Posted inଜାତୀୟ

କ୍ୟାପ୍‌ଟେନ୍‌, ସିଦ୍ଧୁଙ୍କ ମଧ୍ୟରେ ବିବାଦ ତେଜିଲା

ଚଣ୍ଡିଗଡ଼,୧୮।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ବିଦ୍ରୋହୀ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ରାଜ୍ୟ କଂଗ୍ରେସ ସଭାପତି ସୁନୀଲ ଜାଖଡ ସୋମବାର ୮୦ ଜଣ ବିଧାୟକ ଏବଂ ଦୁଇ ଡଜନରୁ ଅଧିକ ଜିଲା ମୁଖ୍ୟଙ୍କ ବୈଠକ ଡାକିଛନ୍ତି। କୌତୁହଳର ବିଷୟ, ୨୦୧୭ ରାଜ୍ୟ ବିଧାନସଭା ନିର୍ବାଚନରେ ଯେଉଁମାନେ ହାରିଥିଲେ ସେମାନଙ୍କୁ ମଧ୍ୟ ଏହି ବୈଠକଷଣ ଡକାଯାଇଛି। ରବିବାର ଦିନ ଏକ ବିବୃତ୍ତିରେ ଜାଖଡ କହିଛନ୍ତି ଯେ, ସମସ୍ତ ବିଧାୟକ ଏବଂ ଜିଲା ମୁଖ୍ୟଙ୍କ ବୈଠକରେ ଏକ ସଂକଳ୍ପ ପାରିତ ହେବ, ଯାହା କହିବ ଯେ ପଞ୍ଜାବ ପ୍ରସଙ୍ଗରେ ଦଳର ନେତୃତ୍ୱ ନେଇଥିବା କୌଣସି ନିଷ୍ପତ୍ତି ସମଗ୍ର ରାଜ୍ୟ ୟୁନିଟ ଦ୍ୱାରା ଗ୍ରହଣ କରାଯିବ। । ଏହି ପ୍ରସ୍ତାବ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯିବ ବୋଲି ସେ କହିଛନ୍ତି।
ପଞ୍ଜାବ କଂଗ୍ରେସର ସମସ୍ତ ଦଳ ନିଜର ଶକ୍ତି ପ୍ରଦର୍ଶନ କରୁଥିବା ସମୟରେ ଏହି ବୈଠକ ଡକାଯାଇଛି। ପଞ୍ଜାବ କଂଗ୍ରେସ କମିଟି (ପିସିସି) ମୁଖ୍ୟ ଭାବରେ ପଦୋନ୍ନତି ଆଶାରେ ସିଦ୍ଧୁ ପଟିଆଲାରେ ଦଳର ବିଧାୟକ ତଥା ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟିଥିଲେ। ଏହାପରେ ଦଳର ବରିଷ୍ଠ ନେତା ସୁଖପାଲ ଖୌରାଙ୍କ ନେତୃତ୍ୱରେ୧୦ ଜଣ ବିଧାୟକ ଦଳ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଭେଟି ଏକ ବିବୃତ୍ତି ଜାରି କରିଥିଲେ। ସିଦ୍ଧୁଙ୍କୁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଏଥିରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୋଦିଙ୍କୁ ଚିଠି ଲେଖିଲେ ଦିଦି

କୋଲକତା,୫।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଟିକା ଅଭାବ ନେଇ ପୁଣି ଥରେ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବ୍ୟାଗ୍‌ରୁ ମିଳିଲା ମନୁଷ୍ୟର କଟା ଅଙ୍ଗପ୍ରତ୍ୟଙ୍ଗ

ନୂଆଦିଲ୍ଲୀ,୭।୬: ପୂର୍ବ ଦିଲ୍ଲୀ କଲ୍ୟାଣୀପୁରା ରାମଲୀଳା ପଡ଼ିଆରୁ ପୋଲିସ ମନୁଷ୍ୟର କଟା ହୋଇଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଭର୍ତ୍ତି ଏକ ବ୍ୟାଗ୍‌ ଜବତ କରିଛି। ମିଳିଥିବା ସୂଚନା...

ଚାଷୀଙ୍କ ପାଇଁ ହଜାରେ କୋଟିର କଲ୍ୟାଣ ପାଣ୍ଠି ଘୋଷଣା କଲେ ଗେହଲଟ୍‌ ସରକାର

ଜୟପୁର,୧୦।୭: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାର ଚାଷୀଙ୍କ ପାଇଁ ହଜାରେ କୋଟି ଟଙ୍କାର କଲ୍ୟାଣ ପାଣ୍ଠି ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଧବାର ରାଜ୍ୟ...

ଉଦ୍ଧବ ଠାକ୍‌ରେଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ନବନୀତ

ମୁମ୍ବାଇ,୧୧।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପାଠ ବିବାଦ ଥମିବାର ନାଁ ନେଉନାହିଁ। ଏହି ଘଟଣାରେ ଜେଲ୍‌ ଯାଇ...

ଗୁଳି କରି ପୋଲିସଙ୍କୁ ହତ୍ୟା କଲେ ଆତଙ୍କବାଦୀ…

ଶ୍ରୀନଗର, ୨୪।୫ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଣି ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଶ୍ରୀନଗର ଜିଲାର ସୁରା ଅଞ୍ଚଳରେ ଏହି ଆକ୍ରମଣ...

କିଡ୍‌ନୀ ପ୍ରତିରୋପଣ ପାଇଁ ବିଦେଶ ଯିବେ ଲାଲୁ

ରାଞ୍ଚି,୭।୬: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବ କିଡ୍‌ନୀ ପ୍ରତିରୋପଣ ଲାଗି ବିଦେଶ ଯିବାକୁ ଚାହୁଁଛନ୍ତି। ଏନେଇ ପାସ୍‌ପୋର୍ଟ ଫେରିପାଇବା ଲାଗି...

ଟ୍ରଷ୍ଟରୁ ବାଦ୍‌ ପଡ଼ିବାରୁ ନୃତ୍ୟଗୋପାଳ କ୍ଷୁବ୍ଧ

ଅଯୋଧ୍ୟା,୮ା୨(ପି.ଟି.): ରାମ ଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ନବଗଠିତ ରାମମନ୍ଦିର ଟ୍ରଷ୍ଟରୁ ବାଦ୍‌ ପଡ଼ିବା ପରେ କ୍ଷୁବ୍ଧ ହୋଇଛନ୍ତି। ତାଙ୍କୁ ମନାଇବା ପାଇଁ...

ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ଏସ୍‌ଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ…

କୋଲକାତା, ୧୬।୨ : ପଶ୍ଚିମବଙ୍ଗ ମ୍ୟୁନିସପାଲିଟି ନିର୍ବାଚନ ସମୟରେ ହୋଇଥିବା ହିଂସା ନେଇ କୋଲକାତା ହାଇକୋର୍ଟ ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ(...

Advertisement
Archives

Model This Week