ହଠାତ୍‌ ଛିଡିଲା ୧୦ ବିଦ୍ୟୁତ୍‌ ପୋଲର ତାର : ଅଟକି ରହିଛି…

ନନ୍ଦପୁର,୨୦।୬ (ତୁଷାର କାନ୍ତ ମହାନ୍ତି ): ବିଦ୍ୟୁତ୍‌ ଚାଳିତ କୋତାବାଲସା-କିରାଣ୍ଡୁଳ ସଞ୍ଜୋଗୀ କେକେ ରେଳପଥରେ ଶୁକ୍ରବାର ବିଶାଖାପାଟଣା-କିରାଣ୍ଡୁଳ ପାସେଞ୍ଜର ଟ୍ରେନ (୫୮୫୩୮) ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଭେଜା ଷ୍ଟେଶନରୁ ବାହାରି ମାତ୍ର ୨ କିମି ଦୂର ଥୁବା ଗ୍ରାମ ପାରକରିବା ବେଳେ ରେଳପଥ ବିୁଦ୍ୟୁତ୍‌ ତାର ସଂଯୁକ୍ତ ପ୍ଲେଣ୍ଟରଟି ତଳେ ପଡ଼ି ଯାଇଥିଲା। ଫଳରେ ୧୦ଟି ବଦ୍ୟୁତ୍‌ ପୋଲର ତାରଛିଡ଼ି ତଳେ ପଡିଯାଇଥିଲା। ବିଦ୍ୟୁତ୍‌ ଚାଳିତ ଟ୍ରେନ ଟି ବିଦ୍ୟୁତ୍‌ ସଂଯୋଗ ହରାଇ ହଠାତ ଅଟକି ରହିଥିଲା। ମାତ୍ର ରେଳ ବିଭାଗ ସମେତ ପାସେଞ୍ଜର ଟ୍ରେନର ଯାତ୍ରୀଙ୍କ ସୌଭାଗ୍ୟ ବିଦ୍ୟୁତ୍‌ ତାର ରେଳ ସମେତ ରେଳ ପଥର ସଂସ୍ପର୍ଶରେ ଆସି ନ ଥିଲା। ଖବର ଲେଖା ସୁଧା ପାସେଞ୍ଜାର ଟ୍ରେନ ଟି ଥୁବା ନିକଟରେ ଅଟକି ରହିଛି। ଟ୍ରେନରେ ଥିବା ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଅନ୍ୟ ବ୍ୟବସ୍ଥାକରି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ଦେଖିବାକୁ ମିଳିଛି। ଭେଜା, ପାଡୁଆ, ମାଛକୁଣ୍ଡ, କୋରାପୁଟ ଷ୍ଟେସନରୁ ଆସିଥିବା ରେଳ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ଉପସ୍ଥିତ ରହି ମରାମତି ବ୍ୟବସ୍ଥା କରୁଛନ୍ତି। ଅନ୍ୟପଟେ ଦିନ ୧୨ ଘଟିକା ଠାରୁ ଅଟକି ଥିବା ଟ୍ରେନର ଯାତ୍ରୀଙ୍କ ଅବସ୍ଥା ଖରାପ ହୋଇଛି। ରେଳ ବିଭାଗ ତରଫରୁ ତାର ଯୋଡି ମରାମତି କରିବା ପରେ ରେଳ କିରାଣ୍ଡୁଳ ଅଭିମୁଖେ ଯିବ। ରେଳପଥରେ ଅନ୍ୟ ରେଳ ଚଳାଚଳ କରିବ ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?