଛି ା ଏଥିରେ ୧୦ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ୧୧୪ଟି କେନ୍ଦ୍ରରେ ଥଇଥାନ କରାଯାଇଛି ା ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ୬ହଜାର ହେକ୍ଟର ଚାଷଜମିରେ ବନ୍ୟାଜଳ ପ୍ଲାବିତ ହୋଇଛି। ବିଭିନ୍ନ ଅଞ୍ଚଳକୁ ଯାଇଥିବା ମୁଖ୍ୟ ରାସ୍ତାଗୁଡିକ ପାଣିରେ ବୁଡି ରହିଛି। ସୋମବାର ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଦେବ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବ୍ଲକର ଆରୁହା, ବାଇଗଣ ବାଡିଆ, ବର୍ତ୍ତନା, ଚମାର ଗାଁ, ଦକ୍ଷିଣ ପ୍ରହରାଜପୁର, ଗୋବରଘଟା, ଝାଡପିମ୍ପଳ, ଖୁଦିଆ ମାଝିସାହି, ଖାଲିନା, ଖୁଲୁଡା, କୋଟସାହି, ଲକ୍ଷ୍ମଣନାଥ, ମହମ୍ମଦନଗରପାଟଣା, ନାମ୍ପୋ, ନେତୁଆ, ପଶ୍ଚିମବାର୍ଡ, ଓଲମରା, ପାଇକସିଦା, ନଛିମପୁର, ରାଜପୁର, ସମ୍ପତ୍ତିଆ, ମାକିଡିଆ, ଶିଖରପୁର, ଶ୍ରୀରାମପୁର, ରାୟାଁ ରାମଚନ୍ଦ୍ରପୁର, ସୁଗୋ, ଗଡସାହି ବାଲିଆପାଳ ଓ ଗୋପିମୋହନପୁରର ୧୧୪ଟି କେନ୍ଦ୍ରରେ ୧୦୦୫୮ ଲୋକଙ୍କୁ ଆଶ୍ରୟ ଦିଆଯାଇ ରନ୍ଧାଖାଦ୍ୟ ଦିଆଯାଇଛି। ପ୍ରାୟ ୪୧ କୁଇଣ୍ଟାଲ ଚୂଡା ବଣ୍ଟନ କରାଯାଇଥିବା ବେଳେ ୩୫ ପଞ୍ଚାୟତରୁ ୨୮ପଞ୍ଚାୟତର ୧୪୯ ଗାଁର ୬ହଜାର ହେକ୍ଟର ଜମି ବନ୍ୟା ପ୍ଲାବିତ ହୋଇଛି। ୫ହଜାର ହେକ୍ଟର ଧାନ ଜମି ଓ ପ୍ରାୟ ୧ହଜାର ହେକ୍ଟର ପନିପରିବା ଚାଷ ହୋଇଥିବା ଜମିରେ ପାଣିର ସୁଅ ଛୁଟୁଛି ା ବନ୍ୟା ଫଳରେ ଗୁରୁଦାସପୁର-ଚାଫଲା, ଶିଖରପୁର-ରାଇବଣିଆ, ଜଳେଶ୍ୱର ପଶ୍ଚିମବାର୍ଡ, ଜମାଳପୁର-କୋଟସାହି-ଚୋରମରା, ନାମ୍ପୋ-ଖାଲିନା, ଡେମୁରିଆ-ସମ୍ପତ୍ତିଆ, ନାମ୍ପୋ -ଇକଡା ରାସ୍ତାରେ ପାଣିସୁଅ ଛୁଟୁଛି ା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇ ପରିସ୍ଥିତି ସ୍ବଭାବିକ ହେବା ପଯର୍‌ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦେବାକୁ କହିଥିଲେ। ତାଙ୍କ ସହ ବିଡିଓ ପୁନମ୍‌ ରାଉତ, ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ବ୍ଳକ ଅଧ୍ୟକ୍ଷ ମାନସ ଜେନା, ବନ୍ୟା ପରିଚାଳକ ନୀଲୁ ମହାପାତ୍ର, ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ା ଅପରାହ୍ନରେ କ୍ୟାବିଟେନ୍‌ ମନ୍ତ୍ରୀ ପ୍ରତାପ ଦେବ ଜଳେଶ୍ୱର ବ୍ଳକର ରାୟାଁ, ରାମଚନ୍ଦ୍ରପୁର ଓ ଝାଡପିମ୍ପଳ ପଞ୍ଚାୟତର କେତେକ ବନ୍ୟା ପ୍ଳାବିତ ଗ୍ରାମ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ବିପନ୍ନ ଚାଷୀଙ୍କୁ ଆଗାମୀ ରବି ଋତୁରେ ସରକାର ବିଭିନ୍ନ ସହାୟତା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ସହିତ ଜିଲାପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ଏମ୍‌ପି ତଥା ବିଜେଡି ସଭାପତି ଇଂ ରବୀନ୍ଦ୍ର ଜେନା ବିଭିନ୍ନ ଆଶ୍ରୟସ୍ଥଳ ବୁଲିଥିଲେ ଓ ସରକାରୀ ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ରାଇବଣିଆର ଓଲମରା, ବ୍ରହ୍ମାପୁର, ଗୋପାଳପୁର, ରାଜନଗର, ମାକିଡିଆ ଓ କୁଅଁରପୁର ବନ୍ୟାଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ମାକିଡିଆ ଓ କୁଅଁରପୁରରେ ନଦୀର ପଥରପ୍ୟାକିଂ ଓ ସ୍କୋରର ଆବଶ୍ୟକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ା ତାଙ୍କ ସହିତ ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଲେଲିନ୍‌ ପ୍ରଧାନ, ଯତିନ୍ଦ୍ର ମହାନ୍ତି, ନିମାଇଁ ଘୋଷ, ଦୀପକ କାପୁଡି, ସମୀର ଘଡେଇ, ରାଧାକାନ୍ତ ଘୋଷ, ବ୍ରିଜେଶ ରଣା ପ୍ରମୁଖ ଅନୁଧ୍ୟାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗାଡ଼ିରୁ ଜରିମାନା ଆଦାୟ

ହିଞ୍ଜିଳିକାଟୁ,୪ା୬(ଡି.ଏନ୍‌.ଏ.)- ଘୋଡ଼ାହାଡ଼ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଏବଂ ବିଭିନ୍ନ ପାହାଡ଼ରୁ ମୋରମ ଓ ମାଟି ଚୋରାଚାଲାଣ ହେଉଥିବା ବେଳେ ହିଞ୍ଜିଳିକାଟୁ ତହସିଲ...

ଟୋଲ୍‌ଗେଟ୍‌କୁ ନେଇ ବଢ଼ିଲା ଅସନ୍ତୋଷ

ବାରିପଦା ଅଫିସ,୮।୪- ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ ଓ ୪୯ନଂ. ଜାତୀୟ ରାଜପଥର ୩ଟି ସ୍ଥାନରେ ଟୋଲଗେଟ୍‌ ନିର୍ମାଣ ପରେ ଶୁଳ୍କ ଆଦାୟ ଆରମ୍ଭ...

ଗୁମ୍ମାକୁ ଫେରିବେ ୪୫୦୦ ଶ୍ରମିକ

ଗୁମ୍ମା,୨ା୫: ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି। ଶ୍ରମିକମାନଙ୍କୁ ନାମ ପଞ୍ଜୀକରଣ କରିବାକୁ ସରକାରଙ୍କ ପକ୍ଷରୁ...

କ୍ଷତିପୂରଣ ଦାବିରେ ସୋର-କୁପାରୀ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଖଇରା,୨୬ା୮(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବଣପାରିଆ ଗ୍ରାମର ରମେଶ ପଣ୍ଡାଙ୍କ ପୁଅ ଧନଞ୍ଜୟ(୧୦) ପାଣିନାଳରେ ପଡ଼ି ମୃତ୍ୟୁ ଘଟଣାରେ କଣ୍ଟାପଡା ଶାସନ, ବଟେଶ୍ବର...

ଓଡ଼ିଶା ଭାରୋତ୍ତୋଳନ ଚାମ୍ପିୟନଶିପ

ବ୍ରହ୍ମପୁର ଅଫିସ,୩୦ା୧୨-ଗଞ୍ଜାମ ଜିଲା ଭାରୋତ୍ତଳନ ସଂଘ ପକ୍ଷରୁ ୬୭ତମ ବରିଷ୍ଠ ପୁରୁଷ ଓ ୩୫ତମ ବରିଷ୍ଠ ମହିଳା ଓଡିଶା ଭାରୋତ୍ତୋଳନ ଚାମ୍ପିୟନଶିପ ରବିବାର ଅନୁଷ୍ଠିତ ହୋଇଯାଇଛି...

ସହରରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଅନୁଗୋଳ ଅଫିସ,୪ା୬ – ଅନୁଗୋଳ ପୋଲିସ ପକ୍ଷରୁ ବୁଧବାର ସହରରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ଏହି ସମୟରେ ଅନ୍‌ଲକ୍‌-୧ ନିୟମ ଅବମାନନା କରିଥିବା କେତେଜଣ ଦୋକାନୀଙ୍କ ବିରୋଧରେ...

ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସ୍‌ପି

କଟକ ଅଫିସ,୧୫।୨: ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସ୍‌ପି ଧରାପଡ଼ିଛନ୍ତି। ମଙ୍ଗଳବାର ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।...

ଚୁମ୍ବକମ୍ୟାନ ରାଜେନ୍ଦ୍ର

ସଜନାଗଡ଼, ୧୩।୬ (ଡି.ଏନ.ଏ.)-ତାଙ୍କ ଦେହରୁ ବାହାରୁଛି ଚୁମ୍ବକୀୟ ଶକ୍ତି। ଶରୀରରେ ଷ୍ଟିଲ ଚାମଚ, କଏନ ଯାହା ଲଗାଇଲେ ସେସବୁ ଲାଖି ରହୁଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ...

Advertisement
Archives

Model This Week