ମାଲକାନଗିରି ୧୦ ଡାକ୍ତରଙ୍କୁ ଗଞ୍ଜାମ ବଦଳି: ଏଭଳି ଚେତାବନୀ ଦେଲା ଜିଲା କଂଗ୍ରେସ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ପ୍ରଭାବିତ ଜିଲାରେ ଗଞ୍ଜାମକୁ ଗଣାଯାଉଛି। ଫଳରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଅଭାବ ଥିବାରୁ ରାଜ୍ୟ ସରକାର ମାଲକାନଗିରି ଜିଲାରୁ ୧୦ ଜଣ ଡାକ୍ତରଙ୍କୁ ଗଞ୍ଜାମକୁ ବଦଳି କରିଛନ୍ତି। ଏହି ୧୦ ଜଣ ଡାକ୍ତର ହେଲେ କାଲିମେଳା ସ୍ବାସ୍ଥ୍ୟକେନ୍ଦ୍ରର ଦିନେଶ କୁମାର ପାତ୍ର, ଆଦିତ୍ୟ କୁମାର ଦାସ, ପଡିଆ ସ୍ବାସ୍ଥ୍ୟକେନ୍ଦ୍ରର ସରିତା ମେହେର, ହରିହର ସିଂ, ଖଇରପୁଟ ସ୍ବାସ୍ଥ୍ୟକେନ୍ଦ୍ରର ନମ୍ରତା ପାତ୍ର, ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରର ରାଜିବ ମାଝି, ନାରାୟଣ ପ୍ରଧାନ, କୋରୁକୋଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଅନାମିକା ସାହୁ, ପାଣ୍ଡ୍ରିପାଣି ସ୍ବାସ୍ଥ୍ୟକେନ୍ଦ୍ରର ପ୍ରପତି ମହାରଣା ବୋଲି ଜଣାପଡ଼ିଛି। ତେବେ ଏହି ୧୦ ଜଣ ଡାକ୍ତର ଗଞ୍ଜାମରେ ସେମାନଙ୍କ କାର୍ଯ୍ୟ ତୁଲାଇବେ ବୋଲି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ଚିଠି ଜାରି କରାଯାଇଛିା ଅପରପକ୍ଷେ ଏହି ଡାକ୍ତରଙ୍କ ବଦଳିକୁ ମାଲକାନଗିରି ଜିଲା କଂଗ୍ରେସ ତରଫରୁ ବିରୋଧ କରା ଯାଇଛିା

ଏ ସମ୍ବନ୍ଧରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପଟ୍ଟନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଆଦିବାସୀଙ୍କ ପ୍ରତି ଅବହେଳାର ଆହୁରି ଏକ ନଗ୍ନ ନମୁନା ମାଲକାନଗିରିରେ ଦେଖିବାକୁ ମିଳିଛି। ମାଲକାନଗିରିରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ରାଜ୍ୟ ସରକାର ଓ ଜିଲା ସ୍ବାସ୍ଥ୍ୟ ବିଭାଗ କରୋନା ମୁକାବିଲାରେ ବିଫଳ ହୋଇଥିବା ବେଳେ ବେଢି ଉପରେ କରୋଡା ମାଡ ଭଳି ସଦୃଶ ଏଭଳି ଆପଦକାଳ ସମୟରେ ସରକାର ମାଲକାନଗିରି ଜିଲାରୁ ଡାକ୍ତରଙ୍କୁ ଗଞ୍ଜାମକୁ ବଦଳି କରି ନେଇ ଯାଇଛନ୍ତି। ସବୁଠାରୁ ଦୁଃଖର ବିଷୟ ହେଉଛି ଅବିଭକ୍ତ କୋରାପୁଟ ଜିଲା ଓ କଳାହାଣ୍ଡିରେ ପ୍ରାୟତଃ ୧୦୦ ଜଣ ଡାକ୍ତରଙ୍କୁ ଗଞ୍ଜାମକୁ ବଦଳି କରି ଦିଆ ଯାଇଛି। ତେବେ ମାଲକାନଗିରି ଜିଲାରେ ମୋଟ ୧୯୭ଟି ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୯୩ ଜଣ ଡାକ୍ତର ଏଠାରେ ନି ଯୁକ୍ତି ପାଇଛନ୍ତି। ଅଧାରୁ ଅଧିକ ଡାକ୍ତର ନ ଥିବା ବେଳେ ପ୍ରାୟ ୨୦ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀ ମଧ୍ୟ ଏଠାରେ ନିଯୁକ୍ତି ପାଇନାହାନ୍ତିା ଏଭଳି ସ୍ଥଳେ ଯେଉଁମାନେ କି ଏହି ଅଂଚଳରେ ଆଦିବାସୀଙ୍କ ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି ସେମାନଙ୍କୁ ଏଠାରୁ ବଦଳି କରି ନିଆଯାଇଛିା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଦିଆ ଯାଇପାରିବ ନାହିଁ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ସରକାର ଏହି ନିର୍ଦ୍ଦେଶକୁ ବଳବତ୍ତର ରଖି ଜିଲାରୁ ୧୦ ଜଣ ଡାକ୍ତରଙ୍କୁ ପଠାଇବାକୁ ଚାପ ପକାଇ ଗଞ୍ଜାମ ଜିଲାକୁ ଡେପୁଟେଶନରେ ପଠା ଯାଇଥିବା ଜଣାପଡିଛି। ତେବେ ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କ ସଚେତନତାର ଅଭାବ ଓ ଉତମ ଚିକିତ୍ସା ସେବା ନ ପାଇବାରୁ ଅଭିଯୋଗ ହେଉଛିା କେଉଁଠି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହେଉଛି ତୋ ଆଉ କେଉଁଠି ଦୁର୍ଗମ ଅଂଚଳକୁ ଡାକ୍ତର ସେବା ଯାଉ ନ ଥିବାରୁ ରୋଗୀଙ୍କ ଅକାଳ ମୃତ୍ୟୁ ହେଉଛିା ଏଭଳି ସ୍ଥିତିରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଜିଲା କଂଗ୍ରେସ ଦୃଢ ବିରୋଧ କରିବା ସହ ଆଗାମୀ ଦିନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ମାଲକାନଗିରିର ଏହି ଡାକ୍ତର ମାନଙ୍କୁ ପୁନଃ ନିଯୁକ୍ତି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛିା


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri