Posted inଫୁରସତ

ଲୋକେ କହୁଥିଲେ ବ୍ୟକ୍ତିଙ୍କ ପେଟରେ ଅଛି ପିଲା, ଅପରେଶନ ପରେ ଯାହା ବାହାରିଲା ଜାଣିଲେ…

ଦୁନିଆରେ ଏପରି କିଛି ଘଟଣା ଘଟେ, ଯାହା ଉପରେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ। ସେଭଳି ଏକ ଘଟଣା କୋଲକାତାରେ ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଦେଖି ଲୋକମାନେ ତାଙ୍କ ପେଟରେ ଛୁଆ ଥିବା ନେଇ କହୁଥିଲେ। ହେଲେ ସତ ଜଣାପଡ଼ିବା ପରେ ସମସ୍ତେ ଚମକି ପଡ଼ିଛନ୍ତି। ତାଙ୍କ ପେଟରୁ ଛୁଆ ନୁହେଁ ବରଂ ୧୦ କିଲୋଗ୍ରାମ ଓଜନର ଟ୍ୟୁମର ବାହାରିଛି।

ଘଟଣାଟି ଏପରି। କୋଲକାତାରେ ରୁହନ୍ତି ୪୫ ବର୍ଷୀୟ ଅର୍ଣ୍ଣବ ମୁଖାର୍ଜୀ। ତାଙ୍କ ପେଟ ଧିରେ ଧିରେ ବଢ଼ିବାରେ ଲାଗିଥିଲା। ଏହାକୁ ନେଇ ଅର୍ଣ୍ଣବ ଚିନ୍ତାରେ ରହୁଥିଲେ। ଦୁଇ ମାସ ଧରି ତାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା। କ’ଣ ହେଉଛି ତାହା ଜାଣିବା ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ ହେଁ ସତ ଜଣାପଡ଼ି ନ ଥିଲା। ମାତ୍ର ଦୁଇ ମାସରେ ଟ୍ୟୁମର ୪ ଗୁଣ ବଢ଼ି ଯାଇଥିଲା। ଲୋକମାନେ ସେ ଜନ୍ମ କରିବାକୁ ଯାଉଥିବା କହି ଚିଡ଼ାଉଥିଲେ। ଶେଷରେ ସେ ପୁଣିଥରେ ଡାକ୍ତରଙ୍କ ପାଖକୁ ଯିବା ପରେ ପେଟରେ ଟ୍ୟୁମର ଥିବା ଜାଣିବାକୁ ପାଇଥିଲେ।

ଡାକ୍ତରମାନେ ଅର୍ଣ୍ଣବଙ୍କୁ ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ। ଦୀର୍ଘ ୪ ଘଣ୍ଟାର ଅପରେଶନ ପରେ ୧୦ କିଗ୍ରା ଓଜନର ଟ୍ୟୁମରକୁ ତାଙ୍କ ପେଟରୁ ବାହାର କରାଯାଇଥିଲା। ଯଦି ଆଉ ବିଳମ୍ବ ହୋଇଥାନ୍ତା ତେବେ ସେ ଗୁରୁତର ହୋଇଯାଇଥାନ୍ତେ ବୋଲି ଡାକ୍ତରମାନେ କହିଥିଲେ। ଏବେ ତାଙ୍କର ଚିକିତ୍ସା କରାଯାଉଛି। ତେବେ ତାଙ୍କର କ୍ୟାନ୍‌ସର ଥିବା ମଧ୍ୟ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri